Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କର୍ଲାମୁଣ୍ଡା ବ୍ଲକ୍ ରେ ବଜରଙ୍ଗ ଦଳ ପକ୍ଷରୁ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କର୍ଲାମୁଣ୍ଡା ବ୍ଲକ୍ ରେ ବଜରଙ୍ଗ ଦଳ ପକ୍ଷରୁ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ କର୍ଲାମୁଣ୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପଦର୍ଶନ ଏବଂ ବନ୍ଦ ପାଳନ କରିଥିଲେ । ପ୍ରକାଶ ଥାଉକି କିଛି ଦିନ ତଳେ ସମ୍ବଲପୁରଠାରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ହନୁମାନ ଜୟନ୍ତୀ ପଣା ସଂକ୍ରାନ୍ତି ଉପଲକ୍ଷେ ଶାନ୍ତି ପୂର୍ଣ୍ଣ ଶୋଭାଯାତ୍ରା ଏବଂ ବିଭିନ୍ନ ସଭା ସମିତିରେ କିଛି ଅସାମାଜିକ ଆତଙ୍କବାଦୀ ବ୍ୟକ୍ତି ପଣା ସଂକ୍ରାନ୍ତି ଶୋଭା ଯାତ୍ରାରେ ଢେଲା ପଥର ଏବଂ ଦଙ୍ଗା ଭଳି ଉତ୍ପାତ ସୃଷ୍ଟି କରିଥିବାରୁ ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର ସଦସ୍ୟ ଏବଂ ପୋଲିସ ପ୍ରଶାସନ ଉପରେ ବହୁତ ଅତ୍ୟାଚାର ପ୍ରଦର୍ଶନ କରିଥିଲେ । ଅତଏବ ବଜରଙ୍ଗ ଦଳର ଅନେକ ସଦସ୍ୟ ଗୁରୁତର ଆଘାତ ଶିକାର ହୋଇଥିଲେ ଏଣୁ ଏହି ପରିସ୍ଥିତିକୁ ବଜରଙ୍ଗ ଦଳ ଦୃଢ ନିନ୍ଦା କରିଛି । ବିଭିନ୍ନ ଅଞ୍ଚଳରେ ଶାନ୍ତି ପୂର୍ଣ୍ଣ ବନ୍ଦ ଡାକରା ହିନ୍ଦୁ ସଂସ୍କୃତି ପରମ୍ପରାକୁ ବଞ୍ଚେଇ ରଖିବା ପାଁଇ ବିଭିନ୍ନ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରାଯାଇ ବନ୍ଦ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ବଜରଙ୍ଗ ଦଳର ବ୍ଲକ ପ୍ରମୁଖ ସୁଶାନ୍ତ ମଲିକଙ୍କ ଆହ୍ୱାନ କ୍ରମେ ତଥା ଅଧ୍ୟକ୍ଷତାରେ ଜିଲ୍ଲା ସଂଯୋଜକ ଚୁଳମଣୀ ସାହୁ, ମହେନ୍ଦ୍ର ପ୍ରଧାନୀ, ଭୀଷ୍ମ ସାହୁ, ଦୁଣ ସାହୁ, ଡୋଳାମଣୀ ଭୋଇ, ଗଣେଶ୍ୱର କୁମାର, ରାଜେଶ କୁମାର, ରିଙ୍କୁ ଭୋଇ, ଦିଲିପ ସାହୁ ଏବଂ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସଦସ୍ୟ ତଥା ବ୍ଲକ ସଂଯୋଜକ ମୁରଲୀଧର ରଣା ଏହି ବନ୍ଦ ଡାକରା କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ବ୍ଲକର ବାରଟି ପଞ୍ଚାୟତ ବଜରଙ୍ଗ ଦଳର ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ରହି ଅଞ୍ଚଳର ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ପୂର୍ଣ୍ଣ ସହଯୋଗ ଏବଂ ସମର୍ଥନ ଦେଇଥିଲେ ।

Leave a Reply