Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦେଶକୁ ପ୍ରଦୂଷଣ ମୁକ୍ତ କରିବା ଦିଗରେ ଭାରତ ସରକାରଙ୍କ ଆଉ ଏକ ପଦକ୍ଷେପ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦେଶକୁ ପ୍ରଦୂଷଣ ମୁକ୍ତ କରିବା ଦିଗରେ ଭାରତ ସରକାରଙ୍କ ଆଉ ଏକ ପଦକ୍ଷେପ

ନୂଆଦିଲ୍ଳୀ: ଦେଶକୁ ପ୍ରଦୂଷଣ ମୁକ୍ତ କରିବା ଦିଗରେ ଭାରତ ସରକାରଙ୍କ ଆଉ ଏକ ପଦକ୍ଷେପ । ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନକୁ ମିଳିଲା କେନ୍ଦ୍ରର ଅନୁମତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ପ୍ରୋଜେକ୍ଟକୁ ଅନୁମତି ମିଳିଛି । ବିଶ୍ୱରେ ଭାରତକୁ ଏହି ସ୍ୱଚ୍ଛ ଇନ୍ଧନ ଉତ୍ପାଦନର ହବ୍ କରିବା ନେଇ ଏହାର ଲକ୍ଷ୍ୟ ରହିଛି । ଏହି ପ୍ରୋଜେକ୍ଟ ପାଇଁ ୧୯,୭୪୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏନେଇ ବୁଧବାର ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆବଣ୍ଟିତ ଅର୍ଥରୁ ୧୭,୪୯୦ କୋଟି ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ । ପାଇଲଟ୍? ପ୍ରୋଜେକ୍ଟ ପାଇଁ ୧,୪୬୬ କୋଟି ଟଙ୍କାର ଖର୍ଚ୍ଚ ହେବ । ରିସର୍ଚ୍ଚ ଆଣ୍ଡ୍ ଡେଭେଲପମେଣ୍ଟ ପାଇଁ ୪୦୦ କୋଟି ଏବଂ ୩୮୮ କୋଟି ଅନ୍ୟାନ୍ୟ ଉପାଦାନପାଇଁ ଖର୍ଚ୍ଚ ହେବ । ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରାଳୟ ତରଫରୁ ଏହା କାର୍ଯ୍ୟକାରିତାକୁ ନେଇ ବିଭିନ୍ନ ଗାଇଡଲାଇନ୍ ଜାରି କରାଯିବ । ଏହି ମିଶନ ଅନୁଯାୟୀ, ବାର୍ଷିକ ସର୍ବନିମ୍ନ ୫ ମିଲିୟନ ମେଟ୍ରିକ୍ ଟନ୍? (ଏମଏମଟି) ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ କ୍ଷମତା ବିକାଶକୁ ପ୍ରୋତ୍ସାହନ କରିବା ସହ, ୨୦୩୦ ସୁଦ୍ଧା ଦେଶରେ ପ୍ରାୟ ଅତିରିକ୍ତ ୧୨୫ ଜିଡବ୍ଲୁ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରହିଛି । ଏହି ମିଶନ ଦ୍ୱାରା ପ୍ରାୟ ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ହାଇଡ୍ରୋଜେନ୍ ଉତ୍ପାଦନ ବୃଦ୍ଧି ହେବା ଦ୍ୱାରା ପ୍ରାୟ ୧ ଲକ୍ଷ କୋଟି ଜୀବାଶ୍ମ ଇନ୍ଧନ ଆମଦାନୀ କମ୍ ହୋଇପାରିବ । ଏହାଦ୍ୱାରା ୨୦୩୦ ସୁଦ୍ଧା ୫୦ ଏମଏମଟି ଗ୍ରୀନ ହାଉସ୍ ଗ୍ୟାସ୍ ଉତ୍ପନ୍ନ ମଧ୍ୟ କମ୍ ହେବ । ସରକାରୀ ବିବୃତ୍ତି ଅନୁଯାୟୀ, ମିଶନ ଦ୍ୱାରା ଅନେକ ବ୍ୟାପକ ଲାଭ ହେବ । ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ ଫଳରେ ଏହାର ରପ୍ତାନୀ ସୁଯୋଗ ସୃଷ୍ଟି ହେବ, ଶିଳ୍ପରେ ଗତିଶୀଳତା, କାର୍ବନ ଡାଇଅକ୍ସାଇଡ୍ ହ୍ରାସ, ଆମଦାନୀ ହେଉଥିବା ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ, ସ୍ୱଦେଶୀ ଉତ୍ପାଦନ କ୍ଷମତାର ବିକାଶ, ରୋଜଗାର ସୃଷ୍ଟି ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ବିକାଶ ହେବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ୨୦୨୧ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଉଦବୋଧନ ସମୟରେ ଜାତୀୟ ହାଇଡ୍ରୋଜେନ୍ ମିଶନ ଆରମ୍ଭ କରିବାନେଇ ଘୋଷଣା କରିଥିଲେ । ଏହାର ଉଦେ୍ଦ୍ୟଶ ସବୁଜ ହାଇଡ୍ରୋଜେନ୍ ନିର୍ମାଣ ପାଇଁ ପ୍ରତ୍ୟକ୍ଷ ପ୍ରୋତ୍ସହନ ପ୍ରଦାନ କରିବା ଏବଂ ସବୁଜ ଶକ୍ତି ଉତ୍ସରୁ ହାଇଡ୍ରୋଜେନ୍ ଉତ୍ପାଦନ କରିବା ।

Leave a Reply