Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡ଼ିଶା ସିମକାର୍ଡ ପାକିସ୍ତାନ ଆଇଏସଆଇ ହାତରେ ଅପଡେଟ୍‌ ଘଟଣା- ଗୁଡୁକୁ ଜେରା ପାଇଁ ପଶ୍ଚିମବଙ୍ଗ ଯିବ ଏସଟିଏଫ୍‌ ଟିମ୍‌ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡ଼ିଶା ସିମକାର୍ଡ ପାକିସ୍ତାନ ଆଇଏସଆଇ ହାତରେ ଅପଡେଟ୍‌ ଘଟଣା- ଗୁଡୁକୁ ଜେରା ପାଇଁ ପଶ୍ଚିମବଙ୍ଗ ଯିବ ଏସଟିଏଫ୍‌ ଟିମ୍‌

ଭୁବନେଶ୍ୱର :ପାକିସ୍ତାନୀର ଆଇଏସଆଇ ହାତରେ ଓଡ଼ିଶା ସିମକାର୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର କାର୍ଯ୍ୟବଳ (ଏସଟିଏଫ) ତଦନ୍ତକୁ ଜୋରଦାର କରିଛି । ଏହି ମାମଲାରେ ଅଧିକ ତଦନ୍ତ ପାଇଁ ଏସଟିଏଫର ଏକ ଦଳ ପଶ୍ଚିମବଙ୍ଗ ଗସ୍ତ କରିବ । ପଶ୍ଚିମବଙ୍ଗ ଏସଟିଏଫ ହାତରେ ଧରାପଡିଥିବା ଗୁଡୁ କୁମାରକୁ ଟିମ୍‌ ଜେରା କରିବ । ସରକାରୀ ଗୁପ୍ତ ତଥ୍ୟ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଗୁଡୁ କୁମାରକୁ ସେଠାକାର ଏସଟିଏଫ ଗିରଫ କରିଥିଲା । ଓଡ଼ିଶା ଏସଟିଏଫ ହାତରେ ଗିରଫ ପଠାଣି ସାମନ୍ତ ଲେଙ୍କା ଓ ଗୁଡୁ କୁମାରର ସମ୍ପର୍କ ରହିଥିବା ପଶ୍ଚିମବଙ୍ଗ ଏସଟିଏଫ ଜାଣିବାକୁ ପାଇଛି । ଏସଟିଏଫ ଏସପି କିଶୋର କୁମାର ପାଣିଗ୍ରାହୀ କହିଛନ୍ତି, ଏସଟିଏଫର ଏକ ଦଳ ପଶ୍ଚିମବଙ୍ଗ ଯିବ । ଓଟିପି ସେୟାରିଂ ମାମଲାରେ ପଶ୍ଚିମବଙ୍ଗରେ ଗିରଫ ଗୁଡୁ କୁମାର ସହିତ ପଠାଣି ସାମନ୍ତର ସମ୍ପର୍କ ରହିଛି । ଉଭୟଙ୍କ ମଧ୍ୟରେ କ’ଣ ସମ୍ପର୍କ ରହିଛି, ତାକୁ ନେଇ ଦଳ ଖୋଳତାଡ଼ କରିବ । ଏଥିସହ ଅନ୍ୟତମ ଅଭିଯୁକ୍ତ ପ୍ରୀତମ କରର ଜିମା ଅବଧି ସରିଛି । ପ୍ରୀତମକୁ ତଦନ୍ତକାରୀ ଦଳ ୨ ଦିନିଆ ଜିମାରେ ଆଣିଥିଲା । ଜେରାରେ ତା’ ନିକଟରୁ ଅନେକ ତଥ୍ୟ ମିଳିଛି । କ୍ରିପ୍ଟୋ କରେନ୍ସିରେ ସେ କୋଟି କୋଟି ଟଙ୍କା ନିବେଶ କରିବା ଏସଟିଏଫ ହାତରେ ଠୋସ ପ୍ରମାଣ ଲାଗିଛି । ଅନ୍ୟପଟେ ପଶ୍ଚିମବଙ୍ଗ ଏସଟିଏଫ ଓଡ଼ିଶାରେ ପହଞ୍ଚô କାରାଗାର ଭିତରେ ପଠାଣିସାମନ୍ତକୁ ଜେରା କରିସାରିଛି । ସୂଚନାଯୋଗ୍ୟ, ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଦ୍ୱାରା ରାଜସ୍ତାନରୁ ଗିରଫ ମହିଳାକୁ ମଧ୍ୟ ଜିମାରେ ଆଣିବା ପାଇଁ ତଦନ୍ତକାରୀ ସଂସ୍ଥା ଯୋଜନା କରିଛି । ୨୦୨୨ ଡିସେମ୍ବରରେ ଗିରଫ ଆଇଏସଆଇ ଏଜେଣ୍ଟ ଗୁଡୁ କୁମାର ସହ ତା’ର ସମ୍ପର୍କ ରହିଥିବା ତଦନ୍ତରୁ ଜଣାପଡିଛି । ଗୁଡୁ କୁମାରକୁ ଜେରା କରିବା ପରେ ଉପରୋକ୍ତ ମହିଳାକୁ ଏସଟିଏଫ ପଚରାଉଚରା କରିବ । ଉକ୍ତ ମହିଳା ଏହି ଘଟଣାରେ ମଧ୍ୟସ୍ଥି ସାଜିଥିବା ଏସଟିଏଫ ହାତରେ ପ୍ରମାଣ ଲାଗିଛି । ଏହିଭଳି ଭାବେ ଉକ୍ତ ମହିଳାଙ୍କ ଜାଲରେ ଆଉ କେତେଜଣ ଓଡ଼ିଶାର ଯୁବକ ରହିଛନ୍ତି, ସେନେଇ ଏସଟିଏଫ ଖୋଳତାଡ଼ କରିବ । ଏହି ଘଟଣାର ଚେର ଉପାଡ଼ିବା ପାଇଁ ତଦନ୍ତକାରୀ ସଂସ୍ଥା ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି ।

Leave a Reply