Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦାନ୍ତେୱାଡ଼ା ନକ୍ସଲ ହମଲା ନେଇ ନୂଆ ତଥ୍ୟ ୨ ମାସ ପୂର୍ବରୁ ଖଞ୍ଜିଥିଲେ ବିସ୍ଫୋରକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦାନ୍ତେୱାଡ଼ା ନକ୍ସଲ ହମଲା ନେଇ ନୂଆ ତଥ୍ୟ ୨ ମାସ ପୂର୍ବରୁ ଖଞ୍ଜିଥିଲେ ବିସ୍ଫୋରକ

ରାୟପୁର: ଛତିଶଗଡ଼ର ଦାନ୍ତେୱାଡ଼ା ଅରନପୁରଠାରେ ଘଟିଥିବା ନକ୍ସଲ ହମଲା ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୧୦ ଯବାନ ଓ ଜଣେ ଗାଡ଼ି ଚାଳକ ସହିଦ ହୋଇଥିଲେ । ବସ୍ତର ଆଇଜି ପି ସୁନ୍ଦରରାଜ କହିଛନ୍ତି ଯେ, ଏହି ହମଲା ପାଇଁ ଦୁଇ ମାସ ପୂର୍ବରୁ ନକ୍ସଲମାନେ ମାଟି ତଳେ ବିସ୍ଫୋରକ ପୋତିଥିଲେ । ନକ୍ସଲମାନେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଟିତଳେ ୪୦ରୁ ୫୦ କେଜି ଆଇଇଡି ବିସ୍ଫୋରକ ଖଞ୍ଜିଥିଲେ । ସ୍କାନରରୁ ରକ୍ଷା ପାଇବା ପାଇଁ ଗଭୀରରେ ଏହା ପୋତା ଯାଇଥିଲା । ଏପରିକି ଏହି ବିସ୍ଫୋରକକୁ ସଂଯୋଗ କରୁଥିବା ତାର ୨ରୁ ୪ ଇଞ୍ଚ ମାଟିତଳେ ପୋତା ଯାଇଥିଲା । ତେବେ ଏହା ଉପରେ ଘାସ ଉଠି ଯାଇଥିଲା । ଯବାନଙ୍କ ଗାଡ଼ି ସେହି ରାସ୍ତା ଦେଇ ଯିବା ସମୟରେ ବଡ଼ଧରଣର ବିସ୍ଫୋରଣ ହୋଇଥିଲା । ସୁନ୍ଦରରାଜ ଆହୁରି କହିଛନ୍ତି ଯେ ବିସ୍ଫୋରଣର ଦୁଇ ଦିନ ପୂର୍ବରୁ ସେହି ଅଞ୍ଚଳରେ ସୁରକ୍ଷା କର୍ମୀମାନେ ବିସ୍ଫୋରକ ପୋତା ଯାଇଥିବା ସ୍ଥାନ ଖୋଜିବା ନିମନ୍ତେ ସର୍ଚ୍ଚ ଅଭିଯାନ ଆରମ୍ଭ କରିଥିଲେ କିନ୍ତୁ କିଛିବି ସନ୍ଧାନ ମିଳିନଥିଲା । ଯେହେତୁ ଘାସ ଉଠି ଯାଇଥିଲା ତେଣୁ ଏହାକୁ ବହୁ ପୂର୍ବରୁ ଖଞ୍ଜା ଯାଇଥିବା ଅନୁମାନ କରାଯାଉଛି । ନକ୍ସଲମାନେ ରାସ୍ତାର ଗୋଟିଏ ପାଶ୍ୱର୍ରୁ ସୁଡ଼ଙ୍ଗ ଖୋଳି ଆଇଇଡିକୁ ରାସ୍ତାର ୩-୪ ଫୁଟ ତଳେ ପୋତିଥିଲେ । ବିସ୍ଫୋରଣ ପରେ ସେହି ସମୟର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବିସ୍ଫୋରଣ ପରେ ସେଠାରେ ଏକ ଗଭୀର ଗାତ ହେବା ସହ ଏକ ୨୦ ଫୁଟର ରାସ୍ତା ଦୁଇ ଭାଗ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା । ସମସ୍ତ ସହିଦଙ୍କୁ ଦାନ୍ତେୱାଡ଼ା ପୋଲିସ ପଡ଼ିଆରେ ରାଷ୍ଟ୍ରୀୟ ସମ୍ମାନ ଦିଆଯିବା ସହ ଖୋଦ୍ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମୃତଦେହରେ କାନ୍ଧ ଦେଇଥିବା ଦେଖିବାକୁ ମିଳିଥିଲା ।

Leave a Reply