Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦଶପଲ୍ଲାରେ ଶ୍ରୀରାମ ନବମୀରେ ବିଶାଳ ହିନ୍ଦୁ ମହାସମାବେଶ ଅନୁଷ୍ଠିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦଶପଲ୍ଲାରେ ଶ୍ରୀରାମ ନବମୀରେ ବିଶାଳ ହିନ୍ଦୁ ମହାସମାବେଶ ଅନୁଷ୍ଠିତ

ଦଶପଲ୍ଲା : ବିଶ୍ୱହିନ୍ଦୁ ପରିଷଦ ଓ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ପକ୍ଷରୁ ବିଶ୍ୱହିନ୍ଦୁ ପରିଷଦର ସମ୍ପାଦକ ଶ୍ରୀ ରାଧାମୋହନ ସାହୁ ଓ ରଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଆବାହାକ ଶ୍ରୀ ସିତିକାନ୍ତ ମିଶ୍ରଙ୍କ ତତ୍ୱାବଧାନରେ ଆଜି ଏକ ବିଶାଳ ହିନ୍ଦୁ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମାବେଶରେ ଦଶପଲ୍ଲା , ଗଣିଆ ଓ ନୁଆଗାଁ ପ୍ରଭିତି ସ୍ଥାନରୁ ହଜାର ହଜାର ହିନ୍ଦୁ ଭାଇ, ସମାଜସେବୀ ରାମ ଭକ୍ତ ଗଣ ଏହି ସମାବେଶରେ ଭାଗନେଇ୍ୟଥଲେ । ଏହି ଶୋଭାଯାତ୍ରା ଦିନ ୨ଟା ସମୟରେ ମହାବୀର ମନ୍ଦୀର ଠାରୁ ବାହାରି ଖମାରସାହି ପର୍ଯ୍ୟନ୍ତ ଯାଇଥିଲା । ଏଥିସହ ଅପରାହ୍ନ ୬ ଘଣ୍ଟିକା ସମୟରେ ସ୍ଥାନୀୟ ଗାନ୍ଧୀମୈଦାନ ଠାରେ ବିଶାଳ ସଭାର ଆୟୋଜନ କରାଯାଇଥିଲା । ସଭାରେ ହିନ୍ଦୁ ମାନଙ୍କୁ ଏକ ସୁତ୍ରରେ ବାନ୍ଧିରଖିବାକୁ ଏକ ମହାନ ପ୍ରୟାଶ କରାଯାଇଥିବା ବେଳେ ଜାତିପ୍ରଥା ଧର୍ମକୁ ଭୁଲି ହିନ୍ଦୁତ୍ୱକୁ ସର୍ବପରୀ ସନାତନୀ ଚିନ୍ତାଧାରାରେ ଚାଲିବାକୁ ବିଶ୍ୱହିନ୍ଦୁ ପରିଷଦର ବହୁ ସଦଶ୍ୟ ନିଜ ଉଦବୋଧନ ରଖିଥିଲେ । ବିଶ୍ୱହିନ୍ଦୁ ପରିଷଦର ଗିରିଶ ମହନ୍ତ , ଭଗବାନ ସାହୁ , ସନ୍ୟାସି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏଭଳି ଏକ ବିଶାଳ ହିନ୍ଦୁ ସମାବେଶରେ ଯୋଗଦେଇ ସ୍ଥାନୀୟ ଅଂଚଳର ଲୋକଙ୍କ ମଧ୍ୟରେ ବେଶ ଉସôାହ ଦେଖିବାକୁ ମିଳିଥିଲା

Leave a Reply