Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନକାରାତ୍ମକ ଭାବନାରେ ନିୟନ୍ତ୍ରଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନକାରାତ୍ମକ ଭାବନାରେ ନିୟନ୍ତ୍ରଣ

ଆପଣ ନିଜର ବୃତ୍ତି କ୍ଷେତ୍ରରେ ସମସ୍ତ ଦକ୍ଷତା ପ୍ରତିପାଦନ କରିବା ସତ୍ତ୍ୱେ ଉଚ୍ଚସ୍ତରକୁ ଉନ୍ନତି ହୋଇପାରୁନାହାନ୍ତି । ଆଗ ଏହାର କାରଣ ଖୋଜନ୍ତୁ ନିଶ୍ଚିତ ହୁଅନ୍ତୁ, ଏହା ଆପଣଙ୍କ ବ୍ୟବହାରର ପ୍ରତିଫଳନ ନୁହେଁ ତ? କେତେକ ଲୋକ ନିଜ ସମ୍ବେଦନଶୀଳତାକୁ ଲୁଚାଇ ପାରନ୍ତି ନାହିଁ । ମାତ୍ର ବୃତ୍ତିଗତ ଜୀବନରେ ଏହାର ନକତାତ୍ମକ ପ୍ରଭାବ ପଡିଥାଏ । ବୃତ୍ତଗତ କ୍ଷେତ୍ରରେ ସଫଳତା ପାଇବାକୁ ହେଲେ ନିଜରର ନକରାତ୍ମକ ଭାବନା ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରନ୍ତୁ । କ’ଣ କରିବେ? ନିଜ ଭିତରେ ଥିବା ଅଭାବକୁ ଜାଣନ୍ତୁ ଓ ଏହାକୁ ନୋଟ୍ କରନ୍ତୁ । ଭାବନାକୁ କାବୁ କରି ପାରିନଥିବା ମୂହୂର୍ତ୍ତକୁ ମନ ଭିତରେ ଦୋହରାନ୍ତୁ ଏହା ଆପଣଙ୍କ ପାଇଁ ପ୍ରେରଣା ଦେବ । କାମ ଚାପରେ ଯେତେବେଳେ ଆପଣଙ୍କ ମଥାରେ କ୍ରୋଧ ସବାର ହେଉଛି, ଆପଣ ପ୍ରାୟ ଉଚ୍ଚସ୍ୱରରେ ଅସ୍ୱାଭାବିକଭାବେ ସାମ୍ନା ଲୋକ ସହ କଥାବାର୍ତ୍ତା କରୁଛନ୍ତି । ଏହି ପରିସ୍ଥିତିରେ ନିଜ ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ । ପ୍ରଥମ କଷ୍ଟ ହେବ ମାତ୍ର କ୍ରମଶଃ ଅଭ୍ୟାସରେ ପଡିଯିବ । କାର୍ଯ୍ୟାଳୟରେ ଥିବା ସମସ୍ତ ଲୋକ ଆପଣଙ୍କୁ ହୁଏତ ପସନ୍ଦ କରୁ ନଥିବେ, ଆପଣ ବ୍ୟସ୍ତ ନ ହୋଇ ସେମାନଙ୍କ ସହ ଭଲ ସଂପର୍କ ରଖନ୍ତୁ । ବ୍ୟକ୍ତିଗତଭାବେ ନ ହେଲେ ବି କାମ ସମୟରେ କଥାବାର୍ତ୍ତା କରନ୍ତୁ । ଆପଣଙ୍କ ସମ୍ପର୍କ କବୃତ୍ତିଗତ ଜୀବନ ଉପରେ ଯେମିତି ବୋଝ ନ ହେବ, ଧ୍ୟାନ ଦିଅନ୍ତୁ । ଆପଣଙ୍କ ପଦାଧିକାରୀଙ୍କ ବ୍ୟକ୍ତିତ୍ୱ ଓ ମନସ୍ତତ୍ୱକୁ ବୁଝି ତାଙ୍କ ସହିତ କଥାବାର୍ତ୍ତା କରନ୍ତୁ । ମନେରଖନ୍ତୁ-ବସ୍ ଇଜ୍ ଅଲୱଜ୍ ରାଇଟ୍ । କୌଣସି ପରିସ୍ଥିତିରେ ତାଙ୍କ ସହ ଝଗଡା କରନ୍ତୁନାହିଁ । କୌଣସି କାରଣରୁ ନିର୍ଦ୍ଦିଷ୍ଟ ମତକୁ ନେଇ ବସ୍ କିମ୍ବା ସହକର୍ମୀଙ୍କ ସହ ଯଦି ଆପଣ ଏକମତ ହୋଇପାରୁନାହାଁନ୍ତି, ତେବେ ଏହି ପରିସ୍ଥିତିରେ ରାଗନ୍ତୁ ନାହିଁ ସେମାନଙ୍କ ସହ ବିନମ୍ରଭାବେ କଥା ହୁଅନ୍ତୁ । କୌଣସି ସହକର୍ମୀଙ୍କ କାର୍ଯ୍ୟକଳାପ ଯଦି ଆପଣଙ୍କୁ ଭଲ ନ ଲାଗେ, ତେବେ ହଠାତ୍ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ । ସମୟ ସୁଯୋଗ ଦେଖି ତାଙ୍କୁ ବିନମ୍ରଭାବେ ତାଙ୍କ ତ୍ରୁଟି ଜଣାଇ ଦିଅନ୍ତୁ । ଯଦି ଆପଣ ଜଣେ କାର୍ଯ୍ୟରତ ମହିଳା ହୋଇଥାନ୍ତି, ତେବେ ଆପଣଙ୍କ ଭାବନାକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଆବଶ୍ୟକ ବେଳେ ବେଳେ ଆପଣଙ୍କ ଘରର ଚିନ୍ତା ବୃତ୍ତିଗତ କାର୍ଯ୍ୟକୁ ପ୍ରଭାବିତ କରିଥାଏ । ଏପରି ନ କରିବାକୁ ଚେଷ୍ଟା କରନ୍ତୁ । ମହିଳାମାନେ ଅଧିକ ଭାବପ୍ରବଣ ସେମାନେ ଛୋଟ ଛୋଟ କଥାରେ କାନ୍ଦି ପକାନ୍ତି । ମାତ୍ର ସେମାନେ ବୁଝନ୍ତି ନାହିଁ,ଯେ ଏହି ଅଭ୍ୟାସ ତାଙ୍କ କ୍ୟାରିୟର ପାଇଁ କ୍ଷତିକାରକ । କାର୍ଯ୍ୟାଳୟରେ ଯଦି ଆପଣଙ୍କ ସହ କିଛି ଦୁର୍ବ୍ୟବାହାର ହୁଏ, ତେବେ ନ କାନ୍ଦି ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ । ସମସ୍ତଙ୍କ ଆଗରେ କାନ୍ଦି ନିଜର ବ୍ୟକ୍ତିତ୍ୱକୁ ଗୌଣ କରନ୍ତୁ ନାହିଁ । ସବୁବେଳେ ସମରାତ୍ମକ ହେବାକୁ ଚେଷ୍ଟା କରନ୍ତୁ ନାହିଁ । କୌଣସି ବୃତ୍ତିଗତ ଜୀବନର ଘଟଣାକୁ ଧରି ବସନ୍ତୁ ନାହିଁ । ଏପରି କଲେ ଆପଣ ବୃତ୍ତିଗତ ଜୀବନରେ କାମ କରିବା ସହ ଏଥିରୁ ଅନ୍ନ ଉଠାଇବା ଏବଂ ଆପଣଙ୍କର ଉନ୍ନତି ହେବ ।

Leave a Reply