Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଭାରତର ବଡ଼ ସଫଳତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଭାରତର ବଡ଼ ସଫଳତା

ନୂଆଦିଲ୍ଲୀ : ୨୦୨୩-୨୪ ଆର୍ôଥକ ବର୍ଷରେ ଦେଶରେ ଏକ ରେକର୍ଡ ପ୍ରତିରକ୍ଷା ଉତ୍ପାଦନ ହୋଇଛି । ଏହି ସମୟ ମଧ୍ୟରେ ଦେଶରେ ୧.୨୭ ଲକ୍ଷ କୋଟି ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ଉପକରଣ ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଆର୍ôଥକ ବର୍ଷରେ ଏହା ସର୍ବାଧିକ ପ୍ରତିରକ୍ଷା ଉତ୍ପାଦନ ଅଟେ । ମେକ ଇନ ଇଣ୍ଡିଆ ଅଭିଯାନ ଅଧୀନରେ ଏହା ଏକ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି । ଭାରତକୁ ବିଶ୍ୱରେ ପ୍ରତିରକ୍ଷା ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାକୁ ସରକାର ପ୍ରତିବଦ୍ଧ । ରାଜନାଥ ସିଂ ସୋସିଆଲ ମିଡିଆରେ ଶେୟାର କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ବର୍ଷକୁ ବର୍ଷ ନୂଆ ମାଇଲଖୁଣ୍ଟ ଅତିକ୍ରମ କରୁଛି । ୨୦୨୩-୨୪ରେ ପ୍ରତିରକ୍ଷା ଉତ୍ପାଦନରେ ଭାରତ ସର୍ବାଧିକ ବୃଦ୍ଧି ରେକର୍ଡ କରିଛି । ୨୦୨୩-୨୪ରେ ୧,୨୬,୮୮୭ କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ଉତ୍ପାଦନ, ଯାହା ପୂର୍ବ ଆର୍ôଥକ ବର୍ଷ ତୁଳନାରେ ୧୬.୮ ପ୍ରତିଶତ ଅଧିକ । ଏହି ସଫଳତା ପାଇଁ ପ୍ରତିରକ୍ଷା ଉତ୍ପାଦ ଉତ୍ପାଦନ କରୁଥିବା ସାର୍ବଜନୀନ କ୍ଷେତ୍ର ପ୍ରତିରକ୍ଷା କମ୍ପାନୀ ଏବଂ ଘରୋଇ କ୍ଷେତ୍ର କମ୍ପାନୀଗୁଡ଼ିକୁ ରାଜନାଥ ସିଂ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply