Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୃଥିବୀର ଆଖି ସାହାରା ମରୁଭୂମି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୃଥିବୀର ଆଖି ସାହାରା ମରୁଭୂମି

ନୂଆଦିଲ୍ଲୀ: ପୃଥିବୀର ଅନେକ ସ୍ଥାନରେ ଆଖି ସଦୃଶ ପ୍ରତିକୃତି ଦେଖିବା ପାଇଁ ମିଳିଥାଏ । ବିଭିନ୍ନ ପ୍ରାକୃତିକ ଘଟଣାର ମଧ୍ୟ ଆଇ ବା ଆଖି ଥାଏ । ଯେପରି କି ବିଭିନ୍ନ ବାତ୍ୟା ବେଳେ ଏହାର ଆଇ ବା ଆଖି ଅଂଚଳରେ ଅଧିକ କ୍ଷୟ କ୍ଷତି ହୋଇଥାଏ । ଅନ୍ତରୀକ୍ଷରୁ ପୃଥିବୀରେ ଥିବା ଏପରି ଏକ ଆଖି ସ୍ପଷ୍ଟଭାବେ ଦେଖାଯାଇଥାଏ । ଏହା ହେଉଛି ସାହାରା ମରୁଭୂମିର ଆଖି । ସ୍ପେସ୍ ଷ୍ଟେସନ୍ ବା ଅନ୍ତରୀକ୍ଷ ଯାନରୁ ଏହା ଆଖିର ଫଟୋ ଉତୋଳନ କରାଯାଇଛି । ପୃଥିବୀରୁ ପ୍ରାୟ ୪୫୦ କିଲୋମିଟର ଉପରେ ଏହା ବେଶ୍ ସ୍ପଷ୍ଟ ଭାବେ ଦେଖାଯାଉଛି । ପୃଥିବୀର ସର୍ବବୃହତ ମରୁଭୂମି ସାହାରାରେ ଥିବା ଏହି ଆଖିର ଗୋଲେଇ ବେଶ୍ ବଡ । ଏହାର ବ୍ୟାସ ପ୍ରାୟ ୫୦ କିଲୋମିଟର । ଅନ୍ତରୀକ୍ଷ ଯାନରୁ ଏହାକୁ ସ୍ପଷ୍ଟ ଭାବେ ଦେଖି ହୁଏ । ଖାଲି ଆଖିରେ ସାହାରାର ଏହି ଆଖି ଦେଖାଯାଇଥାଏ । ପ୍ରଥମେ ଉଲ୍କା ପିଣ୍ଡ ମାଡ ହେବାରୁ ଏହା ସୃଷ୍ଟ ହୋଇଥିବା ଆକଳନ କରାଯାଉଥିଲା । ମାତ୍ର ଅଧିକ ଗବେଷଣା ପରେ ଭୂଗୋଳୀୟ ଉତାନ ବା ଜିଓଲୋଜିକାଲ୍ ଅପ୍ଲିଫ୍ଟମେଂଟ ଯୋଗୁଁ ହୋଇଥିବା ଜଣାପଡିଛି ।

Leave a Reply