Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଠାରେ ନଗର ଓ ମଣ୍ଡଳ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ଆଜି ଚୈତ୍ର ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ କରାଯାଇଛି । ରାଷ୍ଟ୍ରୀୟ ନବବର୍ଷ ପାଳନ ଅବସରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଶହ ଶହ ମହିଳା ପୁରୁଷ ଏକତ୍ରିତ ହୋଇ ସଂଘ ତୂରୀ ବାଦ୍ୟ ତାଳେ ତାଳେ ନଗର ପରିକ୍ରମା କରିଥିଲେ ଓ ସମସ୍ତଙ୍କୁ ହିନ୍ଦୁ ନବବର୍ଷର ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ପରେ ସ୍ଥାନୀୟ ଶ୍ରୀ ଶ୍ରୀ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସଂଘ ତରଫରୁ ବୌଦ୍ଧିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ଅବନେଶ୍ୱର ପ୍ରଧାନ, ଜିଲ୍ଲା ସହ କର୍ଯ୍ୟବହା ନିରଞ୍ଜନ ପଣ୍ଡା, ଅରବିନ୍ଦ ପ୍ରଧାନ ମଞ୍ଚାସିନ ହୋଇଥିଲେ । ଶେଷରେ ମଞ୍ଚାସିନ ଅତିଥି ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ ବିଷୟରେ ମତବ୍ୟକ୍ତ କରିବା ସହ ଭାରତ ମାତାର ଗୁଣଗାନ କରିଥିଲେ । ବୌଦ୍ଧିକ ସଭା କାର୍ଯ୍ୟକ୍ରମ ମାନଗୋବିନ୍ଦ ପ୍ରଧାନ ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ ସନ୍ତୋଷ କୁମାର ମୁନି ପରିଚାଳନା କରିଥିଲେ ଓ ତାଙ୍କୁ ଉପସ୍ଥିତ ସ୍ୱୟଂ ସେବକ ବନ୍ଧୁ ମାନେ ସହଯୋଗ କରିଥିଲେ ।

Leave a Reply