Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଖାଆନ୍ତୁ ଓ ଖୁଆନ୍ତୁ:ଲାଉ ରାଇତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଖାଆନ୍ତୁ ଓ ଖୁଆନ୍ତୁ:ଲାଉ ରାଇତା

ସାମଗ୍ରୀ-କୋରା ଲାଉ ୧କପ୍‌, ଦହି – ୧ କପ୍‌, କଟା କଞ୍ଚାଲଙ୍କା – ୧, ଜିରା ଗୁଣ୍ଡ – ୧/୨ ଚାମଚ, ଗରମ ମସଲା – ୧/୨ ଚାମଚ, ଲଙ୍କା ଗୁଣ୍ଡ – ୧/୪ ଚାମଚ, କଳାଲୁଣ – ଚିମୁଟାଏ, ପାଣି , ଲୁଣ ଏବଂ ଧନିଆ ପତ୍ର ଆବଶ୍ୟକ ଅନୁସାରେ । ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ କଡ଼େଇରେ ପାଣି ଦେଇ କୋରା ହୋଇଥିବା ଲାଉ ଓ ସାମାନ୍ୟ ଲୁଣ ପକାଇ ସିଝାନ୍ତୁ । ପରେ ତାକୁ ଛଣାକୁ କାଢ଼ି ପାଣିକୁ ଭଲଭାବେ ନିଗାଡ଼ନ୍ତୁ । ତାକୁ ଗୋଟିଏ ପାତ୍ରକୁ ରଖି ଦହି ମିଶାନ୍ତୁ । ଦହିକୁ ଲାଉ ସହ ମିଶାଇ ୫ ମିନିଟ୍ ଯାଏ ଭଲଭାବେ ଗୋଳାନ୍ତୁ । ଏବେ ସେଥିରେ କଟା କଞ୍ଚା ଲଙ୍କା, ଗରମ ମସଲା, ଜିରା ଗୁଣ୍ଡ, ସାମାନ୍ୟ କଳାଲୁଣ ଓ ଲଙ୍କା ଗୁଣ୍ଡ ପକାଇ ଗୋଳାନ୍ତୁ । ଏବେ ତା’ଉପରେ କିଛି କଟା ଧନିଆ ପତ୍ର ପକାଇ ସଜାନ୍ତୁ । ପ୍ରସ୍ତୁତ ହେଲା ଲାଉ ରାଇତା । ଭାତ ସହ ପରଷନ୍ତୁ ।

Leave a Reply