Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଳମଛୁଇଁ ଶିଶୁ ମନ୍ଦିରରେ ଅଭିଭାବକ ସମ୍ମିଳନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଳମଛୁଇଁ ଶିଶୁ ମନ୍ଦିରରେ ଅଭିଭାବକ ସମ୍ମିଳନୀ


ତାଳଚେର : ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପରିଚାଳନା ସମିତିର ଉପସଭାପତି ତପନ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ଅଭିଭାବକଙ୍କ ପକ୍ଷରୁ ପ୍ରକାଶ ଚନ୍ଦ୍ର ଶତପଥୀ ମା’ସରସ୍ୱତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ, କୋଷାଧ୍ୟକ୍ଷ ପଂଚାନନ ବେହେରାଙ୍କ ଉପସ୍ଥିତିରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଅନୀଲ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୁରୁମା ବୈଦେହୀ ସାହୁ ଓ ସରସ୍ୱତୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀ ସମ୍ମିଳନୀର ଉଦେ୍ଦଶ୍ୟ ସମ୍ବଦ୍ଧରେ ସୂଚନା ପ୍ରଦାନ କରିଥିଲେ । ସମ୍ପାଦକ ବିଭୂତି ଭୂଷଣ ସ୍ୱାଇଁ ଶୈକ୍ଷିକ ପାଠ୍ୟକ୍ରମ ସହ ବିଭିନ୍ନ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ଏହି ସମ୍ମିଳନୀରେ ଶତାଧିକ ଅଭିଭାବକ,ଅଭିଭାବିକା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଶୈକ୍ଷିକ ମତାମତ ପ୍ରଦାନ କରିଥିଲେ । ଶେଷରେ ଆଚାର୍ଯ୍ୟ ବସନ୍ତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଚାର୍ଯ୍ୟ କୁମୁଦ ସାହୁ, ହିଂମାଶୁ ଦାସ, କୁମୁଦ ବେହେରା, ଭଗବାନ ବେହେରା, ବୀରେନ୍ କୁମାର ପ୍ରଧାନ, ସୁଶ୍ରୀ ତ୍ରିପାଠୀ, କଳ୍ପନା ସାହୁ, ସବିତା ସାହୁ, ରୀତା ଭୂତିଆ, ପବିତ୍ର ସାହୁ, ଶାନ୍ତିପ୍ରିୟା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply