Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
“ଘର ହିଁ ବିଦ୍ୟାଳୟ” କାର୍ଯ୍ୟକ୍ରମ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

“ଘର ହିଁ ବିଦ୍ୟାଳୟ” କାର୍ଯ୍ୟକ୍ରମ

ତାଳଚେର : ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଶିଶୁ ବାଟିକା ବିଭାଗର ଦ୍ୱିତୀୟ ପର୍ଯ୍ୟାୟ “ଘର ହିଁ ବିଦ୍ୟାଳୟ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ, ସହ ସମ୍ପାଦକ ବିକ୍ରମ ଜେନା, କୋଷାଧ୍ୟକ୍ଷ ପଂଚାନନ ବେହେରା ଓ ମୁଖ୍ୟ ବକ୍ତା ଭାବରେ ଶିଶୁ ବାଟିକା ପ୍ରମୁଖ କୁମୁଦ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଆଚାର୍ଯ୍ୟା ସରସ୍ୱତୀ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥବା ବେଳେ ପ୍ରଧାନାଚାର୍ଯ୍ୟ ଶ୍ରୀ ଦେହୁରୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅଭିଭାବକମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀ ସାହୁ ଶିଶୁର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସଂସ୍କାରପୂର୍ଣ୍ଣ ଓ ଶ÷କ୍ଷିକ ବାତାବରଣ ସୃଷ୍ଟି କରିବା ଆବଶ୍ୟକ ଏକାନ୍ତ ଆବଶ୍ୟକ । ଏଥିପାଇଁ ପରିବାର ଓ ପିତାମାତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ । ତାହାସହିତ ଶିଶୁର ମାନସିକ,ଶାରିରୀକ ଓ ବୌଦ୍ଧିକ ବିକାଶ ପାଇଁ ପୁଷ୍ଟିକର ଖାଦ୍ୟ ଏକାନ୍ତ ଅପରିହାର୍ଯ୍ୟ ବୋଲି ଅତିଥିମାନେ ଦର୍ଶାଇଥିଲେ । କାର୍ଯ୍ୟକ୍ରମରେ ୪୬ ଜଣ ଅଭିଭାବକ,ଅଭିଭାବିକା ଯୋଗ ଦେଇଥିଲେ । ଆଚାର୍ଯ୍ୟା ପ୍ରିୟଙ୍କା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟା କଳ୍ପନା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ବସନ୍ତ କୁମାର ମହାନ୍ତି,ଶାନ୍ତିପି୍ରୟା ପ୍ରଧାନ, ହିମାଂଶୁ ଦାସ, ରୀତା ଭୂତିଆ, ସଞ୍ଜୟ ବାରିକ, ରଞ୍ଜୁବାଳା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply