Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାକଟପୁର ପୋଲିସ୍ ଦ୍ୱାରା ୨୮ ଚୋରା ବାଛୁରୀ ଉଦ୍ଧାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାକଟପୁର ପୋଲିସ୍ ଦ୍ୱାରା ୨୮ ଚୋରା ବାଛୁରୀ ଉଦ୍ଧାର

କାକଟପୁର: ଗୁରୁବାର ସନ୍ଧ୍ୟା ପ୍ରାୟ ୫ ଟା ସମୟରେ କାକଟପୁର ବାଙ୍କେଶ୍ୱର ଠାରେ ବେଆଇନ ଗୋଚାଲାଣ ହେଉଥିବାରେ ଖବର ପାଇଁ କାକଟପୁର ଥାନା ଆଇଆଇସି ବିଜୟ କେତନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଏ ଏସ ଆଇ ମନୋରଞ୍ଜନ ପରିଡାଙ୍କ ସମେତ ଏକ ପୋଲିସ ଟିମ ସଦଳେବେଳେ ଉକ୍ତ ସ୍ଥାନରେ ଚଢ଼ାଉ କରିବାରେ ମୋଟ ୨୮ ଗୋଟି ଅଣ୍ଡିରା ବାଛୁରୀ ଉଦ୍ଧାର କରିବାରେ ସଫଳ ହେଇଛନ୍ତି । ତେବେ ସମ୍ପୃକ୍ତ ମୁଦାଲା ମାନେ ପୋଲିସକୁ ଦେଖି ଉଦ୍ଧାର ଗାଈ ଗୁଡ଼ିକୁ ଘଟଣାସ୍ଥଳରେ ଛାଡି ଫେରାର ହୋଇଯାଇଥିଲେ । ଉଦ୍ଧାର ଗାଈ ଗୁଡିକୁ ପୋଲିସ୍ ଟିମ୍‌ର ତତ୍ୱାବଧାନରେ ପୁରୀ ବାଲିଘାଇ ସ୍ଥିତ ଗୋଶାଳାରେ ଛଡାଯାଇଥିବାବେଳେ ଏ ସଂକ୍ରାନ୍ତରେ ଥାନା କେଶ ନମ୍ବର ୧୪୬/୨୪ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି ବୋଲି ତଦନ୍ତକାରୀ ଅଧିକାରୀ ଜୟନ୍ତୀ ସାହୁ ସୂଚନା ଦେଇଛନ୍ତି କ୍ଷ ଏଠାରେ ସୂଚନା ଥାଉକି ବିଗତ ଦିନରେ ଗୋସୁରକ୍ଷା କୁ ନେଇ ଗଠିତ ହୋଇଥିବା ଶାନ୍ତି କମିଟିର ସଦସ୍ୟ ମିହିର ରଞ୍ଜନ ଦୀକ୍ଷିତ, ଶେଖ ସେହେଜାଦ, ଶେଖ ମୁସ୍ତାକ, ଶେଖ ସର୍ଫରାଜ, ପ୍ୟାର ମୋହବାଦ, ସୁକାନ୍ତ କୁମାର ନାୟକ, ଶ୍ରୀଧର ସ୍ୱାଇଁଙ୍କ ସମେତ ଅନ୍ୟ ସଦସ୍ୟମାନେ ଏହି ଚଢ଼ଉ ସମୟରେ ସହଯୋଗ କରିଥିବାରୁ ପୁରୀ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି, ନିମାପଡା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave a Reply