Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜୁନାଗଡ ହାଇସ୍କୁଲ ଖେଳ ପଡିଆଠାରେ ଦକ୍ଷିଣ ସମ୍ଭାଗ ଖେଳକୁଦ ସମାରୋହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜୁନାଗଡ ହାଇସ୍କୁଲ ଖେଳ ପଡିଆଠାରେ ଦକ୍ଷିଣ ସମ୍ଭାଗ ଖେଳକୁଦ ସମାରୋହ


ଜୁନାଗଡ: କଳାହାଣ୍ଡି ଜିଲ୍ଲା ଜୁନାଗଡ ହାଇସ୍କୁଲ ଖେଳ ପଡିଆଠାରେ ଦକ୍ଷିଣ ସମ୍ଭାଗ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ କଳାହାଣ୍ଡି, ନବରଙ୍ଗପୁର, କରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାର ୧୪୯ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ଉଦଘାଟନୀ ଉତ୍ସବରେ ଜୁନାଗଡ ଏନଏସି ନଗରପାଲ ମୁକେଶ ଅଗ୍ରୱାଲ, ବିଡ଼ିଓ ତୁଲରାମ ମାରାଣ୍ଡି,ଦକ୍ଷିଣ ସମ୍ଭାଗ ସଂଯୋଜକ ସୁକାନ୍ତ ବେହେରା , ସଭାପତି ରୁପସିଂ ମାଝୀ, ସ୍ଥାନୀୟ ଜୁନାଗଡ ଶିଶୁ ବିଦ୍ୟା ମନ୍ଦିର ସଭାପତି ଇଶ୍ୱର ପୁଝାରୀ, ସମ୍ପାଦକ ହେମନ୍ତ କୁମାର ମୁଣ୍ଡ, ପ୍ରଥମ ଆଚାର୍ଯ୍ୟ ଶ୍ରବଣ କୁମାର ସାହୁ ଉପସ୍ଥିତ ଥିଲେ । ଉଦଯାପନୀ ଉତ୍ସବରେ ଶିଳ୍ପ ପତି ଦୁର୍ଗା ପ୍ରସାଦ ନାଏକ, ବେଦପ୍ରକାଶ ଗୋଏଲ, ସୁଭେନ୍ଦୁ ପଣ୍ଡା ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । କଳାହାଣ୍ଡି ବିଭାଗ ନିରୀକ୍ଷକ ବିପିନ ବିହାରୀ ମିଶ୍ରଙ୍କ ତୁତ୍ୱବଧାନରେ ୩୫ ଜଣ ପରିଚାଳକ ଖେଳକୁଦ ସମାରୋହକୁ ତୁରୋନିତ୍ କରିଥିଲେ । ୯୨ ଜଣ ଖେଳାଳି ପୁରସ୍କୃତ ହୋଇଥିବା ବେଳେ ସନ୍ତୋଷ ପରଜା, ବିଜୟ ମାଝୀ, ଟିକିମଣି ଶବର, ତୁଳସୀ କୁମାର ଦାସ, ରଞ୍ଜିତା, ରାଜେନ୍ଦ୍ର ପାଢ଼ୀ ଶେଷ୍ଠ କ୍ରୀଡାବିତ୍ ଭାବେ ସମ୍ମାନିତ ହୋଇଥିଲେ ।

Leave a Reply