Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କରୋନା ତଥ୍ୟ ଲୁଚାଉଛି ଚୀନ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କରୋନା ତଥ୍ୟ ଲୁଚାଉଛି ଚୀନ୍


ବେଜିଂ: ଚୀନ୍‌ରେ କରୋନା ସଂକ୍ରମଣ ସାଂଘାତିକ ରୂପ ଧାରଣ କରିଛି । ପ୍ରତିଦିନ ୧୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଥିବାବେଳେ ୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି । ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବ ବୋଲି ଆକଳ କରାଯାଇଛି । ତେବେ ଚୀନ୍‌ରେ ସଂକ୍ରମଣ ଓ ମୃତ୍ୟୁ ବିଭୀଷିକା ସୃଷ୍ଟି କରିଥିବା ବେଳେ ଚୀନ୍ ସରକାରଙ୍କ ପକ୍ଷରୁ କୌଣସି ସଠିକ୍ ତଥ୍ୟ ଦିଆଯାଉନଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଚୀନ୍ ଜାଣିଶୁଣି ତଥ୍ୟ ଲୁଚାଉଛି ଓ ସାରା ବିଶ୍ୱକୁ ପୁଣିଥରେ ସଂକ୍ରମିତ କରିବା ପାଇଁ ପ୍ରୟାସ ଜାରି ରଖିଛି ବୋଲି ବିଶ୍ୱର ବିଭିନ୍ନ ରାଷ୍ଟ୍ର ପକ୍ଷରୁ ଅଭିଯୋଗ କରାଯାଇଛି । ତେବେ ଏ କ୍ଷେତ୍ରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । କରୋନା ସମ୍ପର୍କରେ ନିର୍ଭୁଲ୍ ତଥ୍ୟ ପ୍ରଦାନ ପାଇଁ ହୁ’ ପକ୍ଷରୁ ଚୀନ୍ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପୂର୍ବରୁ ଭାରତ, ଆମେରିକା, ବ୍ରିଟେନ୍‌, ଫ୍ରାନ୍ସ ଭଳି ୧୦ଟି ରାଷ୍ଟ୍ର ପକ୍ଷରୁ ଚୀନ୍ ଫେରନ୍ତାଙ୍କ ଉପରେ କଟକଣା ଲାଗୁ କରାଯାଇଛି । ଚୀନ୍‌ରୁ ଆସୁଥିବା ଲୋକଙ୍କ ପାଇଁ ୪୮ ଘଣ୍ଟିଆ ନେଗେଟିଭ୍ ରିପୋର୍ଟ ଏହି ୧୦ ଦେଶ ବାଧ୍ୟତାମୂଳକ କରିଛନ୍ତି । ଏହି କଟକଣା ପରେ ହୁ’ ପକ୍ଷରୁ କରୋନା ସମ୍ପର୍କରେ ଦୈନିକ ଭିତ୍ତିରେ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଚୀନ୍ ଏ କ୍ଷେତ୍ରରେ ନିଜକୁ ସ୍ୱଚ୍ଛ ବୋଲି ଦାବି କରୁଥିବା ବେଳେ କରୋନା ପରୀକ୍ଷଣ କମ୍ ହେଉଥିବାରୁ ସମସ୍ତଙ୍କ ସନ୍ଦେହ ଚୀନସରକାରଙ୍କ ଉପରେ କେନ୍ଦ୍ରୀଭୂତ ହୋଇଛି । ଦୈନିକ କରୋନା ତଥ୍ୟ ଗଣତି କରାଯାଉନଥିବାରୁ ଚୀନ୍‌କୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି । ତେବେ ଗତ ଶୁକ୍ରବାର ହୁ’ର ବିଶେଷଜ୍ଞମାନେ ଚୀନ୍ ଅଧିକାରୀଙ୍କ ସହ ଆଲୋଚନା କରୁଥିବା ସମୟରେ ତଥ୍ୟ ସାର୍ବଜନୀତ ହେଉନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । କରୋନାର ଜେନମ ସିକ୍ୟୁଏନ୍ସିଂ, ରୋଗର ପ୍ରଭା. ହସ୍ପିଟାଲରେ ଭର୍ତ୍ତି ହେଉଥିବା ଲୋକଙ୍କ ସଂଖ୍ୟା, ମୃତକଙ୍କ ସଂଖ୍ୟା ଦେବା ପାଇଁ କୁହାଯାଉଛି । ଏହାବାଦ୍ କେତେ ସଂଖ୍ୟକ ଟିକାକରଣ କରାଯାଉଛି ଓ କେତେ ଲୋକ ଟିକା ନେଇଛନ୍ତି ସେ ସମ୍ପର୍କରେ ମଧ୍ୟ ହୁ’ ତଥ୍ୟ ମାଗିଛି । ଅନ୍ୟପକ୍ଷରେ ବିଭିନ୍ନ ଦେଶ ଚୀନ୍ ଫେରନ୍ତାଙ୍କ ଉପରେ କଟକଣା ଲଗାଇ ଥିବାରୁ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସମର୍ଥନ କରିଛି ।

Leave a Reply