Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନରେ ପାରାସିଟାମଲ୍ ସମେତ ୨୦ଟି ଅତ୍ୟାବଶ୍ୟକ ଔଷଧ ମହଙ୍ଗା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନରେ ପାରାସିଟାମଲ୍ ସମେତ ୨୦ଟି ଅତ୍ୟାବଶ୍ୟକ ଔଷଧ ମହଙ୍ଗା

ଲାହୋର: ପାକିସ୍ତାନ କିଛି ଦିନ ହେବ ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ସ୍ଥିତି ଏପରି ହୋଇଛି ଯେ ଯଦି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ବା ଆଇଏମଏଫ ପକ୍ଷରୁ ପାକିସ୍ତାନକୁ ଋଣ ଦିଆନଯାଏ ତେବେ ପାକିସ୍ତାନ ଋଣ ଖିଲାପ କରିବ । ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ସହ ଖାଦ୍ୟ ସଙ୍କଟରେ ଏବେ ପାକିସ୍ତାନବାସୀ ଡହଳବିକଳ ହେଉଥିବାବେଳେ ପାକିସ୍ତାନ ସରକାର ଏବେ ଏମିତି ଏକ ଘୋଷଣା କରିଛନ୍ତି ଯାହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଖାଦ୍ୟ, ପେଟ୍ରୋଲ ଭଳି ଜିନିଷ ପରେ ବର୍ତ୍ତମାନ ଔଷଧର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଅବସ୍ଥା ଏପରି ହୋଇଛି ଯେ ବର୍ତ୍ତମାନ ଭାଇରାଲ୍ ଜ୍ୱରର ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ପାରାସିଟାମଲ୍ ସମେତ ୨୦ଟି ଅତ୍ୟାବଶ୍ୟକ ଔଷଧ ମହଙ୍ଗା ହୋଇଛି । ପାକିସ୍ତାନରେ ଶେହବାଜ ସରିଫଙ୍କ କ୍ୟାବିନେଟ ୨୦ଟି ଜରୁରୀ ଔଷଧର ମୂଲ୍ୟ ବୃଦ୍ଧି କରିବାକୁ ଅନୁମୋଦନ ଦେଇଛି । ଜାତୀୟ ସ୍ୱାସ୍ଥ୍ୟ ସେବା, ନିୟମାବଳୀ ଏବଂ ସମନ୍ୱୟ ମନ୍ତ୍ରଣାଳୟର ସୁପାରିଶ କ୍ରମେ ଡ୍ରଗ୍ ମୂଲ୍ୟ କମିଟି (ଡିପିସି) ଦ୍ୱାରା ସୁପାରିଶ କରାଯାଇଥିବା ୧୮ଟି ନୂତନ ଔଷଧର ସର୍ବାଧିକ ଖୁଚୁରା ମୂଲ୍ୟ (ଏମାରପି) ସ୍ଥିର କରିବାକୁ ଅନୁମତି ଦିଆଯାଇଛି । ପାକିସ୍ତାନୀ କ୍ୟାବିନେଟର ଅର୍ଥନୈତିକ ସମନ୍ୱୟ କମିଟି ମଧ୍ୟ ପାରାସିଟାମଲର ସର୍ବାଧିକ ଖୁଚୁରା ମୂଲ୍ୟ ପରିବର୍ତ୍ତନ କରିବାକୁ ଅନୁମୋଦନ କରିଛି । ବାସ୍ତବରେ ଜ୍ୱର, ଯନ୍ତ୍ରଣା ଭଳି ସାଧାରଣ ରୋଗର ଚିକିତ୍ସାରେ ପାରାସିଟାମଲ ବହୁଳ ବ୍ୟବହୃତ ହୁଏ । ଏହା ସମଗ୍ର ବିଶ୍ୱରେ ସର୍ବାଧିକ ବିକ୍ରି ହେଉଥିବା ଔଷଧ । ପାରାସିଟାମଲକୁ ପାକିସ୍ତାନରେ ସରକାରୀ ନିୟନ୍ତ୍ରଣରେ ରଖାଯାଇଛି । ଏଭଳି ପରିସ୍ଥିତିରେ ସରକାରୀ ଅନୁମୋଦନ ବିନା ଏହି ଔଷଧର ମୂଲ୍ୟ ବୃଦ୍ଧି କରାଯାଇପାରିବ ନାହିଁ

Leave a Reply