Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଟ୍ୟାକ୍ସି ଛାତ ଉପରେ ଛୋଟ ବଗିଚା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଟ୍ୟାକ୍ସି ଛାତ ଉପରେ ଛୋଟ ବଗିଚା


ଗତ ପ୍ରାୟ ଦେଢବର୍ଷରୁ ଅଧିକ ସମୟ ହେଲା ସାରା ବିଶ୍ୱକୁ କରୋନା ମହାମାରୀ କବଳିତ କରି ରଖିଥିବାବେଳେ ଅନେକ ଲୋକ କାମଧନ୍ଦା ହରାଇଛନ୍ତି । ବିଶେଷକରି ପର୍ଯ୍ୟଟନ ସହିତ ସଂପୃକ୍ତ ଲୋକମାନେ ଅତି ଦୟନୀୟ ଜୀବନ ଯାପନ କରୁଛନ୍ତି । ହୋଟେଲ, ରେଷ୍ଟୁରାଣ୍ଟ ଆଦି ବନ୍ଦ ରହିବା ସହିତ ଗାଡିମଟରଗୁଡିକ ରାସ୍ତା କଡରେ ଛିଡା ହୋଇରହିଥିଲା । ତେବେ ଏଭଳି ଏକ ଜଟିଳ ସମୟକୁ ସଦୁପଯୋଗ କରିଛନ୍ତି ଥାଇଲାଣ୍ଡର ଟ୍ୟାକ୍ସିଚାଳକ । ସେମାନେ ଦୀର୍ଘଦିନ ଛିଡା ହୋଇ ରହିଥିବା ଟ୍ୟାକ୍ସିଗୁଡିକର ଛାତ ଉପରେ ଛୋଟ ଛୋଟ ପନିପରିବା ବଗିଚା ସୃଷ୍ଟି କରିଛନ୍ତି । ସେମାନେ କଳା ରଙ୍ଗର ପ୍ଲାଷ୍ଟିକ ଥଳିକୁ ବାଉଁଶର ଫ୍ରେମ ମଧ୍ୟରେ ରଖି ସେଥିରେ ମାଟି ଭର୍ତ୍ତି କରିଛନ୍ତି । ତାହାପରେ ସେଥିରେ ସେମାନେ ବିଲାତି ବାଇଗଣ, କାକୁଡି, ବିନ ଆଦି ପନିପରିବା ଲଗାଇଛନ୍ତି । ଟ୍ୟାକ୍ସିଗୁଡିକ ଏକତ୍ର ପାର୍କି କରାଯାଇଥିବାବେଳେ ଉପରୁ ତାହା ଟ୍ୟାକ୍ସି ପାର୍କିଂ ପରିବର୍ତ୍ତେ ଏକ ଛୋଟ ବଗିଚା ଭଳି ମନେହେଉଛି । ସୂଚନାଯୋଗ୍ୟ ଯେ ବ୍ୟାଙ୍କକର ରାଚାପ୍ରୁକ ଏବଂ ବୋଭର୍ନ ଟାକ୍ସି ସମବାୟ ସଂସ୍ଥା ନିକଟରେ ସଂପ୍ରତି ୫୦୦ କାର ରହିଛି । ତାହାସହିତ ସହରର ଅନ୍ୟାନ୍ୟ ସ୍ଥାନରେ ଆଉ ପ୍ରାୟ ୨୫୦୦ କା?ର୍ ପାର୍କିଂ କରାଯାଇଛି । ତେବେ ଟ୍ୟାକ୍ସି ଡ୍ରାଇଭରମାନେ ଖୁସିରେ ସେମାନଙ୍କ କା?ର୍ ଉପରେ ଏଭଳି ବଗିଚା କରିନାହାନ୍ତି । ସେମାନେ କାମଧନ୍ଦା ହରାଇ ନିଃସ୍ୱ ହୋଇପଡିବା ସତ୍ୱେ ସେମାନଙ୍କୁ ସହାୟତା ନମିଳିବା ପ୍ରତିବାଦରେ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି । ତାହାସହିତ ଏଥିରେ ଯାହାକିଛି ପନିପରିବା ଫଳୁଛି ତାହା ସେମାନଙ୍କ ଘରେ ବ୍ୟବହାର ହେଉଛି । ଜଣାଯାଇଛି ଯେ ଅନେକ କାର ମାଲିକ ସେମାନଙ୍କ କାର ଋଣ ପରିଶୋଧ ମଧ୍ୟ କରିପାରୁନାହାନ୍ତି । ଥାଇଲାଣ୍ଡରେ ସଂପ୍ରତି ଦୈନିକ ସଂକ୍ରମଣ ହାର ପ୍ରାୟ ୧୫ହଜାର ରହିଛି ।

Leave a Reply