Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରଖନାଥ ମନ୍ଦିରରେ ପଶି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ମାମଲାରେ କୋର୍ଟଙ୍କ ବଡ଼ ନିଷ୍ପତ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରଖନାଥ ମନ୍ଦିରରେ ପଶି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ମାମଲାରେ କୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଳୀ : ଗୋରଖନାଥ ମନ୍ଦିରରେ ପଶି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ମାମଲାରେ କୋର୍ଟଙ୍କ ବଡ଼ ନିଷ୍ପତ୍ତି । ସୋମବାର ଏଟିଏସ-ଏନଆଇଏ କୋର୍ଟ ଏହି ମାମଲାରେ ଦୋଷୀ ଅହମଦ ମୁର୍ତଜାକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ମୁର୍ତଜାକୁ ଦେଶ ବିରୋଧୀ କାର୍ଯ୍ୟକଳାପ (ୟୁଏପିଏ), ଦେଶ ବିରୋଧରେ ଯୁଦ୍ଧ ଏବଂ ଆତ୍ମଘାତୀ ଆକ୍ରମଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲାୟ ସୋମବାର ମୁର୍ତଜାକୁ ଶୁଣାଣି ପାଇଁ କୋର୍ଟରେ ହାଜର କରାଯାଇଥିଲା । ଏଟିଏସ-ଏନଆଇଏ କୋର୍ଟ ମୁର୍ତଜାକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି । ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲ୍ ୩ ତାରିଖେର ମୁର୍ତଜା ଗୋରଖନାଥ ମନ୍ଦିରରେ ପଶି ସୁରକ୍ଷାକର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ୪ ଏପ୍ରିଲରେ ଗୋରଖନାଥ ଥାନାର ମୁଖ୍ୟ କନଷ୍ଟେବଲ ବିନୟ କୁମାର ମିଶ୍ରା ମୁର୍ତଜା ବିରୋଧରେ ମାମଲା ରୁଜୁ କରିଥିଲେ । ସେ ମନ୍ଦିରର ୧ ନମ୍ବର ଗେଟ୍ର ସୁରକ୍ଷା ମୁଖ୍ୟ ଥିଲେ । ମୁର୍ତଜା ପିଏସିର ସିପାହୀ ଅନିଲ କୁମାର ପାସୱାନଙ୍କ ଉପରେ ଆକ୍ରମଣ କରି ତାଙ୍କଠାରୁ ହତିଆର ଛଡ଼େଇବାକୁ ଚେଷ୍ଟା କରିଥିଲା । ଅନ୍ୟ ସୁରକ୍ଷାକର୍ମୀ ସେଠାକୁ ସାହାଯ୍ୟ ପାଇଁ ଆସିବାବେଳେ ମୁର୍ତଜା ତାଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲା । ଏହାପରେ ସେ ହତିଆର ଧରି ଧାର୍ମିକ ନାରା ଲଗାଇଥିଲା । ପୋଲିସ୍ ଗିରଫ କରି ଜେଲ୍ ପଠାଇଥିଲା । ଯାଞ୍ଚରେ ତା’ ପାଖରୁ ହତିଆର ଆଦି ଉଦ୍ଧାର ହୋଇଥିଲା ।ଏହି ମାମଲାରେ ଏଟିଏସ ଏହି ମାମଲାରେ ମୁର୍ତଜାଙ୍କୁ ୨୫ ଏପ୍ରିଲ ୨୦୨୨ ରେ ସ୍ୱତନ୍ତ୍ର ଅଦାଲତରେ ହାଜର କରିଥିଲା ଏବଂ ରିମାଣ୍ଡରେ ପୋଲିସ୍ ହେପାଜତକୁ ନେଇଥିଲା । ୨୭ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ ପରେ ଏଟିଏସ-ଏନଆଇଏ କୋର୍ଟ ନିଷ୍ପତ୍ତିରେ ପହଞ୍ଚିଥିଲେ ଏବଂ ସୋମବାର ଦୋଷୀକୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ ।

Leave a Reply