Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରସ୍ତାବ - ଶ୍ରୀରାମ ମନ୍ଦିର ପ୍ରତିଷ୍ଠାରୁ ରାଷ୍ଟ୍ରୀୟ ପୁନରୁତ୍ଥାନ ପର୍ଯ୍ୟନ୍ତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରସ୍ତାବ – ଶ୍ରୀରାମ ମନ୍ଦିର ପ୍ରତିଷ୍ଠାରୁ ରାଷ୍ଟ୍ରୀୟ ପୁନରୁତ୍ଥାନ ପର୍ଯ୍ୟନ୍ତ

ପ୍ରସ୍ତାବ – ଶ୍ରୀରାମ ମନ୍ଦିର ପ୍ରତିଷ୍ଠାରୁ ରାଷ୍ଟ୍ରୀୟ ପୁନରୁତ୍ଥାନ ପର୍ଯ୍ୟନ୍ତ
ପୌଷ ଶୁକ୍ଲ ଦ୍ୱାଦଶୀ, ଯୁଗାବ୍ଦ ୫୧୨୫ (୨୨ ଜାନୁୟାରୀ ୨୦୨୪) ଦିନ ଶ୍ରୀ ରାମଙ୍କ ଜନ୍ମସ୍ଥାନରେ ଶ୍ରୀ ରାମ ଲାଲାଙ୍କ ପ୍ରତିମୂର୍ତ୍ତି ର ଭବ୍ୟ- ଦିବ୍ୟ ପ୍ରାଣ ପ୍ରତିଷ୍ଠା ହେଉଛି ବିଶ୍ୱ ଇତିହାସର ଏକ ଅଲୌକିକ ତଥା ସ୍ୱର୍ଣ୍ଣାଭ ଅଧ୍ୟାୟ । । ହିନ୍ଦୁ ସମାଜର ଶହ ଶହ ବର୍ଷର ନିରନ୍ତର ସଂଘର୍ଷ ଏବଂ ବଳିଦାନ, ପୂଜ୍ୟ ସାଧୁସନ୍ଥ ତଥା ମହାପୁରଷଙ୍କ ମାର୍ଗଦର୍ଶନରେ ଚାଲୁଥିବା ଦେଶବ୍ୟାପୀ ଆନ୍ଦୋଳନ ଏବଂ ସମାଜର ବିଭିନ୍ନ ଉପାଦାନଗୁଡ଼ିକର ସାମୂହିକ ସଂକଳ୍ପର ପରିଣାମ ସ୍ୱରୂପ ସଂଘର୍ଷକାଳର ଏକ ଦୀର୍ଘ ଅଧ୍ୟାୟର ସୁଖଦାୟକ ସମାଧାନ ହେଲା ।ବାସ୍ତବ ଜୀବନରେ ଏହି ପବିତ୍ର ଦିନର ସାକ୍ଷୀ ହେବାର ସୁଯୋଗ ପାଇବା ପଛରେ ଗବେଷକ, ପ୍ରତ୍ନତତ୍ୱବିତ୍‌, ଚିନ୍ତାଶୀଳ ବ୍ୟକ୍ତି, ଆଇନଜ୍ଞ, ଗଣମାଧ୍ୟମ, ବଳିଦାନୀ କରସେବକ ସମେତ ସମଗ୍ର ଆନ୍ଦୋଳନକାରୀ ହିନ୍ଦୁ ସମାଜ ଏବଂ ସରକାର ତଥା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଅବଦାନ ବିଶେଷ ଉଲ୍ଲେଖନୀୟ । ଏହି ସଂଗ୍ରାମରେ ନିଜ ଜୀବନକୁ ଅର୍ପଣ କରିଥିବା ସମସ୍ତ ବଳିଦାନୀମାନଙ୍କୁ ଅଖିଳ ଭାରତୀୟ ପ୍ରତିନିଧିସଭା ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଉପରୋକ୍ତ ସମସ୍ତଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଛି ।
ଶ୍ରୀରାମ ମନ୍ଦିରର ଅଭିମନ୍ତ୍ରିତ ଅକ୍ଷତ ବିତରଣ ଅଭିଯାନରେ ସମାଜର ସମସ୍ତ ବର୍ଗ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଲକ୍ଷ ଲକ୍ଷ ରାମ ଭକ୍ତ ସମସ୍ତ ସହର ଏବଂ ଅଧିକାଂଶ ଗାଁରେ କୋଟି କୋଟି ପରିବାରଙ୍କ ସହ ଯୋଗାଯୋଗ କରିଥିଲେ । ୨୨ ଜାନୁୟାରୀ ୨୦୨୪ ରେ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭବ୍ୟ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା । ଗ୍ରାମେ ଗ୍ରାମେ, ସହରର ଗଳିକନ୍ଦିରେ ସ୍ୱପ୍ରେରଣାରେ ବାହାରିଥିବା ଶୋଭାଯାତ୍ରା, ପ୍ରତ୍ୟେକ ଘରେ ଆୟୋଜିତ ଦୀପୋତ୍ସବ, ଗୈରିକ ପତାକା ଉତ୍ତୋଳନ, ମନ୍ଦିର ଏବଂ ଧାର୍ମିକ ସ୍ଥାନମାନଙ୍କରେ ଅନୁଷ୍ଠିତ ହୋଇଥିବା ସଂକୀର୍ତ୍ତନ ଆଦି କାର୍ଯ୍ୟକ୍ରମମାନ ସମାଜରେ ଏକ ନୂତନ ଶକ୍ତି ସଂଚରଣ କରିଥିଲା ।
ଶ୍ରୀ ଅଯୋଧ୍ୟାଧାମରେ ପ୍ରାଣପ୍ରତିଷ୍ଠା ଦିନ, ଦେଶର ଧାର୍ମିକ, ରାଜନୈତିକ ଏବଂ ସାମାଜିକ ଜୀବନର ପ୍ରତ୍ୟେକ କ୍ଷେତ୍ରରୁ ଉଚ୍ଚ ନେତୃତ୍ୱ ତଥା ସମସ୍ତ ମତ, ପନ୍ଥ, ସଂପ୍ରଦାୟର ପୂଜନୀୟ ସାଧୁସନ୍ଥମାନଙ୍କର ଗରିମାମୟୀ ଉପସ୍ଥିତି ରହିଥିଲା । ଏଥିରୁ ଏହା ସୂଚନା ମିଳୁଛି ଯେ ଶ୍ରୀରାମଙ୍କ ଆଦର୍ଶ ଅନୁରୂପ ଏକ ସମରସ, ସୁସଙ୍ଗଠିତ ଜାତୀୟ ଜୀବନର ଉତଥାନ ପାଇଁ ଏକ ପରିବେଶ ସୃଷ୍ଟି ହେଉଛି । ଏହା ଭାରତର ପୁନରୁଥାନର ଗୌରବମୟ ଅଧ୍ୟାୟ ଆରମ୍ଭର ମଧ୍ୟ ସଙ୍କେତ । ଶ୍ରୀରାମଙ୍କ ଜନ୍ମସ୍ଥାନରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାରଣରୁ ବିଦେଶୀ ମାନଙ୍କ ଶାସନ ତଥା ସଂଘର୍ଷ କାଳରେ ସୃଷ୍ଟି ହୋଇ ଥିବା ଆତ୍ମବିଶ୍ୱାସର ହ୍ରାସ ଏବଂ ଆତ୍ମବିସ୍ମୃତିରୁ ସମାଜ ମୁକ୍ତ ହୋଇ ଆସୁଛି । ହିନ୍ଦୁତ୍ୱର ଭାବନାରେ ଓତଃପ୍ରୋତ ସମ୍ପୂର୍ଣ୍ଣ ସମାଜ ନିଜର “ସ୍ୱ” ଜାଣିବାକୁ ଏବଂ ଏହାର ଆଧାରରେ ବଂଚିବାକୁ ପ୍ରସ୍ତୁତ ହେଉଛି ।
ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜୀବନ ଆମକୁ ସାମାଜିକ ଦାୟିତ୍ୱ ପ୍ରତି ପ୍ରତିବଦ୍ଧ ହୋଇ ରହିବା ସହ ସମାଜ ତଥା ରାଷ୍ଟ୍ର ପାଇଁ ତ୍ୟାଗ କରିବାକୁ ପ୍ରେରଣା ଯୋଗାଇଥାଏ । ତାଙ୍କର ଶାସନ ବ୍ୟବସ୍ଥା “ରାମରାଜ୍ୟ” ନାମରେ ବିଶ୍ୱ ଇତିହାସରେ ପ୍ରସିଦ୍ଧ ହୋଇଛି, ଯାହାର ଆଦର୍ଶ ସାର୍ବଭୌମିକ ଏବଂ ସାର୍ବକାଳିକ ଅଟେ । ଜୀବନରେ ମୂଲ୍ୟବୋଧର ଅବନତି, ମାନବତା ପ୍ରତି ସମ୍ବେଦନଶୀଳତା ହ୍ରାସ, ବିସ୍ତାରବାଦ କାରଣରୁ ବୃଦ୍ଧିପାଉଥିବା ହିଂସା ଓ ନିଷ୍ଠୁରତା ଭଳି ଆହ୍ୱାନର ସମ୍ମୁଖୀନ ହେବା ପାଇଁ ରାମରାଜ୍ୟର ସଂକଳ୍ପନା ସମଗ୍ର ବିଶ୍ୱ ପାଇଁ ଆଜି ମଧ୍ୟ ଅନୁକରଣୀୟ ।
ପ୍ରତିନିଧି ସଭାର ଏହା ସୁଚିନ୍ତିତ ମତ ଯେ, ସମ୍ପୂର୍ଣ୍ଣ ସମାଜ ନିଜ ଜୀବନରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଆଦର୍ଶକୁ ପ୍ରତିଷ୍ଠିତ କରିବା ପାଇଁ ସଂକଳ୍ପ ନେଉ, ଯାହା ଦ୍ୱାରା ରାମ ମନ୍ଦିରର ପୁନଃନିର୍ମାଣର ଉଦ୍ଦେଶ୍ୟ ସାର୍ଥକ ହେବ । ଶ୍ରୀ ରାମଙ୍କ ଜୀବନରେ ପ୍ରତିଫଳିତ ତ୍ୟାଗ, ପ୍ରେମ,ନ୍ୟାୟ,ଶୌର୍ଯ୍ୟ, ସୌହାର୍ଦ୍ଦ୍ୟ ଏବଂ ନିଷ୍ପକ୍ଷତା ଇତ୍ୟାଦି ଧର୍ମର ଶାଶ୍ୱତ ମୂଲ୍ୟଗୁଡ଼ିକୁ ଆଜି ସମାଜରେ ପୁନଃ ପ୍ରତିଷ୍ଠା କରାଯିବା ଆବଶ୍ୟକ । ସମସ୍ତ ପ୍ରକାରର ପାରସ୍ପରିକ ଶତ୍ରୁତା ଏବଂ ଭେଦଭାବ ବା ପାର୍ଥକ୍ୟକୁ ସମାପ୍ତ କରି ସମରସତା ଯୁକ୍ତ ପୁରୁଷାର୍ଥୀ ସମାଜର ନିର୍ମାଣ କରିବା ହିଁ ହେବ ଶ୍ରୀରାମଙ୍କ ବାସ୍ତବିକ ଆରାଧନା ।
ଅଖିଳ ଭାରତୀୟ ପ୍ରତିନିଧି ସଭା ସମସ୍ତ ଭାରତୀୟଙ୍କୁ ନିବେଦନ କରୁଛି ଯେ ସୁନିଶ୍ଚିତ ବନ୍ଧୁତ୍ୱଭାବ, କର୍ତ୍ତବ୍ୟନିଷ୍ଠା, ମୂଲ୍ୟବୋଧଭିତ୍ତିକ ତଥା ସାମାଜିକ ନ୍ୟାୟ ଆଧାରିତ ସମର୍ଥ ଭାରତର ନିର୍ମାଣ କରିବା, ଯାହା ଏକ ସର୍ବ କଲ୍ୟାଣକାରୀ ବିଶ୍ୱବ୍ୟବସ୍ଥା ଗଠନ କରିବାରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବ ।

Leave a Reply