Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚଳିତ ମେଟ୍ରିକ୍ ପରିକ୍ଷାରେ ଚମ୍ପୁଆ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ସଫଳତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚଳିତ ମେଟ୍ରିକ୍ ପରିକ୍ଷାରେ ଚମ୍ପୁଆ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ସଫଳତା

ଚମ୍ପୁଆ: ଚଳିତ ମେଟ୍ରିକ୍ ପରିକ୍ଷାରେ ଚମ୍ପୁଆ ସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ସତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ଚଳିତ ବର୍ଷ ୧୮୯ ଛାତ୍ରଛାତ୍ରୀ ଏହି ପରିକ୍ଷା ଦେଇଥିଲା ବେଳେ ଏ ୱାନରେ ୬ଜଣ, ଏ ଟୁରେ ୨୭ଜଣ, ବି ୱାନରେ ୪୭ଜଣ, ବି ଟୁରେ ୫୯ଜଣ, ସି ଗ୍ରେଡରେ ୪୧ଜଣ ଓ ଡି ଗ୍ରେଡ୍ରେ ୯ଜଣ ପିଲା କୃତକାର୍ଯ୍ୟ ହେଇଛନ୍ତି । ଏମାନଙ୍କ ମଧ୍ୟରୁ ଶ୍ରୀମାନ ବିଭୂତି ଭୂଷଣ ବାରିକ୍ ସର୍ବାଧିକ ୫୬୧ ନମ୍ବର, ବାଦଲ କର ୫୫୦, ରଶ୍ମିରେଖା ପ୍ରଧାନ ୫୪୭, ଅଜିତ୍ କୁମାର ମହାନ୍ତ ୫୪୫, ଦୋଳଗୋବିନ୍ଦ ପ୍ରଧାନ ୫୪୩ ଓ ଅନୟ ବଡପଣ୍ଡା ୫୪୦ ନମ୍ବର ରଖି ୯୦ ପ୍ରତିଶତ ଉପରେ ରହିଛନ୍ତି । ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସ ,ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Leave a Reply