Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନିମାପଡ଼ା ଉପଖଣ୍ଡ ଅଂଚଳରୁ ସଂପୂର୍ଣ୍ଣ ଗୋ-ବଂଶ ଲୋପ ପାଇବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନିମାପଡ଼ା ଉପଖଣ୍ଡ ଅଂଚଳରୁ ସଂପୂର୍ଣ୍ଣ ଗୋ-ବଂଶ ଲୋପ ପାଇବ

ନିମାପଡ଼ା: ‘ଓଡ଼ିଶା ଭାସ୍କର’ରେ ଖବର ପ୍ରସାରଣ ପରେ ତରବରିଆ ଭାବେ ଏହି ଅଂଚଳରୁ ଗୋଚାଲାଣ କରାଯିବା ଓ ଏହାକୁ ସୁରକ୍ଷା ଦେବା କେତେଦୂର ସଂଗତ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହି ଅଂଚଳରେ ଗୋ-ସୁରକ୍ଷା ଭୁଷୁଡ଼ି ପଡ଼ିଥିବା ବେଳେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟକ ଗୋରୁ ବାହାର ରାଜ୍ୟକୁ ଚାଲାଣ କରାଯାଉଛି । ପୋଲିସ ଓ ଗୋ-ସୁରକ୍ଷା ବିଭାଗକୁ ସୂଚନା ଦେଲେ ମ୍ମ କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଯାହାପାଇଁ ନିମାପଡ଼ା ଅଂଚଳରୁ ଗୋ-ବଂଶ ଲୋପ ପାଇବାରେ ଲାଗିଛି । ଏହାକୁ ନେଇ ବହୁ ବ୍ୟକ୍ତି ଦୁଃଖ ପ୍ରକାଶ କରିବା ସହ ଘଟଣାକୁ ତୀବ୍ର ବିରୋଧ କରିଛନ୍ତି । କ’ଣ ପାଇଁ ପ୍ରଶାସନ ଗୋ-ଚାଲାଣକାରୀଙ୍କୁ ସୁରକ୍ଷା ପ୍ରଦାନ କରୁଛି ଯାହାପାଇଁ ପୁରୀ ଜିଲ୍ଲା ଅଂଚଳର ଆ୍ମାତ୍ମିକ ବ୍ୟକ୍ତିଙ୍କ ମନରେ କୁଠାରଘାତ କରୁଛି । ହିନ୍ଦୁ ଧର୍ମରେ ଗୋ-ମାତା ପୂଜିବା ସମସ୍ତ ହିନ୍ଦୁମାନଙ୍କର ଏକ କାର୍ଯ୍ୟ ହୋଇଥିବା ବେଳେ ଏହାକୁ ପ୍ରଶାସନ ଜାଣିଶୁଣି ଗୋ-ଚାଲାଣକାରୀଙ୍କୁ ସୁରକ୍ଷା ପ୍ରଦାନ କରିବା କେତେଦୂର ଠିକ୍ ତାହାକୁ ନେଇ ବହୁ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ତୁଳସୀପୁର ପଂଚାୟତ କୁସୁମାଠେଙ୍ଗ ମୁସଲିମ୍ ବସ୍ତିରେ ଏକ ଗୋରୁ ଚାଲାଣ ର୍ୟାକେଟ୍ କାର୍ଯ୍ୟ କରୁଅଛି । ବିଭିନ୍ନ ସ୍ଥାନରୁ ଗୋରୁ ମାନଙ୍କୁ ସଂଗ୍ରହ କରି ଏହି ବସ୍ତିରେ ଏକ ଖୋଲା ପଡ଼ିଆରେ ଏକତି୍ରତ କରି କଂଟେନର ସାହାଯ୍ୟରେ ବାହାରକୁ ଚାଲାଣ କରାଯାଉଛି । ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ହେଉଥିବା ବେଳେ ପ୍ରଶାସନ ଜାଣିଶୁଣି ଏହି ଘଟଣା ଉପରେ ଦୃଷ୍ଟି ଦେଉ ନଥିବାରୁ ଏହାର ତଦନ୍ତ ଆବଶ୍ୟକ ଅଛି ବୋଲି ବରିଷ୍ଠ ନାଗରିକମାନେ ମତବ୍ୟକ୍ତ କରିଛନ୍ତି । ଗତ ଶୁକ୍ରବାର ରାତ୍ରରେ ଏକ କଂଟେନର ମା୍ମମରେ ୨ଶହ ଗୋରୁଙ୍କୁ ଚାଲାଣ କରାଯାଉଥିବା ବେଳେ ଗୋରୁମାନେ ନିର୍ଯାତିତ ହୋଇ ବୋବାଳି ଛାଡ଼ୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏଥିପ୍ରତି କୌଣସି ପଦକ୍ଷେପ ନେଇ ନାହିଁ । ବାରି ହୋଇପଡ଼ୁଛି ସଲାସୁତରାରେ ଗୋଚାଲାଣ ହେଉଥିବା ବେଳେ ଏହାକୁ ପୋଲିସ ପ୍ରଶାସନ ସୁରକ୍ଷା ଦେଉଛି । ଗୋରୁ ଚାଲଣ ସମୟରେ ସୁରକ୍ଷା ଦେବା ପାଇଁ ଆଗରେ ବୋଲର ପଛରେ ବୋଲର ଯାଉଥିବା ବେଳେ ରାତ୍ର ୧୦ଟା ପରେ କଂଟେନର ଗୋରୁ ଗାଡ଼ିକୁ ନେଇ ମେଦିନାପୁର, କଲିକତା ଆଦି ବାହାର ରାଜ୍ୟ ଓ ଜିଲ୍ଲାକୁ ଚାଲାଣ କରାଯାଉଛି । ସେଠାରେ ଗୋ-ହତ୍ୟା କରାଯାଉଥିବା ଘଟଣା ସାଧାରଣରେ ଅସନ୍ତୋଷ ପ୍ରକଟ କରିଛି । ଏହି କାର୍ଯ୍ୟ ଦୀର୍ଘଦିନ ହେବ ଚାଲିଥିବା ବେଳେ ଜାଣିଶୁଣି ପ୍ରଶାସନ ଦୃଷ୍ଟି ଦେଉନାହିଁ । କେତେକ କଂସେଇ ମାସିକ ଚାନ୍ଦା ପାଇ ମ୍ମସ୍ଥି ସାଜିଥିବା ଘଟଣା ମଧ୍ୟ ସାଧାରଣରେ ଚକିତ କରିଛି । ଏହି ଘଟଣା ଉପରେ ଦୃଷ୍ଟି ଦିଆ ନଗଲେ ନିମାପଡ଼ା ଉପଖଣ୍ଡ ଅଂଚଳରୁ ସଂପୂର୍ଣ୍ଣ ଗୋ-ବଂଶ ଲୋପ ପାଇବ ।

Leave a Reply