Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଖୋର୍ଦ୍ଧା ବିଭାଗ ସାମୂହିକ ଆଚାର୍ଯ୍ୟ କର୍ମଶାଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜଟଣୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଖୋର୍ଦ୍ଧା ବିଭାଗ ସାମୂହିକ ଆଚାର୍ଯ୍ୟ କର୍ମଶାଳା

ଜଟଣୀ: ଜଟଣୀ ପଞ୍ଚାୟତ ସମିତି ଅନ୍ତର୍ଗତ ବିଶିଅ ।ପଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଖୋର୍ଦ୍ଧା ବିଭାଗ ସାମୂହିକ ଆଚାର୍ଯ୍ୟ କର୍ମଶାଳା ରସାୟନ ବିଜ୍ଞାନ ଅଧ୍ୟାପକ ଗଙ୍ଗାଧର ବରାଳଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଶ୍ରୀ ବରାଳ ହିନ୍ଦୁ ଜୀବନ ଶୈଳୀରେ ବୈଜ୍ଞାନିକତା ଉପରେ ଆଲୋକପାତ କରିଥିଲେ । ଶିକ୍ଷାବିତ୍ ଡ ଗଣେଶ୍ୱର ସ୍ୱ୍ୱାଇଁ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ୨୦୦ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଜୀବନି ଚରିତ ଉପରେ ବକ୍ତବ୍ୟ ରଖିଥିଲେ । ଏହି କର୍ମଶାଳାରେ ବହୁ ପ୍ରଶିକ୍ଷିତ ପ୍ରଶିକ୍ଷକଙ୍କ ଦ୍ବାରା ବହୁ ବିକଳ୍ପ ପ୍ରଶ୍ନ ପ୍ରସ୍ତୁତି କୌଶଳ, ଆଦର୍ଶ ଶିକ୍ଷାଦାନ, କ୍ରିୟାକଳାପ ଓ ଉପକରଣ ପ୍ରଦର୍ଶନ ଓ ଦୈନିକ ପାଠ୍ୟ ଯୋଜନା ପୁସ୍ତକର ଆବଶ୍ୟକତା ଏବଂ ସାଧାରଣ ଶିକ୍ଷା ପଦ୍ଧତି, ନିୟମ ଓ ଉପକରଣ ପ୍ରୟୋଗ ଉପରେ ମାଧ୍ୟମିକ ସ୍ତରରେ ୯ ମ ଓ ୧୦ମ ଶ୍ରେଣୀର ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ସତ୍ୟବାଦୀ ଦାସ, ଉପସଭାପତି ବାସନ୍ତୀ ନାୟକ, କୋଷାଧ୍ୟକ୍ଷ ମାନସ ପ୍ରତିହାରୀ, ଯୁଗ୍ମସଂପାଦକ ତୋଫାନ୍ ସାମନ୍ତରାୟ, ବିଦ୍ୱତ ପରିଷଦ ଉପସଭାପତି ଗଦାଧର ରାଉତରାୟ, ବେଣାପଞ୍ଜୁରୀ ସମିତିସଭ୍ୟ ଶରତ ପାଲଟାସିଂହ, ଶାହା ଜାଫର୍ ଅଲ୍ଲୀ, ଅବସରପ୍ରାପ୍ତ ପୁଲିସ ଅଧିକାରୀ ଶରତ କୁମାର ପାଇକରାୟ, ବିଶିଷ୍ଟ ପଟ୍ଟଶୀଳ୍ପି ମୂର୍ତ୍ତୀକାର ତଥା ବିଦ୍ୱତ ପରିଷଦ ସଭ୍ୟ ନୀଳକଣ୍ଠ ମହାରଣା, ପୂର୍ବତନ ପରି·ଳନା ସଦସ୍ୟ ଶ୍ରୀନିବାସ ବଳିଆରସିଂହ ପ୍ରମୁଖ ଉପସ୍ଥିତ ରହି ଶୈକ୍ଷିକ ଗୁଣବତ୍ତା ବୃଦ୍ଧି ନିମନ୍ତେ ବକ୍ତବ୍ୟ ରଖିଥିଲେ । ସମାରୋପ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ବିଦ୍ୟାଳୟର ସଭାପତି ତଥା ବାଗ୍ମୀ ଶିକ୍ଷାବିତ ରମେଶଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଜୟନ୍ତୀ ଛୋଟରାୟ ପ୍ରମୁଖ ଉପସ୍ଥିତ ରହି ଶିଶୁବିଦ୍ୟାମନ୍ଦିର ଶିକ୍ଷାଦାନ ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି କର୍ମଶାଳାରେ ବିଦ୍ୟାମନ୍ଦିର ବିଭାଗର ସଂଯୋଜକ ତଥା ଜଟଣୀ ଶିଶୁବିଦ୍ୟାମନ୍ଦିରର ପ୍ରଧାନ ଅ ।ଚାର୍ଯ୍ୟ ମାନସ ରଞ୍ଜନ ଜେନାଙ୍କ ସଂଯୋଜନାରେ ଶୈକ୍ଷିକ କାଳାଂଶ ସୁଚାରୁ ରୂପେ ପରିଚାଳନା ହୋଇଥିଲା । ଖୋର୍ଦ୍ଧା ବିଭାଗ ନିରୀକ୍ଷକ ସୁଧୀର ନାୟକଙ୍କୁ ପର୍ଯ୍ୟବେକ୍ଷକତାରେ କାର୍ଯ୍ୟଶାଳାଟି ସୁସମ୍ପାଦିତ ହୋଇଥିଲା ।

Leave a Reply