Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦ୍ୱାଦଶ ଶ୍ରେଣୀ ବହିରୁ ମୋଗଲ ସାମ୍ରାଜ୍ୟ ଉପରେ ଅଧ୍ୟାୟ ହଟାଇଲା ଏନସିଇଆରଟି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦ୍ୱାଦଶ ଶ୍ରେଣୀ ବହିରୁ ମୋଗଲ ସାମ୍ରାଜ୍ୟ ଉପରେ ଅଧ୍ୟାୟ ହଟାଇଲା ଏନସିଇଆରଟି

ନ୍ୟାସନାଲ କାଉନସିଲ ଅଫ୍‌ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ(ଏନସିଇଆରଟି) ଦ୍ୱାଦଶ ଶ୍ରେଣୀ ପାଇଁ ଉପଲବ୍ଧ ଇତିହାସ, ନଗର ବିଜ୍ଞାନ ଏବଂ ହିନ୍ଦୀ ପାଠ୍ୟଖସଡାରେ କିଛି ପରିବର୍ତ୍ତନ ଆଣିଛି । ଇତିହାସ ବହିରୁ ମୋଗଲ ସାମ୍ରାଜ୍ୟ ସହ ଜଡିତ ଅଧ୍ୟାୟକୁ ପାଠ୍ୟଖସଡାରୁ ହଟାଇଦେଇଛି । ଏତଦବ୍ୟତୀତ ହିନ୍ଦୀ ବହିରୁ ମଧ୍ୟ କିଛି କବିତା ଏବଂ ପାରାଗ୍ରାଫ୍‌କୁ ହଟାଇବାକୁ ନିଷ୍ପତ୍ତି ନେଇଛି । ସୂଚନା ଅନୁଯାୟୀ, ଥୀମ୍ସ ଅଫ୍‌ ଇଣ୍ଡିଆନ ହିଷ୍ଟ୍ରୀ-ପାର୍ଟ ୨ରୁ ମୋଗଲ ଦରବାର(ଷୋଡଶ ଏବଂ ସପ୍ତଦଶ ଶତାବ୍ଦୀ) ଏବଂ ଶାସକ ଓ ତାଙ୍କର ଇତିହାସ ସମ୍ବନ୍ଧିତ ଅଧ୍ୟାୟଗୁଡିକୁ ହଟାଯାଇଛି । ନଗର ବିଜ୍ଞାନ ବହିର ‘ୟୁଏସ ହିଜେମନୀ ଇନ ୱାଲ୍ଡ ପଲିଟିକ୍ସ’ ଏବଂ ‘ଦ କୋଲ୍ଡ ୱାର ଏରା’ ଭଳି ଅଧ୍ୟାୟଗୁଡିକୁ ହଟାଇ ଦିଆଯାଇଛି । ଏତଦବ୍ୟତୀତ ସ୍ୱତନ୍ତ୍ର ଭାରତରେ ରାଜନୀତିର ବହିରେ ‘ଜନ ଆନେ୍ଦାଳନର ଉଦୟ’ ଏବଂ ‘ଏକ ଦଳର ପ୍ରଭୂତ୍ୱର ସମୟ’ ବିଷୟକୁ ହଟାଯାଇଛି । ଏଥିରେ କଂଗ୍ରେସର ପ୍ରଭୂତ୍ୱର ପ୍ରକୃତି, ସୋଶିଆଲିଷ୍ଟ, କମୁ୍ୟନିଷ୍ଟ ପାର୍ଟି, କମୁ୍ୟନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ, ଭାରତୀୟ ଜନସଂଘ ଆଦି ବିଷୟ ରହିଛି । ଏନସିଇଆରଟି ହିନ୍ଦୀ ପାଠ୍ୟଖସଡାରେ କିଛି ପରିବର୍ତ୍ତନ ମଧ୍ୟ କରିଛି । ଏଥିରେ ହିନ୍ଦୀ ଆରୋହ ଭାଗ-୨ ବହିରୁ ଗୋରଖପୁରୀ ଗଜଲ ଏବଂ ଅନ୍ତରା ଭାଗ-୨ରୁ ସୂର୍ଯ୍ୟକାନ୍ତ ତ୍ରିପାଠୀ ନିରାଲାଙ୍କ ‘ଗୀତ ଗାନେ ଦୋ ମୁଝେ’କୁ ହଟାଇଦିଆଯାଇଛି । ଏହାଛଡା ବିଷ୍ଣୁ ଖରେଙ୍କ ‘ଏକ କାମ ଅର ସତ୍ୟ’କୁ ବି ହଟାଇ ଦିଆଯାଇଛି । ସେହିପରି କେବଳ ଦ୍ୱାଦଶ ଶ୍ରେଣୀ ନୁହେଁ, ଅଧିକନ୍ତୁ ଦଶମ ଏବଂ ଏକାଦଶ ଶ୍ରେଣୀ ବହିର କିଛି ଅଧ୍ୟାୟ ମଧ୍ୟ ହଟାଯାଇଛି ।

Leave a Reply