Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପେଚା ଦିଏ ଧନ ଆଗମନର ସୂଚନା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପେଚା ଦିଏ ଧନ ଆଗମନର ସୂଚନା

ପକ୍ଷୀଙ୍କୁ ବାସ୍ତୁଶାସ୍ତ୍ରରେ ସ୍ୱତନ୍ତ୍ର ଭାବେ ପରିକଳ୍ପନା କରାଯାଇଛି । ସେମାନଙ୍କୁ ଦେବତୁଲ୍ୟ ସମ୍ମାନ ଦିଆଯାଏ । ହିନ୍ଦୁ ଧର୍ମରେ ଦେବୀ-ଦେବତାଙ୍କ ବାହନ କୌଣସି ପଶୁ କିମ୍ବା ପକ୍ଷୀ ହୋଇଥାନ୍ତି । ପୂଜା ସମୟରେ ଭଗବାନଙ୍କ ସହିତ ତାଙ୍କ ବାହନଙ୍କୁ ମଧ୍ୟ ଆରାଧନା କରିବାର ବିଧି ରହିଛି । ବାସ୍ତୁ ଅନୁସାରେ ଦେବାଦେବୀଙ୍କର ପ୍ରିୟ ବାହନଙ୍କର ପୂଜା କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ବାସ୍ତୁଶାସ୍ତ୍ରରେ ଗାଈ, କୁକୁର ଏବଂ ଛେଳିକୁ ରୁଟି ଖାଇବାକୁ ଦେବା ପାଇଁ କୁହାଯାଇଥାଏ । ଏହା ସହିତ ଏମାନଙ୍କୁ ପାଣି ପିଇବାକୁ ଦେବା ପାଇଁ ମଧ୍ୟ କୁହାଯାଇଥାଏ । ବାସ୍ତୁ ଅନୁସାରେ ଏପରି କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ । ପକ୍ଷୀମାନଙ୍କଠାରୁ ଭବିଷ୍ୟର ସଙ୍କେତ ମିଳୁଥିବା କଥା ମଧ୍ୟ କୁହାଯାଇଛି । ପକ୍ଷୀମାନଙ୍କ ସେବା କରିବା ଦ୍ୱାରା ଆଶୀର୍ବାଦ ମିଳିଥାଏ । କାର୍ତ୍ତିକଙ୍କ ବାହନ ମୟୂର, ସରସ୍ୱତୀଙ୍କ ବାହନ ହଂସ ଏବଂ ବିଷ୍ଣୁଙ୍କର ବାହନ ଗରୁଡ଼ ଥିଲେ ବୋଲି ପୁରାଣରେ ବର୍ଣ୍ଣନା ହୋଇଛି । ସେହିପରି ପେଚା ଲକ୍ଷ୍ମୀଙ୍କର ବାହନ ଅଟନ୍ତି । ଯଦି ପେଚା ଆପଣଙ୍କ ଘରର ଆଖପାଖରେ ଦେଖିବାକୁ ମିଳୁଛି ତେବେ ଆପଣଙ୍କ ଘରକୁ ଧନ ଆସିବାର ସୂଚନା ମିଳିଥାଏ ।

Leave a Reply