Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପବିତ୍ର ଶ୍ରୀ ରାମନବମୀ ଅବସରରେ ହଜାର ହଜାର ରାମଭକ୍ତଙ୍କ ଗହଣରେ ବାଲେଶ୍ୱର ସହରରେ ଏକ ବିଶାଳ ପଦଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପବିତ୍ର ଶ୍ରୀ ରାମନବମୀ ଅବସରରେ ହଜାର ହଜାର ରାମଭକ୍ତଙ୍କ ଗହଣରେ ବାଲେଶ୍ୱର ସହରରେ ଏକ ବିଶାଳ ପଦଯାତ୍ରା

ଶ୍ରୀରାମ ନବମୀରେ ବିଶାଳ ପଦଯାତ୍ରା

ବାଲେଶ୍ୱର: ପବିତ୍ର ଶ୍ରୀ ରାମନବମୀ ଅବସରରେ ହଜାର ହଜାର ରାମଭକ୍ତଙ୍କ ଗହଣରେ ବାଲେଶ୍ୱର ସହରରେ ଏକ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ଚେତନା ଜାଗରଣ ମଞ୍ଚ ପକ୍ଷରୁ ଆୟୋଜିତ ଏହି ପଦଯାତ୍ରା ସହରର ପରମିଟ ପଡ଼ିଆରୁ ଆରମ୍ଭ ହୋଇଥିଲା । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ପୂଜାପାଠ ଓ ସାମୂହିକ ହନୁମାନ ଚାଳିଶା ପାଠ ପରେ ଆରମ୍ଭ ହୋଇଥିଲା ପଦଯାତ୍ରା । ଏହି ପଦଯାତ୍ରା ପରମିଟ ପଡ଼ିଆରୁ ବାହାରି ଜିଲା ସ୍କୁଲରୋଡ଼ ଦେଇ ଏଡିଏମ ଛକ, ଷ୍ଟେସନଛକ, ଫକୀର ମୋହନ ଗୋଲେଇ, ଫାଣ୍ଡିଛକ, ଚିଡ଼ିଆପୋଲ, ଗୋପାଳଗାଁ, ସୁଏଲପୁର, ବାରବାଟୀ, ଦାମୋଦରପୁର, ଟାଉନଥାନା, ଗୋଳାପୋଖରୀ ହେମକାପଦାଛକ, ଗଡ଼ଗଡ଼ିଆ, କଲେଜ ଛକ, ସିନେମାଛକ ଦେଇ ପରମିଟ ପଡ଼ିଆରେ ପହଞ୍ଚିଥିଲା । ବାଲେଶ୍ୱର ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ ହଜାରରୁ ଊଦ୍ଧ୍ୱର୍ ରାମଭକ୍ତ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଜୟଶ୍ରୀରାମ ଧ୍ୱନି ଏବଂ ପାରମ୍ପାରିକ ବାଦ୍ୟର ତାଳେ ତାଳେ ସମଗ୍ର ବାଲେଶ୍ୱର ସହର ରାମମୟ ହୋଇ ଉଠିଥିଲା । ଶଙ୍ଖଧ୍ୱନି, ମୃଦଙ୍ଗ, ଢୋଲ ସାଙ୍ଗକୁ ବିଭିନ୍ନ ପାରମ୍ପରିକ ବାଦ୍ୟରେ ଫାଟିପଡୁଥିଲା ସହର । ପିଲାଠାରୁ ବୁଢା ଯାଏ ସମସ୍ତଙ୍କ ଭିତରେ ଦେଖିବାକୁ ମିଳିଥିଲା ଅପୂର୍ବ ଉନ୍ମାଦନା । ଶ୍ରୀରାମ ଚେତନା ସହ ରାଷ୍ଟ୍ରୀୟ ଭକ୍ତି ସେମାନଙ୍କୁ ଟାଣିଆଣିଥିଲା ଏହି ଶୋଭାଯାତ୍ରାକୁ । ଶୋଭଯାତ୍ରାରେ ଭଦ୍ରକ, ବୈଶିଙ୍ଗା, ଢେଙ୍କାନାଳ, ପୁରୀ, ବ୍ରହ୍ମପୁର ଆଦି ଅଂଚଳରୁ ପ୍ରଖ୍ୟାତ ବାଦ୍ୟଦଳ ସମେତ ବାଲେଶ୍ୱର କୀର୍ତ୍ତନ ଦଳମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ସହର ରାସ୍ତାରେ ଏହି ଶୋଭାଯାତ୍ରା ଯାଉଥିବା ବେଳେ ବିଭିନ୍ନ ପାରମ୍ପାରିକ ଦଳ ବାଦ୍ୟ- ନୃତ୍ୟ ପ୍ରଦର୍ଶନ କରିଥିଲେ । ଛୋଟ ଛୋଟ ପିଲାମାନେ ବେଦମନ୍ତ୍ର ପାଠ କରୁଥିବା ବେଳେ ବିଭିନ୍ନ ବେଶ ପୋଷାକରେ ଯୁବକମାନେ ଖେଳ ପ୍ରଦର୍ଶନ କରିଥିଲେ ।ଏହି ପଦଯାତ୍ରାରେ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଦର ବିଧାୟକ ସ୍ୱରୁପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷ ସୁନୀତା ବେହେରା, ବାଲେଶ୍ୱର ପୌରାଧ୍ୟକ୍ଷ ସବିତା ସାହୁ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଗୋବିନ୍ଦ ଚନ୍ଦ୍ର ଦାସ, ସୁଦର୍ଶନ ଯେନା, ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର, ବିଜେପି ଯୁବମୋର୍ଚ୍ଚା ରାଜ୍ୟ ଉପ-ସଭାପତି ମାନସ କୁମାର ଦତ୍ତ, ଯୁବ ନେତା ବିକ୍ରମ ପଣ୍ଡା ପ୍ରମୁଖ ଏହି ପଦଯାତ୍ରାରେ ଯୋଗଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାଇଚାରା ରକ୍ଷା ପୂର୍ବକ ଶାନ୍ତି ଶୃଙ୍ଖଳା ସହ ପଦଯାତ୍ରା ସମ୍ପନ୍ନ ପାଇଁ ଶ୍ରୀରାମ ଚେତନା ଜାଗରଣ ସଂଘ କର୍ମକର୍ତ୍ତାଙ୍କ ସମେତ ଜନ ସାଧାରଣଙ୍କୁ ନେତାମାନେ ପରାମର୍ଶ ଦେଇଥିଲେ । ପଦଯାତ୍ରାରେ ସାମିଲ ହୋଇଥିବାଆବାଳ ବୃଦ୍ଧ ବନିତାଙ୍କ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ରାସ୍ତାର ବିଭିନ୍ନ ସ୍ଥାନରେ ଥଣ୍ଡାପାନୀୟ ଓ ଜଳଯୋଗ ବ୍ୟବସ୍ଥା କରାଯାଇଥିଲା । ଗ୍ରୀଷ୍ମ ଉତ୍ତାପ ସତ୍ତ୍ୱେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଲୋକଙ୍କ ଉପର ପାଣି ସିଂଚନ କରାଯାଇଥିଲା ।

Leave a Reply