Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏସଟିଏଫ ହାତରେ ଚାଞ୍ଚଲ୍ୟକର ତଥ୍ୟ କ୍ରିପ୍ଟୋ କରେନ୍ସିରେ ଦୁଇ ଅଭିଯୁକ୍ତ ନିବେଶ କରିଛନ୍ତି କୋଟି କୋଟି ଟଙ୍କା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏସଟିଏଫ ହାତରେ ଚାଞ୍ଚଲ୍ୟକର ତଥ୍ୟ କ୍ରିପ୍ଟୋ କରେନ୍ସିରେ ଦୁଇ ଅଭିଯୁକ୍ତ ନିବେଶ କରିଛନ୍ତି କୋଟି କୋଟି ଟଙ୍କା

ଓଡିଶା ସିମ୍‌କାର୍ଡ ପାକିସ୍ତାନୀ ଗୁଇନ୍ଦା (ଆଇଏସଆଇ) ହାତରେ ଅପଡେଟ ହେବା ଘଟଣାରେ କ୍ରାଇମ୍‌ବ୍ରାଞ୍ଚକୁ ପୁଣି ମିଳିଛି ବଡ ସଫଳତା । ଏହି ଘଟଣାରେ ଦୁଇ ଦେଶ କି୍ରପ୍ଟୋ କରେନ୍ସିରେ କିଭଳି କୋଟି କୋଟି ଟଙ୍କା ବିନିଯୋଗ କରିଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏସଟିଏଫ ହାତରେ ଲାଗିଛି । ଗିରଫ ଦୁଇ ଅଭିଯୁକ୍ତ ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁର ଭୁରୁଙ୍ଗା ଅଞ୍ଚଳର ପ୍ରୀତମ କର ଓ ନୟାଗଡ ଅଞ୍ଚଳର ସରୋଜ କୁମାର ନାୟକ କ୍ରିପ୍ଟୋ କରେନ୍ସିରେ କୋଟି କୋଟି ଟଙ୍କା ନିବେଶ କରିଥିବା ତଦନ୍ତକାରୀ ସଂସ୍ଥା ପ୍ରମାଣ ପାଇଛି । କ୍ରିପ୍ଟୋ କରେନ୍ସିରେ ସେମାନଙ୍କ କାରବାରକୁ ଏସଟିଏଫ ରୋକ ଲଗାଇଛି । ଏହି କାରବାରରେ ଆଉ କେଉଁ ଅଭିଯୁକ୍ତଙ୍କ ସମ୍ପୃକ୍ତି ରହିଛି ସେନେଇ ଏସଟିଏଫ ତଦନ୍ତ ଜାରି ରଖିଛି । ଭାରତ ବାହାର ତଥା ଆଗଧାଡିର ଏକ କ୍ରିପ୍ଟୋ ଏକ୍ସଚେଞ୍ଜରେ ପ୍ରୀତମ ସାମିଲ ହୋଇଥିଲା । ନିଜ ନାମରେ ଥିବା ଦୁଇଟି ବ୍ୟାଙ୍କ ଆକାଉଣ୍ଟଓ ଇ-ମେଲକୁ ଉକ୍ତ ଏକ୍ସଚେଞ୍ଜ ସହ ଯୋଡିଥିଲା । ଗତ ୨ ବର୍ଷ ମଧ୍ୟରେ ସେ ୧ କୋଟି କ୍ରିପ୍ଟୋ କରେନ୍ସି କାରବାର କରିଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି । ପ୍ରତୀମ ସହିତ ଏହି କାରବାରରେ ପ୍ରାୟ ଏକ ହଜାର ର ଲୋକ ତା’ ସହିତ ହାତ ମିଳାଇଥିଲେ । ସେମାନଙ୍କୁ ଅଭିଯୁକ୍ତ ପ୍ରୀତମ କ୍ରିପ୍ଟୋ କରେନ୍ସିରେ ନିବେଶ କରିବା ପାଇଁ ପ୍ରବର୍ତ୍ତାଇଥିଲା । ସେହିପରି ଅଭିଯୁକ୍ତ ସରୋଜ ଅନୁରୂପଭାବେ କ୍ରିପ୍ଟୋ କରେନ୍ସିରେ ୩ ଲକ୍ଷ ଟଙ୍କା ନିବେଶ କରିଥିବା ସୂଚନା ରହିଛି । ଉଭୟ ଅଭିଯୁକ୍ତଙ୍କ ବେଆଇନ କାରବାରକୁ ନେଇ ଏସଟିଏଫ ଖୋଳତାଡ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ପ୍ରୀତମକୁ ଏସଟିଏଫ ଯାଜପୁର ଅଞ୍ଚଳରଗିରଫ କରିଥିଲା । ଏହି ସମୟରେ ତା’ ନିକଟରୁ ଏସଟିଏଫ ୧୬ଟି ଦୂରଭାଷ ଯନ୍ତ୍ର (ମୋବାଇଲ ଫୋନ), ସିମକାର୍ଡÿ, ପ୍ୟାନକାର୍ଡÿ, ବ୍ୟାଙ୍କ ପାସବୁକ, ଡେବିଟକାର୍ଡÿ ସହ କିଛି ସନେ୍ଦହଜନକକାଗଜପତ୍ର ଜବତ କରିଥିଲା ।ପାକିସ୍ତାନି ଗୁଇନ୍ଦା ଆଇଏସଆଇ ଓପିଆଇଓ ଏଜେଣ୍ଟଙ୍କ ସହ ସେସିଧାସଳଖ ସମ୍ପର୍କରେ ରହୁଥିଲା ।ଏପରିକି ସେମାନଙ୍କୁ ବ୍ୟକ୍ତିଗତ ଭାବେସେ ବିଭିନ୍ନ ସମୟରେ ଦେଖାକରିଥିଲା । ଗତବର୍ଷମାଙ୍ଗାଲୋରଅଟୋ ବିସ୍ଫୋରଣ ଘଟଣାରେ ସମ୍ପୃକ୍ତଆତଙ୍କବାଦୀଙ୍କ ସହ ପ୍ରୀତମର ସମ୍ପର୍କରହିଛି । ଆତଙ୍କବାଦୀ ମାନେବ୍ୟବାହାର କରିଥିବା ସିମକାର୍‌ଡ଼ପ୍ରୀତମ ଦେଇଥିଲା । ଏକ ହ୍ୱାଟ୍ସଆପଗ୍ରୁପ କରି ସେ ଆଡ଼ମିନ ରହିଥିଲା ।ଏହି ଗ୍ରୁପର ନାମ “ଅଲ ସେଭିଂ ଏସିଆଭେଲେବଲ’ରଖିଥିଲା ।ସେଥିରେ ୧୧୩ ଜଣ ମେମ୍ବରଥିଲେ । ଏହି ଗ୍ରୁପ ଜରିଆରେପ୍ରୀତମ ପାକିସ୍ତାନୀ ଗୁଇନ୍ଦାଙ୍କୁ ଓଟିପିସେୟାର କରୁଥିଲା । ଓଟିପ ସେୟାର କରି ସେ ଲକ୍ଷ ଲକ୍ଷ ଟଙ୍କାପାକିସ୍ତାନୀ ଏଜେଣ୍ଟଙ୍କ ଠାରୁଆଣୁଥିଲା । ଡିଜିଟାଲ ୱାଲେଟର ଖଚର ଖାତା ଜରିଆରେ ଏହିସବୁ ଟଙ୍କା ସେ କାରବାର କରୁଥିଲା । ସେହିପରି ନୟାଗଡ ଆଇଟିଆଇକଲେଜ ଅଞ୍ଚଳର ସରୋଜ କୁମାର ନାୟକକୁ ଏସଟିଏଫ ଉକ୍ତ ମାମଲାରେ ଗିରଫ କରିଥିଲା । ପରେ ତାକୁ ଜିମାରେ ଆଣି ତଦନ୍ତକାରୀ ସଂସ୍ଥା ପଚରାଉଚରା କରିଥିଲା । ଏହି ଘଟଣାରେ ରାଜ୍ୟ ବାହାର ଲିଙ୍କ ଥିବା ପ୍ରମାଣ ପାଇବା ପରେ ଏସଟିଏଫର ଏକ ଦଳଖୁବଶୀଘ୍ର ରାଜ୍ୟ ବାହାରକୁ ଯିବବୋଲି ଜଣାପଡ଼ିଛି ।

Leave a Reply