Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡିଶା ଗତ ତିନିବର୍ଷ ମଧ୍ୟରେ ୧୩,୯୪୯ କୋଟି ଟଙ୍କାର ସଫ୍ଟୱେର ରପ୍ତାନି କରିଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡିଶା ଗତ ତିନିବର୍ଷ ମଧ୍ୟରେ ୧୩,୯୪୯ କୋଟି ଟଙ୍କାର ସଫ୍ଟୱେର ରପ୍ତାନି କରିଛି

ଭୁବନେଶ୍ୱର: ଓଡିଶା ଗତ ତିନିବର୍ଷ ମଧ୍ୟରେ ୧୩,୯୪୯ କୋଟି ଟଙ୍କାର ସଫ୍ଟୱେର ରପ୍ତାନି କରିଛି । ସଫ୍ଟୱେର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସ୍ଟିପିଆଇ) ଦ୍ୱାରା ପଞ୍ଜିକୃତ ସଂସ୍ଥା ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏସ୍ଇଜେଡ୍) ଜରିଆରେ ଏହି ରପ୍ତାନି ହୋଇଛି । କେନ୍ଦ୍ର ସରକାର ସୂଚନା ପ୍ରଯୁକ୍ତି (ଆଇଟି) ଏବଂ ସୂଚନା ପ୍ରଯୁକ୍ତି ଭିତ୍ତିକ ସେବା (ଆଇଟିଇଏସ୍) ଭଳି ସେବା କ୍ଷେତ୍ରକୁ ପ୍ରୋତ୍ସାହନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଥିବା ବେଳେ ସଫ୍ଟୱେର ରପ୍ତାନିକାରୀ ମାନେ ଅଧିକରୁ ଅଧିକ ରପ୍ତାନି ପାଇଁ ପଦକ୍ଷେପ ନେଉଛନ୍ତି । ଏସଟିପିଆଇ ଦ୍ୱାରା ପଞ୍ଜିକୃତ ସଂସ୍ଥାମାନଙ୍କ ଜରିଆରେ ଓଡିଶାରୁ ୭୪୩୭ କୋଟି ଟଙ୍କାର ସଫ୍ଟୱେର ରପ୍ତାନି ହୋଇଥିବା ବେଳେ ୨୦୧୯-୨୦ ବର୍ଷରେ ଏହା ୨୪୯୬.୩୩ କୋଟି ଏବଂ ୨୦୨୦-୨୧ ରେ ଏହା ୨୪୦୧.୩୨ କୋଟି ଟଙ୍କା ଥିଲା । ୨୦୨୧-୨୨ ବର୍ଷରେ ଏହା ୨୫୩୯.୪୩ କୋଟି ଟଙ୍କାକୁ ବୃଦ୍ଧି ପାଇଥିବା ଜଣାଯାଇଛି । ଅନୁରୂପ ଭାବେ ବିଗତ ତିନିବର୍ଷ ମଧ୍ୟରେ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (ଏସ୍ଇଜେଡ୍) ଜରିଆରେ ୬୫୧୨ କୋଟି ଟଙ୍କାର ସଫ୍ଟୱେର ରପ୍ତାନି ହୋଇଛି । ୨୦୧୯-୨୦ ବର୍ଷରେ ଏସ୍ଇଜେଡ୍ ଜରିଆରେ ୧୭୧୮ କୋଟି ଟଙ୍କାର ସଫ୍ଟୱେର ରପ୍ତାନି ହୋଇଥିବାବେଳେ ୨୦୨୦- ୨୧ ରେ ଏହା ୨୧୬୪ କୋଟିକୁ ବୃଦ୍ଧି ପାଇଥିଲା ଏବଂ ୨୦୨୧-୨୨ ବର୍ଷରେ ଏହା ୩୧୭୩ କୋଟି ଟଙ୍କାରେ ପହଞ୍ଚିଥିଲା । କେନ୍ଦ୍ର ସରକାର ୧୨ଟି ଚିହ୍ନିତ ଚମ୍ପିଅନ ସେବା କ୍ଷେତ୍ର ଉପରେ ଫୋକସ କରି ଏହି କ୍ଷେତ୍ର ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି

Leave a Reply