Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଳମଛୁଇଁ ଶିଶୁ ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଳମଛୁଇଁ ଶିଶୁ ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ

ତାଳଚେର: ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଅଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ହିଙ୍ଗୁଳା ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଗିରିଶ ଚନ୍ଦ୍ର ସାହୁ ଓ ସମ୍ମାନୀତ ଅତିଥି ଭାବରେ ବିଦ୍ୟାଳୟର ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଭାରତରନô ସାର୍ ଚନ୍ଦ୍ରଶେଖର ଭେଙ୍କଟରମଣଙ୍କ ଫଟୋଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ । ଆଚାର୍ଯ୍ୟ ଚତୁର୍ଭୂଜ ସାହୁ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଜାତୀୟ ବିଜ୍ଞାନ ଦିବସ ପାଳନର ମହତ୍ୱ ଓ ବୈଜ୍ଞାନିକ ସି.ଭି. ରମଣଙ୍କ ଜୀବନୀ ଉପରେ ଅତିଥିମାନେ ଆଲୋକପାତ କରିଥିଲେ । ଏହାସହିତ ବିଦ୍ୟାଳୟର ଛାତ୍ରୀମାନେ ବିଜ୍ଞାନଭିତିକ ନାଟକ ପରିବେଷଣ କରିଥିଲେ । ପୂର୍ବରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଜ୍ଞାନ ପ୍ରଶ୍ନବାଚକ, ପ୍ରଶ୍ନ ମଂଚ ଓ ବିଭିନ୍ନ ବୈଜ୍ଞାନିକମାନଙ୍କ ଜୀବନୀ ସମ୍ପର୍କିତ କୁଇଜ୍ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥ ଶ୍ରୀ ସାହୁô ମାନପତ୍ର ଓ ଉପଢୌକନ ଦେଇ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଛାତ୍ରୀ ସୋନାଲି ସାହୁ,ଆଚାର୍ଯ୍ୟା ସୁଶ୍ରୀ ତ୍ରିପାଠୀ,ଦମୟନ୍ତୀ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ରବିନ୍ କୁମାର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଚାର୍ଯ୍ୟ ପ୍ରକାଶ ଚନ୍ଦ୍ର ପ୍ରଧାନ,କମଳ ଲୋଚନ ପ୍ରଧାନ, ମୋନାଲିସା ମହାନ୍ତି, ସ୍ନେହଲତା ସ୍ୱାଇଁ, ସୁକନ୍ୟା ମାଝୀ, ବୀଣାପାଣି ବାରିକ,ଦୁର୍ଯେ୍ୟାଧନ ସାହୁ,ଭଗବତୀ ମହାପାତ୍ର, ମଳୟ ଦାସଙ୍କ ସମେତ ସମସ୍ତ ଆଚାର୍ଯ୍ୟ,ଆଚାର୍ଯ୍ୟା ସହଯୋଗ କରିଥିଲେ ।

Leave a Reply