Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋବିନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକୋତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋବିନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକୋତ୍ସବ

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୫ମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍ଘାଟନ କରି ନୈତିକ ଶିକ୍ଷା ଓ ଗୁଣାତ୍ମକ ଶିକ୍ଷା ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ସଭାପତି ହୃଷିକେଶ ରଣା ସଭାପତିତ୍ୱ କରିଥିବା ବେଳେ ପ୍ରଧାନାଚାର୍ଯ୍ୟା ମଉନାବତୀ ସ୍ୱାଇଁ ବିଦ୍ୟାଳୟ ବାର୍ଷିକ ବିବରଣୀ ପାଠ କରିଥିଲେ । ସଂପାଦକ ବ୍ରହ୍ମାନନ୍ଦ ସାମଲ ଅତିଥି ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗୋବିନ୍ଦପୁର ସରପଂଚ ଅରୁଣ ପରିଡା ଯୋଗଦେଇ ଅଭିଭାବକ ଓ ଗୁରୁଜୀଗୁରୁମା ଚାହିଁଲେ ବିଦ୍ୟାମନ୍ଦିର ପିଲାମାନେ ଉତମ ଛାତ୍ରଛାତ୍ରୀ ହୋଇପାରିବେ । ଅନ୍ୟତମ ଅତିଥି ଭାବେ ଦୟାନିଧି ଦାସ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଏବଂ ବିଦ୍ୟାଳୟର ବିକାଶ ସମ୍ବନ୍ଧରେ ଆଲୋକପାତ କରିଥିଲେ । ନଗର ସଂଘ ଚାଳକ ଶକ୍ତି ପ୍ରସାଦ ନନ୍ଦ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳ୍ୟରେ ଦିଆଯାଉଥିବା ନୈତିକ ଓ ଗୁଣାତ୍ମକ ଶିକ୍ଷାକୁ ଅଭିଭାବକମାନେ ଯଦି ଘରେ ପିଲାମାନଙ୍କୁ ଅଭ୍ୟାସ କରାଇବେ ତେବେ ଯାୟୀ ପିଲାମାନେ ଭବିଷ୍ୟତରେ ସୁନାଗରିକ ହୋଇପାରିବେ । ସଭାପତି ହୃଷିକେଶ ରଣା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଉତ୍ସବରେ ବିଦ୍ୟାଳୟର ଶିଶୁ ଭାଇଭଉଣୀମାନଙ୍କୁ ଅତିଥିମାନେ ତଥା ଜିଲ୍ଲା ସହପ୍ରମୁଖ ମନମୋହନ ତ୍ରିପାଠୀ ଏବଂ ନିକଟସ୍ଥ ଶିଶୁ ବିଦ୍ୟାମନ୍ଦିରର ସଂପାଦକ ଏବଂ ପ୍ରଧାନ ଆଚାର୍ଯ୍ୟମାନେ ପୁରସ୍କାର ବିତରଣ କରିଥିଲେ । ପରିଶେଷରେ ଶିଶୁ ଭାଇଭଉଣୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply