Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏବିଭିପି ·ହିଁଲେ ଦେଶରୁ ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗକୁ ଫିଙ୍ଗିଦେବ: ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏବିଭିପି ·ହିଁଲେ ଦେଶରୁ ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗକୁ ଫିଙ୍ଗିଦେବ: ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଟୁକଡେ ଟୁକୁଡ଼େ ଗ୍ୟାଙ୍ଗକୁ ଦେଶରୁ ବାହାରକୁ ଫିଙ୍ଗିଦେବାର କ୍ଷମତା ରଖିଛି । ଏପରି କହିଛନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ । ଉତ୍ତର ପ୍ରଦେଶ ଦେଓରିଆ ଠାରେ ଏବିଭିପି ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ । କେବଳ ସେତିକି ନୁହେଁ ତାଙ୍କ ଦଳ ଏବିଭିପି ସହ ଦୃଢ଼ ଭାବରେ ଛିଡ଼ା ହୋଇଛି ବୋଲି ଶ୍ରୀ ପାଠକ କହିଛନ୍ତି । ସେ କହିଛନ୍ତି ଆମେ ଭାରତକୁ ଟୁକଡ଼େ ଟୁକଡ଼େ ଗ୍ୟାଙ୍ଗରୁ ମୁକ୍ତ କରିପାରିବା । ଯଦି ଦେଶର ସବୁ ଯୁବକ ସଂକଳ୍ପ ନେବେ ତେବେ ସେହି ଗ୍ୟାଙ୍ଗକୁ ଜେଲ୍ରେ ଭିତରେ ଛାଡ଼ିଦେବେ । ଭାରତର ଯୁବକ ଦେଶମାତୃକା ସେବା ପାଇଁ ସଦା ତତ୍ପର । ଦେଶରେ ପ୍ରତ୍ୟେକ ଯୁବକ ଦେଶ ସେବା ପାଇଁ କାମ କରିବାକୁ ଇଚ୍ଛୁକ । ଦେଶମଙ୍ଗଳ କାମ ପାଇଁ ଏବିଭିପି ଏକ ଟିମ୍ ପ୍ରସ୍ତୁତି କରୁଛି । ଏହା କେବଳ ଛାତ୍ରମାନଙ୍କର ନୁହେଁ ଦେଶର ମଙ୍ଗଳ କାମରେ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ମୁଁ ବି ଜଣେ ଛାତ୍ରନେତା ଥିଲି । ତେଣୁ ଛାତ୍ର ନେତାର କର୍ତ୍ତବ୍ୟ ଜାଣିଛି । ଶନିବାର ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରାକୁ ନେଇ ଟାର୍ଗେଟ୍ କରିଥିଲେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ । ଯେଉଁମାନେ ଟୁକଡ଼େ ଟୁକ୍ଡେÿ ଗ୍ୟାଙ୍ଗରୁ ଆସିଛନ୍ତି ସେମାନେ ରାହୁଲ ଗାନ୍ଧୀଙ୍କର ପଦଯାତ୍ରାରେ ସାମିଲ୍ ହେଉଛନ୍ତି ବୋଲି ପ୍ରସାଦ କହିଥିଲେ ।

Leave a Reply