Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କୋର୍ଟ ଦ୍ୱାରା ସେକୁଲାରିଜମ ରାଷ୍ଟ୍ରରେ ସଠିକ ନିର୍ଣ୍ଣୟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କୋର୍ଟ ଦ୍ୱାରା ସେକୁଲାରିଜମ ରାଷ୍ଟ୍ରରେ ସଠିକ ନିର୍ଣ୍ଣୟ

 ପ୍ରୟାଗରାଜ:ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରେ ରାଜପଥର ପ୍ରଶସ୍ତିକରଣରେ ବାଧା ସାଜୁଥିବହା ସୈଦାବାଦ ଶାହୀ ମସଜିଦକୁ ଧ୍ୱସ୍ତ କରି ଦିଆଯାଇଛି । ଏହି ମସଜିଦଟି ଉତ୍ତର ପ୍ରଦେଶ ସରକାରର ପୂର୍ତ ବିଭାଗର ଜମିରେ ଠିଆ ହୋଇଥିଲା । ଏହାକୁ ଭାଙ୍ଗିବା ପୂର୍ବରୁ ପ୍ରଶାସନ ପକ୍ଷରୁ ସଂପୃକ୍ତ ମସଜିଦକୁ ନୋଟିସ ଜାରୀ କରାଯାଇଥିଲା । ମସଜିଦକୁ ରକ୍ଷା କରିବାକୁ ସ୍ଥାନୀୟ ଲୋକ ମାନେ ହାଇକୋର୍ଟର ଦ୍ୱାରସ୍ଥ  ମଧ୍ୟ ହୋଇଥିଲେ । ସ୍ଥାନୀୟ ଏସଡିଏମ ରମେଶ ଚନ୍ଦ୍ର ମୌର୍ଯ୍ୟ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ପୂର୍ତ ବିଭାଗର ଜମିରେ ଏହି ମସଜିଦ ସ୍ଥାପନା କରାଯାଇଥିଲା । ଏ ସମ୍ପର୍କରେ ସେମାନେ ହାଇକୋର୍ଟ ଓ ଦେୱାନୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ କୋର୍ଟ ସେମାନଙ୍କୁ ଆଶ୍ୱସ୍ତି ଦେଇ ନ ଥିଲା । ମସଜିଦର ଇନ୍ଦଜାମିଆ କମିଟି ସହ ପ୍ରଶାସନ ଦୁଇ – ତିନି  ପର୍ଯ୍ୟାୟର କଥାବାର୍ତା କରିଛି । କଥାବାର୍ତା ପରେ ଇନ୍ତଜାମିଆ କମିଟିର ଲୋକ ମାନଙ୍କ ଦ୍ୱାରା ନିଜେ ଏହାକୁ ହଟାଇବାର କାମ କରାଯାଉଛି ।ଟ୍ୱିଟର ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି  । ଜଣେ ଟ୍ୱିଟର ବ୍ୟବହାର କାରୀ ଏହି ଭିଡିଓ ଉପରେ କମେଂଟ କରି ଲେଖିଛନ୍ତି ଯେ – ଏହା କୋର୍ଟ ଦ୍ୱାରା ସଠିକ ସେକୁଲାରିଜମ । କୋର୍ଟ ପ୍ରୟାଗରାଜରେ ମୁସଲମାନ ମାନଙ୍କୁ ହରାମରୁ ବଂଚାଇଛନ୍ତି। ବେଆଇନ ସମ୍ପତି ଉପରେ ତିଆରି କରାଯାଇଥିବା ମସଜିଦ ଗୁଡିକ ଇସଲାମରେ ହାରାମ  ବୋଲି ଉଲ୍ଲେଖ କରାଯାଇଛି । ତେଣୁ ଏଭଳି ମସଜିଦକୁ ହଟାଇବାକୁ ରାୟ ଦେବା ନିଶ୍ଚିତ ଭାବେ ସେକୁଲାରିଜମ । ସୂଚନାଯୋଗ୍ୟ ଯେ ଏହି ମସଜିଦକୁ ଆଫଗାନୀ ଆକ୍ରମଣକାରୀ ଶେରଶାହ ସୁରୀ ନିର୍ମାଣ କରାଇଥିଲା । 

Leave a Reply