Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାତୀୟ ବିଜ୍ଞାନ ଦିବସ ଓ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାତୀୟ ବିଜ୍ଞାନ ଦିବସ ଓ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ

ଆଠମଲ୍ଲିକ :ଶିଶୁ ବିଦ୍ୟାମନ୍ଦିର ,ଆଠମଲ୍ଲିକ ଠାରେ ସକାଳ ୯ ଘଟିକା ସମୟରେ “ଜାତୀୟ ବିଜ୍ଞାନ ଦିବସ” ଓ ଶିଶୁ ବାଟିକା ବିଭାଗର ମାଆ ମାନଙ୍କୁ ନେଇ “ଘରହିଁ ବିଦ୍ୟାଳୟ ପ୍ରକଳ୍ପ” କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଭାଗର ସଂଘ ଚାଳକ ସୁଧୀର କୁ.ମିଶ୍ର ଓ ମୁଖ୍ୟ ବକ୍ତା ଭାବେ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟର ନର୍ସ ସ୍ନିଗ୍ଧା ରାଣୀ ସିଂ ଯୋଗଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରୁଦ୍ରମୋହନ ହୋତା ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ଆଚାର୍ଯ୍ୟ ସୁଜିତ କୁ.ହୋତା “ଜାତୀୟ ବିଜ୍ଞାନ ଦିବସ” ର ଉଦେ୍ଦଶ୍ୟ କଥନ କରିଥିଲେ ।ପ୍ରଥମ ପର୍ଯ୍ୟାୟରେ ଶିଶୁବାଟିକା ବିଭାଗର ମାଆ ମାନଙ୍କୁ ନେଇ “ଘରହିଁ ବିଦ୍ୟାଳୟ ପ୍ରକଳ୍ପ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପ୍ରଶ୍ନ ମଞ୍ଚ, ତୃତୀୟ ,ଚତୁର୍ଥ,ପଞ୍ଚମ ଶ୍ରେଣୀ ର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ ସେହିପରି ଷଷ୍ଠ ,ସପ୍ତମ ,ଅଷ୍ଟମ ଶ୍ରେଣୀ ଭାଇ ଭଉଣୀ ମାନଙ୍କ ମଧ୍ୟରେ ପେପର କଟିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ୩୦ ଜଣ ମାଆ ଓ ୧୫୦ ଜଣ ଶିଶୁ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଦିଲ୍ଲୀପ କୁ.ମିଶ୍ର ଧନ୍ୟ୍ୱାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କରିଥିଲେ ।

Leave a Reply