Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଝିଲି ମିଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଘର ହିଁ ବିଦ୍ୟାଳୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଝିଲି ମିଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଘର ହିଁ ବିଦ୍ୟାଳୟ

ଗୋଡ଼ଭଗା :ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ସରସ୍ୱତୀ ଶିଶୁ ମନ୍ଦିର ଠାରେ ରବିବାର ଦିନ ଶିଶୁ ବାଟିକା ବିଭାଗର ଚତୁର୍ଥ ପର୍ୟ୍ୟାୟ ଓ ପ୍ରାଥମିକ ବିଭାଗର ପ୍ରଥମ ସୋପାନ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଦୁଷ୍ମନ୍ତ ଭୋଇ ଯୋଗ ଦେଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମକୁନ୍ଦ ମହାରଣା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯକ୍ରମ ପରିଚାଳନା ଦାୟୀତ୍ୱରେ ତାପସ ଭୋଇ ରହିଥିଲେ ।ଶିଶୁ ବାଟିକା ବିଭାଗର ଔପଚାରିକ ଓ ଅନୌପଚାରିକ ଶିକ୍ଷାକୁ କୁନ୍ତି ପଧାନ ଓ ପ୍ରାଥମିକ ବିଭାଗର ସମଗ୍ର ଶିକ୍ଷାରେ ପିତାମାତାଙ୍କ ଭୂମିକା ସଂପର୍କରେ ଅଭିଭାବକ ମାନଙ୍କୁ ଅବଗତ କରାଇଥିଲେ ।ପରି ଶେଷରେ ସୃତି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply