Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କ୍ଷମ ତରଫରୁ ଉଚ୍ଚ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷଣ ଶିବିର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କ୍ଷମ ତରଫରୁ ଉଚ୍ଚ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷଣ ଶିବିର

କୋଲନାରା ୨୫ା୧(ବି.ପ୍ର): କୋଲନାରା ବ୍ଲକ ଅନ୍ତର୍ଗତ ମୁନିସିଙ୍ଗ ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସକ୍ଷମ ରାୟଗଡା ଆନୁକୂଲ୍ୟରେ ଚକ୍ଷୁ ପରୀକ୍ଷଣ ଶିବିରର ଆୟୋଜନ ହେଇଜାଇଛି । ବିଦ୍ୟାଳୟର ୬୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଙ୍କ ଚକ୍ଷୁ ପରୀକ୍ଷଣ କରିବା ସହ ୧୨ଜଣ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟ ପରୀକ୍ଷଣ ହେଇଜାଇଛି.ପରୀକ୍ଷଣ କରାଯାଇଥିବା ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରୁ ୫ଜଣଙ୍କ ପାଇଁ ଚଷମା ଆବଶ୍ୟକତା ରହିଛି, ଜାହା ସକ୍ଷମ ତରଫରୁ ଦିଆଯିବ ତତ୍ସହିତ ଜଣେ ଛାତ୍ର ଜିଏ ବଧିର ଦିବ୍ୟାଙ୍ଗ ରୂପେ ଚିହ୍ନଟ ହେଇଛନ୍ତି.ସକ୍ଷମ ରାୟଗଡା ଆବଶ୍ୟକତା ଅନୁଯାୟୀ ସମସ୍ତଙ୍କ ଯଥାଶୀଘ୍ର ସୁବିଧା କରାଇବ ଜାହା ପ୍ରାନ୍ତର ସଚିବ ଶ୍ରୀ ରାମଚନ୍ଦ୍ର ସାହୁ କହିଛନ୍ତି.ଶ୍ରୀ ବିଜୟ କୁମାର ମିଶ୍ର (କୋଷାଦକ୍ଷ, ସକ୍ଷମ) ଙ୍କ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିବା ବେଳେ, ଶ୍ରୀ ଶ୍ୟାମ କୁମାର ଦାଶ (ପ୍ରାନ୍ତ ଯୁବା ପ୍ରମୁଖ/ÿଜିଲ୍ଲା ସମ୍ପାଦକ-ସକ୍ଷମ)ଏକ ବୈଠକ କରି ସକ୍ଷମ ବିଷୟରେ ବିସ୍ତୃତ ଭାବେ ସମସ୍ତଙ୍କ ଆଗରେ ଉପସ୍ଥାପନା କରିବା ସହ ସମସ୍ତ ୨୧ପ୍ରକାର ଦିବ୍ୟାଙ୍ଗ ଙ୍କ ସରକାରୀ ଯୋଜନା ବିଷୟରେ କହିଥିଲେ, ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା(ÿଜିଲ୍ଲା ସମ୍ପାଦକ-ସେବା ଭାରତୀ) କାର୍ଯ୍ୟକ୍ରମ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ, ଶ୍ରୀ ଏମ ବିଦ୍ୟା ସାଗର (ପାଳକ, ସକ୍ଷମ ÿଜିଲ୍ଲା ଦିବ୍ୟାଙ୍ଗ କେନ୍ଦ୍ର), ବିଦ୍ୟାଳୟ ର ଭରପ୍ରାପ୍ତ ପ୍ରଧନଶିକ୍ଷକ ଶ୍ରୀ ଗଦାଧର ପାଢ଼ୀ, ଶ୍ରୀ ଅଭିମନ୍ୟୁ ରାଉଳ, ଶ୍ରୀ ଚନ୍ଦ୍ରଶେଖର ବେହେରା ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ.ରାୟଗଡା ÿଜିଲ୍ଲା ରେ ସକ୍ଷମ ଯୋଜନା ରେ ଏପରି ଅନେକ ଶିବିର (ଭ୍ରାମ୍ୟମାଣ ଚକ୍ଷୁ ଯତ୍ନ କେନ୍ଦ୍ର)ଚାଲିଥିବା ବେଳେ ଆଗାମି ଦିନରେ ମଧ୍ୟ ଏପରି କାର୍ଯ୍ୟକ୍ରମ ଜାରି ରହିବ ଶ୍ରୀ ଶ୍ୟାମ କୁମାର ଦାଶ ସୂଚନା ଦେଇଛନ୍ତି ।

Leave a Reply