Warning: Private methods cannot be final as they are never overridden by other classes in /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php on line 425

Warning: Private methods cannot be final as they are never overridden by other classes in /home/thxlzghk/news.vskodisha.com/wp-content/plugins/wp-rocket/inc/classes/traits/trait-memoize.php on line 87

Warning: Cannot modify header information - headers already sent by (output started at /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php:425) in /home/thxlzghk/news.vskodisha.com/wp-content/plugins/wp-rocket/inc/classes/Buffer/class-cache.php on line 214

Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କେନ୍ଦ୍ରାପଡ଼ା ଅଙ୍ଗନୱାଡି ୱାର୍କରସ ଆସୋସିଏସନ୍ ପକ୍ଷରୁ ଦାବିପତ୍ର ପ୍ରଦାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କେନ୍ଦ୍ରାପଡ଼ା ଅଙ୍ଗନୱାଡି ୱାର୍କରସ ଆସୋସିଏସନ୍ ପକ୍ଷରୁ ଦାବିପତ୍ର ପ୍ରଦାନ

ଅଙ୍ଗନୱାଡି ୱାର୍କରସ ଆସୋସିଏସନ୍ ପକ୍ଷରୁ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡ଼ା: ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ପକ୍ଷରୁ ଏକ ଶୋଭାଯାତ୍ରା ତିନିମୁହାଣି ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ଆସିଥିବା ଅଙ୍ଗନୱାଡି କର୍ମୀ ଓ ସଙ୍ଘର ନେତୃତ୍ୱମାନେ ସେମାନଙ୍କ ନ୍ୟାୟ ସଙ୍ଗତ ଦାବିକୁ ନେଇ ସଙ୍ଘ ପକ୍ଷରୁ ଭୁବନେଶ୍ୱରଠାରେ ଗତ ନଭେମ୍ବର ମାସ ୨୧ ତାରିଖଠାରୁ ଅଦ୍ୟାବଧି ୩୭ ଦିନ ଧରି ଧାରଣା ପ୍ରଦର୍ଶନ ସହିତ କାର୍ଯ୍ୟବନ୍ଦ ଆନେ୍ଦାଳନ ଚାଲୁ ରହିଥିବା ବେଳେ ରାଜ୍ୟ ସରକାର ସେଥିପ୍ରତି ଦୃଷ୍ଟି ଦେଉ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସେମାନଙ୍କ ଦାବି ଅନୁଯାୟୀ ୨୦୧୮ ମସିହା ଆନେ୍ଦାଳନ ବେଳେ ବହିଷ୍କୃତ ୬ ଜଣ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ, ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, କର୍ମୀଙ୍କୁ ମାସିକ ୧୮ ହଜାର ଓ ସହାୟିକାଙ୍କୁ ୯ ହଜାର ଟଙ୍କା ପ୍ରଦାନ, ମିନି ଅଙ୍ଗନୱାଡି କର୍ମୀଙ୍କୁ ଅଙ୍ଗନୱାଡି କର୍ମୀର ମାନ୍ୟତା, ଅବସରକାଳୀନ ସହାୟତା ୫ଲକ୍ଷ ଓ ମାସିକ ପେନ୍ସନ୍ ୫ ହଜାର ଟଙ୍କା ପ୍ରଦାନ, କାର୍ଯ୍ୟରତ ଭାବେ ମୃତୁ୍ୟବରଣ କଲେ ସେହି ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ସହ ପରିବାରର ଜଣଙ୍କୁ ଚାକିରୀ ପ୍ରଦାନ, ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡି କର୍ମୀଙ୍କୁ ବାଦ ଦିଆଯିବା, ୨୦୧୮ରେ ଘୋଷିତ ଗ୍ରୀଷ୍ମ ଅବକାଶକୁ ଲାଗୁ କରାଯିବା, ସମସ୍ତ ଅଙ୍ଗନୱାଡି କର୍ମଚାରୀଙ୍କୁ ପ୍ରି ପ୍ରାଇମେରୀ ଶିକ୍ଷୟିତ୍ରୀର ମାନ୍ୟତା ପ୍ରଦାନ, ସ୍ନାତ୍ତକ ଓ ତଦୁର୍ଦ୍ଧ ଅଙ୍ଗନୱାଡିକର୍ମୀଙ୍କୁ ସୁପରଭାଇଜର ପଦକୁ ପଦୋନ୍ନତି ପ୍ରଦାନ ପ୍ରଭୃତି ଦାବି ରହିଛି । ପ୍ରତିବାଦ ସଭା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ୮ଦଫା ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ସଙ୍ଘର ଜିଲ୍ଲା ସଭାନେତ୍ରୀ ସରୋଜିନୀ ବେଉରା ଓ ସମ୍ପାଦିକା ପୁଷ୍ପଲତା ରଥ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply