Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଜନ ହ୍ରାସ କରିବ ଲାଉ ଜୁସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଜନ ହ୍ରାସ କରିବ ଲାଉ ଜୁସ

ଲାଉ ଶରୀର ପାଇଁ ବହୁତ ଉପକାରୀ । ଲାଉରେ ଜଳୀୟ ଅଂଶ, ଭିଟାମିନ ସି ଏବଂ କ୍ୟାଲସିୟମ୍ ଭରପୂର ମାତ୍ରାରେ ଥାଏ । ଲାଉ ଜୁସରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଆସନ୍ତୁ ଜାଣିବା । ଲାଉକୁ ଜୁସ କରି ପିଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ । କୋଲେଷ୍ଟ୍ରଲ ହ୍ରାସ ପାଇଁ ସକାଳୁ ସକାଳୁ ୨୦୦ଗ୍ରାମ ଲାଉ ଜୁସ୍ ପିଅନ୍ତୁ । ନିୟମିତ ୨ମାସ କରିବା ପରେ କୋଲେଷ୍ଟ୍ରଲ ହ୍ରାସ ପାଇଥାଏ । ଲାଉ ଖାଇବା ଦ୍ୱାରା ପାଚକ ତନ୍ତ୍ର ମଜବୁତ୍ ହୋଇଥାଏ । ଯେଉଁ ଲୋକମାନଙ୍କର ଗ୍ୟାସ ବା କୋଷ୍ଠକାଠିନ୍ୟ ସମସ୍ୟା ରହିଛି ସେମାନଙ୍କ ପାଇଁ ଲାଉ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ସପ୍ତାହକୁ ୩ଥର ଲାଉର ଜୁସ୍ ପିଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇଥାଏ । ନିଦ୍ରାହୀନତା ଭୋଗୁଥିବା ରୋଗୀ ପାଇଁ ଲାଉ ଅନେକ ଉପକାରୀ । ଯଦି ଆପଣ ଆପଣଙ୍କ ଓଜନ କମ କରିବାକୁ ଚାହୁଁଛନ୍ତି । ତେବେ ପ୍ରତିଦିନ ସକାଳୁ ଖାଲି ପେଟରେ ଲାଉର ଜୁସ୍ ପିଅନ୍ତୁ । ଲିଭର ସମସ୍ୟା ଦୂର କରିବା ପାଇଁ ଲାଉ ଏବଂ ଅଦାର ଜୁସ୍ ତିଆରି କରି ପିଅନ୍ତୁ । ଲାଉ ରସକୁ ତେଲରେ ମିଶାଇ ମୁଣ୍ଡରେ ଲଗାଇବା ଦ୍ୱାରା କେଶ ଝଡୁଥିବା ସମସ୍ୟାରୁ ରକ୍ଷା ମିଳେ । ଏହାସହ ଧଳା ହୋଇଯାଉଥିବା କେଶ ପାଇଁ ମଧ୍ୟ ଲାଉ ଜୁସ୍ ବହୁତ ଉପକାରୀ । ଆଜିକାଲି ହୃଦ ରୋଗରେ ପୀଡିତଙ୍କ ସଂଖ୍ୟା ବଢୁଥିବାରୁ ଦେଖିବାକୁ ମିଳୁଛି । ଅନୁଚିତ ଆହାର ଓ ଜୀବନଶୈଳୀରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ । ତେଣୁ ହୃଦୟକୁ ସୁସ୍ଥ ରଖିବା ପାଇଁ ଗୋଟେ କପ୍ ଲାଉ ଜୁସରେ ଟିକେ ଗୋଲମରିଚ ଏବଂ ସାମାନ୍ୟ ପୁଦିନା ରସକୁ ପକାଇ ନିୟମିତ ପିଇବା ଦରକାର । ମୁଣ୍ଡରେ ରୁପି ହେଉଥିଲେ ଏହାକୁ ଅଳାଁ ରସ ସହ ମିଶାଇ ପିଇଲେ ଏହା ଦୂର ହୋଇଥାଏ । ଦୁଶ୍ଚିନ୍ତା ତଥା ମାନସିକ ଚାପରୁ ରକ୍ଷା ପାଇବାକୁ ହେଲେ ଏହାକୁ ଖାଆନ୍ତୁ । ଲାଉରେ ଥିବା ପିତ୍ତଶାମକ ଗୁଣ ଶରୀରକୁ କେବଳ ଥଣ୍ଡା ରଖେ ନାହିଁ ଏହା ମସ୍ତିଷ୍କକୁ ମଧ୍ୟ ଶାନ୍ତ ରଖିଥାଏ । ପ୍ରତିଦିନ ଖାଲି ପେଟରେ ଲାଉ ଜୁସ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର କରେ । ଖାଲି ସେତିକି ନୁହେଁ ପରିଶ୍ରାରେ ଅମ୍ଳର ମାତ୍ରା ବଢି ପରିଶ୍ରା ଜଳାପୋଡା କରିଥାଏ । ସକାଳୁ ଲାଉ ରସ ପିଇଲେ ପରିଶ୍ରାରୁ ଅମ୍ଳର ମାତ୍ରା ହ୍ରାସ ପାଇଥାଏ । ଲାଉରେ ପ୍ରାୟ ୯୦ପ୍ରତିଶତ ଜଳ ରହିଛି । ଅତ୍ୟଧିକ ଜଳ ଥିବା କାରଣରୁ ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ । ପରିଶ୍ରା ଜଳାପୋଡା ହେଉଥିଲେ ମଧ୍ୟ ଏହା ତାକୁ ଭଲ କରିଥାଏ ଲାଉ ।

Leave a Reply