Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପିଏଫଆଇ ଉପରେ ଏନ୍ଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପିଏଫଆଇ ଉପରେ ଏନ୍ଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଳୀ : ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀ (ଏନଆଇଏ) ଗୁରୁବାର କେରଳରେ ପିଏଫଆଇ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ଯାଞ୍ଚ ଏଜେନ୍ସୀ କେରଳ ସହ ପିଏଫଆଇର ୫୬ ଠିକଣାରେ ରେଡ୍ କରିଛି । ଏଥିରେ ପିଏଫଆଇ ସଦସ୍ୟଙ୍କ ଘରେ ମଧ୍ୟ ରେଡ୍ କରାଯାଇଛି । ଯାଞ୍ଚ ଏଜେନ୍ସୀ ଅନୁଯାୟୀ, ଅନ୍ୟ କୌଣସି ନାମରେ ପିଏଫଆଇକୁ ପୁଣି ଥରେ ସକ୍ରିୟ କରିବାକୁ ଚେଷ୍ଟା କରାଯାଉଥିଲା । ଆଜିର କାର୍ଯ୍ୟାନୁଷ୍ଠାନ ପିଏଫଆଇ ସଦସ୍ୟ ଏବଂ ପିଏଫଆଇ ପାଇଁ କାମ କରୁଥିବା ଲୋକଙ୍କ ଉପରେ ହୋଇଛି । ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରେଡ୍ ସକାଳ ୪ ଟା ସମୟରେ ହୋଇଥିଲା । ପ୍ରକୃତରେ ଗୃହ ମନ୍ତ୍ରାଳୟ ଦ୍ୱାରା ପ୍ରତିବନ୍ଧକ ଲଗାଯିବା ପରେ ପିଏଫଆଇ ଅନ୍ୟ ଅନ୍ତରାଷ୍ଟ୍ରୀୟ ଆତଙ୍କୀ ସଂଗଠନରେ ଯୋଗଯୋଗରେ ରହିଥିଲା । ଫଣ୍ଡ ସଂଗ୍ରହ କରିବା ପାଇଁ ଚେଷ୍ଟା କରାଯାଉଥିଲା । କେରଳରେ ହିଁ ସେପ୍ଟେମ୍ବର ଠାରୁ ଏପର୍ଯ୍ୟନ୍ତ ଏନଆଇଏଇର ପିଏଫଆଇ ବିରୋଧରେ ୫ ରେଡ୍ ହୋଇସାରିଛି । ଯାଞ୍ଚ ଏଜେନ୍ସୀ ମୁତାବିକ ଦେଶରେ କେରଳରେ ହିଁ ପିଏଫଆଇର ସବୁଠୁ ଅଧିକ ସକ୍ରିୟ ସଦସ୍ୟ ଅଛନ୍ତି । ଯାହା ଗତ ବଡ଼ କାର୍ଯ୍ୟାନୁଷ୍ଠାନ ପରେ ବି କାର୍ଯ୍ୟକଳାପ ଜାରି ରଖିଛି । ସୂଚନାଯୋଗ୍ୟ, ୨୦୦୬ ରେ କେରଳରେ ପିଏଫଆଇର ଗଠନ ହୋଇଥିଲା ଏବଂ ଏହା ୨୦୦୯ ରେ ଏକ ରାଜନୀତିକ ମୋର୍ଚ୍ଚା ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ ମଧ୍ୟ ଗଠନ କରିଥିଲା ।

Leave a Reply