Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାଏମା ସ୍ୱରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାଏମା ସ୍ୱରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ଧର୍ମଶାଳା: ଏହି ବ୍ଲକ କାଏମା ସ୍ୱରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସମାଜର ପୂର୍ବତନ ବରିଷ୍ଠ ସହ ସମ୍ପାଦକ ଅରୁଣ କୁମାର ପଣ୍ଡା ଅତିଥିଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରି ନୈତିକ ଶିକ୍ଷା, ସୁଦ୍ଧ ଚରିତ୍ର ଓ ପଠନଶୀଳ ମନବୃତିକୁ ଐକେନ୍ଦ୍ରିକ କଲେ ଛାତ୍ରଛାତ୍ରୀମାନେ ଲକ୍ଷସ୍ଥଳରେ ପହଞ୍ଚିବା ସହ ଦେଶର ସୁସ୍ଥ ନାଗରିକ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ପରିଚାଳନା କମିଟି ସଭାପତି ପଦ୍ମନାଭ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥିଭାବେ ଧର୍ମଶାଳା ମହାବିଦ୍ୟଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଚ୍ୟାଉପଟ୍ଟନାୟକ, ଓଡିଶା ଶିକ୍ଷାବିକାଶ ସମିତିର ସଙ୍ଗଠନ ସମ୍ପାଦକ ରମାକାନ୍ତ ମହାନ୍ତ ଯୋଗଦେଇ ଶିଶୁମନ୍ଦିରରେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଗ୍ରହଣ ସମ୍ପର୍କରେ ଆଲୋକପାତ କରିଥିଲେ । ପରିଚାଳନା କମିଟି ସମ୍ପାଦକ ଇଂ ଚିତରଞ୍ଜନ ମଲିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ବୀରବର ସ୍ୱାଇଁ ବାର୍ଷିକ ବିବରଣୀ ପାଠ କରିଥିଲେ । ଗୁରୁମା ରୀତାରାଣୀ ମଞ୍ଚ ପରିଚାଳନା କରିଥିବା ବେଳେ ସହ ସମ୍ପାଦିକା ଡ.ସସ୍ମିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଙ୍କୁଳ ପ୍ରମୁଖ ଧୃବ ଚରଣ ପୃଷ୍ଟି ଓ ବିଜୟ କୁମାର ସାହୁ, ତ୍ରିଲୋଚନ ପ୍ରଧାନ, ରାହାସ ବିହାରୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଶିଶୁମନ୍ଦିର ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଓ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବିକାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply