Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏବିଭିପିର ବିଶାଳ ଛାତ୍ର ସମାବେଶ ୧୩ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଏବିଭିପି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏବିଭିପିର ବିଶାଳ ଛାତ୍ର ସମାବେଶ ୧୩ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲା ଏବିଭିପି

ଭୁବନେଶ୍ୱର : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଟକ ଜିଲ୍ଲା ତରଫରୁ ଶିକ୍ଷା, ସୁରକ୍ଷା ଓ ରୋଜଗାର ଦାବିରେ ଏକ ବିଶାଳ ଛାତ୍ର ସମାବେସ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ୩୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ରହି କଟକ ଜିଲ୍ଲାର ବିଭିନ୍ନ ଶିକ୍ଷା ସମସ୍ୟା ଓ ସାମାଜିକ ସମସ୍ୟା କୁ ନେଇ କଟକ ଉପ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ମିଶ୍ରଙ୍କୁ ୧୩ ଦଫା ଦାବିପତ୍ର ଦେଇଛନ୍ତି । ଏନେଇ ପୁରୀଘାଟ, ସନସାଇନ୍ ପଡିଆ ନିକଟରୁ ଆରମ୍ଭ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଥିଲା । ଏଥିରେ ରାଜ୍ୟ ସହ ସଂପାଦକ ଶ୍ରୀମାନ ଅଭିରାମ ଲେଙ୍କା ଉପସ୍ଥିତ ରହି ରାଜ୍ୟର ଶିକ୍ଷା ସମସ୍ୟା, ସ୍ଥାନୀୟ ସମସ୍ୟା ଓ ଏହାର ସମାଧାନ ଉପରେ ନିଜର ବକ୍ତବ୍ୟ ରଖିଥିଲେ କ୍ଷ ବ୍ରାହ୍ମଣଝରିଲୋ ମହାବିଦ୍ୟାଳୟର ଛାତ୍ରୀ ନେତ୍ରୀ ରାଜଲକ୍ଷ୍ମୀ ସ୍ୱାଇଁ ରାଜ୍ୟରେ ଭୁଷୁଡି ପଡ଼ିଥିବା ନାରୀ ସୁରକ୍ଷା ଉପରେ ନିଜର ଅଭିଭାଷଣ ରଖିଥିଲେ । ଏଥିରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାଗର ଗୋଚ୍ଛାୟତ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରୁ ଆଶୁତୋଷ ଦେବତା , ଉଦୟନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ମିଲନ ସାହୁ ଆଦି ଉପସ୍ଥିତ ରହି ନିଜ ନିଜ ମହାବିଦ୍ୟାଳୟର ସମସ୍ୟା ଉପରେ ସର୍ବସାଧାରଣରେ ଉପସ୍ଥାପନା କରିଥିଲେ । ଏହି ସମାବେଶ ରେ ଜିଲ୍ଲା ସହପ୍ରମୁଖ ସହଦେବ ସାହୁ, ବଦ୍ରିମୋହନ ରାଉତ ,ସମିଥ ଅରୁଣାଭ ସ୍ୱାଇଁ, ସୁଭଲକ୍ଷ୍ମି ମୁଦୁଲି, ରାଜକୁମାର ପରିଡ଼ା, ଓମ୍ ବିଶ୍ୱଜିତ୍ ସ୍ୱାଇଁ, ଆଶୁତୋଷ ନାୟକ,ସେକ ଅବଦୁଲ ସାହିଲ, ଅଧିର ରଞ୍ଜନ ସ୍ୱାଇଁ ପ୍ରମୁଖ କାର୍ଯ୍ୟକର୍ତା ଭାବେ ଉପସ୍ଥିତ ଥିଲେ ।

Leave a Reply