Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରତ୍ୟେକ ଭାରତୀୟ ଭାଷାରେ ଉଚ୍ଚତମ ନ୍ୟାୟାଳର ନକଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରତ୍ୟେକ ଭାରତୀୟ ଭାଷାରେ ଉଚ୍ଚତମ ନ୍ୟାୟାଳର ନକଲ


ମୁମ୍ବାଇ: ମୁମ୍ବାଇରେ ‘ବାର୍ କାଉନସିଲ୍ ଅଫ୍ ମହାରାଷ୍ଟ୍ର ଏବଂ ଗୋଆ’ ଦ୍ୱାରା ଜାନୁଆରୀ ୨୨ ତାରିଖ ଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ପ୍ରତ୍ୟେକ ଭାରତୀୟ ଭାଷାରେ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତିର ନକଲ ପ୍ରଦାନ ଊପରେ ଜୋର୍ ଦେଇଥିଲେ । ସେ କହିଥିଲେ ଯେ, ଉଚ୍ଚତମ ନ୍ୟାୟାଳୟର ପରବର୍ତୀ ପଦକ୍ଷେପ ହେବ ଆମେ ଆମର ବିଚାରର ନିଷ୍ପତିକୁ ପ୍ରତ୍ୟେକ ଭାରତୀୟ ଭାଷାରେ ଅନୁବାଦିତ କରି ଉପଲବ୍ଧ କରାଇବା । ଆମେ କରୁଥିବା କାର୍ଯ୍ୟ ୯୯ ପ୍ରତିଶତ ଲୋକଙ୍କ ପାଖରେ ପହଁଚୁ ନାହିଁ । ସିଜେଆଇ ତାଙ୍କ ଭାଷଣରେ ଟେକ୍ନୋଲୋଜିର ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସିଜେଆଇଙ୍କ ଭାଷଣ ଉପରେ ଟୁଇଟ୍ କରି ଲେଖିଛନ୍ତି ଯେ ନିକଟରେ ଏକ କାର୍ଯ୍ୟକ୍ରମରେ ଭାରତର ମାନ୍ୟବର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ ଆଂଚଳିକ ଭାଷାରେ ସୁପ୍ରିମକୋର୍ଟଙ୍କ ବିଚାରକୁ ଉପଲବ୍ଧ କରାଇବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏଥିପାଇଁ ଟେକ୍ନୋଲୋଜିର ବ୍ୟବହାର ମଧ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ଏକ ପ୍ରଶଂସନୀୟ ଚିନ୍ତାଧାରା, ଯାହା ଅନେକ ଲୋକଙ୍କୁ ବିଶେଷ କରି ଯୁବକମାନଙ୍କୁ ସାହାଯ୍ୟ କରିବ । ଭାରତରେ ଅନେକ ଭାଷା ଅଛି, ଯାହା ଆମ ସାଂସ୍କୃତିକ ସ୍ପନ୍ଦନକୁ ଯୋଡିଥାଏ । ମାତୃଭାଷାରେ ଇଞ୍ଜିନିୟରିଂ ଏବଂ ମେଡିସିନ୍ ଭଳି ବିଷୟ ଅଧ୍ୟୟନର ବିକଳ୍ପ ଦେବା ସହିତ ଭାରତୀୟ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଅନେକ ଉଦ୍ୟମ ଜାରି ରଖିଛନ୍ତି ।

Leave a Reply