Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାଳନ ହେଲା ଗୋ ମାତା ଓ ସାଧୁସନ୍ଥ ପୂଜନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାଳନ ହେଲା ଗୋ ମାତା ଓ ସାଧୁସନ୍ଥ ପୂଜନ

ଭଦ୍ରକ ଐତିହାସିକ ଶ୍ରୀରାମ ନବମୀ ମହୋତ୍ସବ ଉପଲକ୍ଷେ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଭଦ୍ରକ ବ୍ଳକ ଅନ୍ତର୍ଗତ ଦୈସିଂ କାଉପୁର ପଞ୍ଚାୟତର ଶ୍ରୀରାମ ମନ୍ଦିର ପରିସରରେ ଗୋ ମାତା ଓ ସାଧୁ ସନ୍ଥ ପୂଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ବିଭିନ୍ନ ମଠ ମନ୍ଦିରରୁ ଆଗତ ୫୦ରୁ ଊଦ୍ଧ୍ୱର୍ ପୂଜ୍ୟ ସାଧୁ ସନ୍ଥ ସନ୍ୟାସୀ ଏବଂ ୩୦ରୁ ଊଦ୍ଧ୍ୱର୍ ଗୋ ମାତାଙ୍କର ପୂଜନ କରାଯାଇଥିଲା । ପୂର୍ବାହ୍ନରେ ଗାନ୍ଧୀ ପଡ଼ିଆଠାରେ ଭୂମି ପୂଜନ ସରିବା ପରେ ସାଧୁ ସନ୍ଥଙ୍କୁ ସ୍ୱାଗତ କରି ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ପୂଜନ ସ୍ଥଳୀକୁ ନିଆଯାଇଥିଲା । ସେଠାରେ ସେମାନଙ୍କୁ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ରୃଷ୍ଟ ଗୋ ମାତାଙ୍କୁ ଚିହ୍ନଟ କରାଯାଇ ଏହାର ପାଳକଙ୍କୁ ସମ୍ମାନିତ କରାଯିବ ବୋଲି ସମିତି ପକ୍ଷରୁ ନିଷ୍ପତି ନିଆଯାଇଛି । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସନ୍ଥମାନେ ସଭାରେ ଉପସ୍ଥିତ ରହି ଆର୍ଶିବଚନ ପ୍ରଦାନ କରିବା ସହ ଗୌରବମୟ ଭାରତୀୟ ସଂସ୍କୃତି, ପରମ୍ପରା ଓ ଗୋ-ମାତାଙ୍କ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ସମିତିର ବରିଷ୍ଠ ଉପଦେଷ୍ଟା ମନମୋହନ ସାମଲ, କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ସମ୍ପାଦକ ଶରତ ପଢିଆରୀ, ସଂଯୋଜକ ଗୋବିନ୍ଦ ରାଉତ, ଉପସଭାପତି ଅମ୍ବିକା ଦାସ ପ୍ରମୁଖ ମୋଟରସାଇକେଲ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।

Leave a Reply