Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋଲାମୁଣ୍ଡା ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକୋତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋଲାମୁଣ୍ଡା ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକୋତ୍ସବ


ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଲାମୁଣ୍ଡା ସରସ୍ୱତୀ ଶିଶୁ ମନ୍ଦିରର ଷଷ୍ଠ ତମ ବାର୍ଷିକ ଉତ୍ସବ ସମାରୋହର ମହା ଆଡ଼ମ୍ବରରେ ସମାପନ ହୋଇଯାଇଛି । ଏହି ଅବସରରେ ଗୋଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଗୋଲାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ ଏବଂ ସମାଜସେବୀ ସୁବାଷ ଚନ୍ଦ୍ର ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଗୋଦାବରୀଶ ପଣ୍ଡା ମୁଖ୍ୟବକ୍ତା ଭାବେ ଶିକ୍ଷା ବିକାଶ ସମିତି ଓଡିଶା ଏବଂ ସରସ୍ୱତୀ ଶିଶୁ ମନ୍ଦିର ଯୋଜନା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସର୍ବ ପ୍ରଥମେ ମା’ ବିଣାପାଣିଙ୍କ ପାଖରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଦୀପ ପଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ଥାନୀୟ ଶିଶୁ ମନ୍ଦିରର ଗୁରୁଜୀ ଅଶ୍ୱିନୀ ମଲ୍ଲିକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ପରିଚାଳନା ସମିତିର ସଂପାଦକ ଅନିଲ କୁମାର ରାଉତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବ୍ରହ୍ମା ପ୍ରସାଦ କାଣ୍ଡ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିବାବେଳେ ସମସ୍ତ ସମ୍ମାନିତ ଅତିଥି ଏବଂ ମୁଖ୍ୟ ଅତିଥି ବିନ୍ଦୁ ମହାନନ୍ଦ ଅଭିଭାଷଣ ପ୍ରଦାନ କରି ସମସ୍ତ ଅଭିଭାବକ, ଅଭିଭାବିକା, ଛାତ୍ର,ଛାତ୍ରୀ ଦର୍ଶକ ମାନଙ୍କ ମନ ଜିଣିଥିଲେ । ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ ପରେ ପରିଚାଳନା ସମିତିର ସଭାପତି ସୁରେନ୍ଦ୍ର କୁମାର ମୁଣ୍ଡ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ପରେ ସରସ୍ୱତୀ ଶିଶୁ ମନ୍ଦିର ଗୋଲାମୁଣ୍ଡାର କୁନିକୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply