Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦିଗପହଣ୍ଡି ନଗର ଏବିଭିପି ପକ୍ଷରୁ ବିବେକାନନ୍ଦ ଙ୍କ ୧୬୦ତମ ଜୟନ୍ତୀ ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦିଗପହଣ୍ଡି ନଗର ଏବିଭିପି ପକ୍ଷରୁ ବିବେକାନନ୍ଦ ଙ୍କ ୧୬୦ତମ ଜୟନ୍ତୀ ପାଳନ


ଦିଗପହଣ୍ଡି: ଦିଗପହଣ୍ଡି ନଗର ଏବିଭିପି ପକ୍ଷରୁ ବିବେକାନନ୍ଦ ଙ୍କ ୧୬୦ତମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ରାଷ୍ଟ୍ରୀୟ ଯୁବ ଦିବସ ତଥା ୧୬୦ତମ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଥିବା ପ୍ରତିମୂର୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଯୁବ ଦିବସ ପାଳନ କରାଯାଇଛି । ବିଭାଗ ସୋସିଆଲ ମିଡ଼ିଆ ପ୍ରମୁଖ ସୁନୀଲ କୁମାର ଦୋରା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମିତ୍ କୁମାର ରଥଙ୍କ ନେତୃତ୍ୱରେ ଦିଗପହଣ୍ଡି ନଗର ରେ ଯୁବ ଦିବସ ପାଳନ କରାଯାଇଥିଲା । ଏଥିରେ ଶୁଭମ୍ ନନ୍ଦ,ମନୋଜ କୁମାର ସ୍ୱାଇଁ, ଚନ୍ଦନ ଡାକୁଆ,ବିନୋଦ ପ୍ରଧାନ, କିଶନ ବେହେରା ପ୍ରମୁଖ ସହଯୋଗ କରିଥିଲେ । ସେହି ଭଳି ଯୁବ ରେଡ଼କ୍ରସ ପକ୍ଷରୁ ଖେମୂଣ୍ଡି ମହାବିଦ୍ୟାଳୟ ପରିସରରେ ମଧ୍ୟ ଯୁବ ଦିବସ ପାଳନ କରାଯାଇଥିଲା । ଏଥିରେ ଖେମୂଣ୍ଡୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଅନୁପ କୁମାର ମିଶ୍ର ଏବଂ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ହରପ୍ରସାଦ ରଥ ଓ ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ଶ୍ରୀ ତ୍ରିଲୋଚନ ରଇତ ଙ୍କ ଉପସ୍ଥିତି ରେ କଲେଜ ପରିସର ମଧ୍ୟରେ ଯୁବ ଦିବସ ପାଳନ କରାଯାଇଥିଲା ।ଏଥିରେ ଅନେକ ଅଧ୍ୟାପକ ଓ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ ।

Leave a Reply