Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପିଥୋରଗଡ଼ ଗୁମ୍ଫାରେ ଏବେ ବି ରହିଛି ଭଗବାନ ଗଣେଶଙ୍କର କଟାମୁଣ୍ଡ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପିଥୋରଗଡ଼ ଗୁମ୍ଫାରେ ଏବେ ବି ରହିଛି ଭଗବାନ ଗଣେଶଙ୍କର କଟାମୁଣ୍ଡ

… ମହାରାଷ୍ଟ୍ର ସହିତ ସାରାଦେଶରେ ଗଣେଶ ଉତ୍ସୋବ ଖୁବ୍ ଧୁମଧାମରେ ଆରମ୍ଭ ହୋଇସାରିଛି । ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଏହା ଜାରି ରହିବ । ଭଗବାନ ଗଣେଷଙ୍କ ସମ୍ପର୍କିତ ଏକ ବିଶେଷ କଥା ହୁଏତ ବହୁ ଲୋକ ଜାଣିନଥିବେ । ଜାଣିଲେ ସେମାନେ ହୁଏତ ଆଶ୍ଚର୍ଯ୍ୟ ନିଶ୍ଚିତ ହୋଇପଡିବେ । ସମେସ୍ତ ଜାଣନ୍ତି କି ଯୁଦ୍ଧ ବେଳେ ଗଣେଶଙ୍କ ଶିର ଚ୍ଛେଦନ କରିଥିଲେ ତାଙ୍କ ବାପା ଭଗବାନ ଶିବ । ଯେଉଁ କାରଣରୁ ତାଙ୍କୁ ଏକ ହାତୀର ମୁଣ୍ଡ ଲଗାଯାଇଥିଲା । ତେବେ ଭଗବାନ ଗଣେଶଙ୍କର ପ୍ରକୃତ ମୁଣ୍ଡ କୁଆଡେ ଗଲା ଓ ତାହା କେଉଁଠି ଅଛି ଏ ବିଷୟରେ ଅନେକ ଜାଣନ୍ତି ନାହିଁ । କୁହାଯାଏ ଯେ,ଏବେ ବି ଗଣେଶଙ୍କର ପ୍ରକୃତ ମୁଣ୍ଡ ପୃଥିବୀ ପୃଷ୍ଠରେ ରହିଛି । ଯଦି ଗଣେଶଙ୍କର ମୁଣ୍ଡ ରହିଛି ତେବେ ତାହା କେଉଁଠି ରହିଛି ଜାଣନ୍ତି କି? କୁହାଯାଏ ଯେ, ଉତରାଖଣ୍ଡର ପିଥୋରଗଡରେ ଗଙ୍ଗୋଲିହାଟଠାରୁ ୧୪ କିଲୋମିଟର ଦୂର ଭୁବନେଶ୍ୱର ନାମ ଏକ ଗାଁ ରହିଛି । ଏହି ଗାଁରେ ଥିବା ପାତାଳ ଗୁମ୍ଫାରେ ଗଣେଶଙ୍କର ପ୍ରକୃତ କଟା ମୁଣ୍ଡ ରହିଛି ବୋଲି କୁହାଯାଏ । ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ଏହି ସ୍ଥାନକୁ ଆସିଥାନ୍ତି । ତେବେ ଶ୍ରଦ୍ଧାଳୁଙ୍କୁ ଏକ ସୀମା ଭିତରେ ରହିବାକୁ ଦିଆଯାଏ, ସୀମା ପାର କରି ଭିତରକୁ ଯିବାର ଅନୁମତି ନାହିଁ । ମାନ୍ୟତା ରହିଛି ଭିତରେ ଗଣେଶଙ୍କ କଟାମୁଣ୍ଡ ରହିଛି । ବହୁ ଶ୍ରଦ୍ଧାଳୁଙ୍କର କହିବା ଅନୁସାରେ, ଗୁମ୍ଫା ଭିତରକୁ ଯିବା ପରେ ଓ ଏହାର କାନ୍ଥକୁ ଛୁଇଁକି ଅଦ୍ଭୁତ ଶାନ୍ତି ମିଳିଥାଏ । ଗଣେଶଙ୍କ କଟାମୁଣ୍ଡ ଏହି ଗୁମ୍ଫା ଭିତରେ ରହିଥିବା ନେଇ ତୈତୟା ଯୁଗର ସୂର୍ଯ୍ୟବଂଶ ରାଜା ଋତୁପର୍ଣ୍ଣ ଏହି ବିଷୟରେ ସୂଚନା ଦେଇଥିଲେ । କୁହାଯାଏ ଯେ, ରାଜା ଋତୁପର୍ଣ୍ଣ ଥରେ ରାଜା ନଳଙ୍କୁ ଲୁଚାଇବା ପାଇଁ ହିମାଳୟର ପାହାଡ ଭିତରେ କୌଣସି ଏକ ସ୍ଥାନ ଖୋଜୁଥିଲେ । ରାଜା ନଳଙ୍କୁ ନିଜର ପନôୀ ଦମୟନ୍ତୀ ଠାରୁ ପରାଜିତ ହେବାକୁ ପଡିଥିଲା ଓ ସେ ବନ୍ଦୀ କରି ନେଇଯିବା ଭୟରେ ପଳାୟନ କରୁଥିଲେ । ହିମାଳୟରେ ବୁଲିବା ସମୟରେ ଋତୁପର୍ଣ୍ଣ ଏକ ସ୍ୱର୍ଣ୍ଣ ହରିଣର ପିଛା କରିଥିଲେ । ସେ ଏଭଳି କରୁ କରୁ ଥକି ଯାଇଥିଲେ ଓ ଗଛ ତଳେ ରହି ବିଶ୍ରାମ ନେଉଥିଲେ । ଏହା ଭିତରେ ତାଙ୍କୁ ନିଦ ଆସିଯାଇଥିଲା । ସେ ସ୍ୱପ୍ନରେ ଦେଖିବାକୁ ପାଇଥିଲେ ସେ ହରିଣକୁ ତାଙ୍କୁ କେହି ସ୍ୱପ୍ନରେ ଆସି କହୁଛନ୍ତି । ରାଜାଙ୍କର ଯେତେବେଳେ ନିଦ ଭାଙ୍ଗିଥିଲା ସେ ଗୁମ୍ଫା ବାହାରେ ନିଜକୁ ପାଇଥିଲେ । ସେ ଯେତେବେଳେ ଏହା ଭିତାକୁ ଯିବାକୁ ଚେଷ୍ଟା କରିଥିଲେ ଶେଷନାଗଙ୍କୁ ଏହାର ସୁରକ୍ଷା ଦେଉଥିବାର ଦେଖିଥିଲେ । ଗୁମ୍ଫା ଭିତରକୁ ଯିବା ପରେ ରାଜା ଦେଖିଥିଲେ ଭଗବାନ ଶିବ ଓ ସମସ୍ତ ଦେବଗଣ ଭଗବାନ ଗଣେଶଙ୍କର କଟା ମୁଣ୍ଡର ସୁରକ୍ଷାରେ ଅଛନ୍ତି । ତୈତେୟା ଯୁଗ ପରେ ଏହି ଗୁମ୍ଫାକୁ କେହି ଯିବାକୁ ଚେଷ୍ଟା କରିନଥିଲେ । କୁହାଯାଏ ଯେ, କଳି ଯୁଗରେ ଆଦି ଶଙ୍କରାଚାର୍ଯ୍ୟ ଏହାର ସନ୍ଧାନ କରିବା ପରେ ସାଧାରଣ ତୀର୍ଥ ସ୍ଥଳୀ ପାଇଁ ଖୋଲିଥିଲେ । ତେଣୁ ଆଜି ମଧ୍ୟ ତୀର୍ଥଯାତ୍ରୀଙ୍କୁ ଗୁମ୍ଫାର କିଛି ଦୂରରେ ରହିବାକୁ କୁହାଯାଏ । ଏଭଳି କୁହାଯାଏ ଯେ, ଆଜି ମଧ୍ୟ ଭଗବାନ ଗଣେଶରଙ୍କ କଟାମୁଣ୍ଡ ଏହି ଗୁମ୍ଫା ଭିତରେ ରହିଛି । ଏହି ଗୁମ୍ଫାରୁ ଏକ ଗୁପ୍ତ ରାସ୍ତା କୈଳାଶ ପର୍ବତକୁ ରହିଛି । ଏହି ବାଟ ଏତେ ସଙ୍କିର୍ଣ୍ଣ ହୋଇଥିବାରୁ ଅକ୍ସିଜେନର ମାତ୍ରା ଖୁବ୍ କମ୍ । ତେଣୁ ସାଧାରଣ ଲୋକ କିମ୍ବା ଜୀବଜନ୍ତୁ ଏହି ଗୁମ୍ଫା ଭିତରକୁ ଯାଇ ଜୀବନ୍ତ ଫେରିବା ଖୁବ୍ କଷ୍ଟକର । ମହାଭାରତରେ ସ୍ୱର୍ଗକୁ ଯିବାର ରାସ୍ତା ସମୟରେ ପାଣ୍ଡବମାନେ ଏହି ଗୁମ୍ଫା ସାମାନରେ ରହି ଭଗବାନ ଗଣେଶଙ୍କର ଆର୍ଶୀବାଦ ନେଇଥିଲେ ।

Leave a Reply