Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସଙ୍କୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ଆସିକା: ଶିକ୍ଷା ବିକାଶ ସମିତି, ଓଡିଶା ଯୋଜନା ଅନୁସାରେ ଆଜି ଗଞ୍ଜାମ ଜିଲ୍ଲା ଆସିକା କଳିଙ୍ଗ ରୋଡ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆଜି ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଟିତ ହୋଇଛି । ଏହି ବିଜ୍ଞାନ ମେଳାରେ ମୁଖ୍ୟ ଅତିଥି ରୁପେ ଧରାକୋଟ ମେଡିକାଲ ଚିକିତ୍ସାଧିକାରୀ ଡଃ.ସଚିଦାନନ୍ଦ ବିଷୋୟୀ ଯୋଗ ଦେଇ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ରୁପେ ଗଞ୍ଜାମ ବିଭାଗ ସହ ନିରୀକ୍ଷକ ପଦ୍ମନାଭ ସାମଲ, ସମ୍ପାଦକ ପ୍ରସନ୍ନ କୁମାର ପ୍ରଧାନ, ହିଞ୍ଜିଳୀକାଟୁ ପ୍ରଧାନ ଆଚାର୍ଯ୍ୟ ଚଣ୍ଡି ପ୍ରସାଦ ବେହେରା,ଆସିକା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶରତ ଚନ୍ଦ୍ର ମୁନୀ, ପ୍ରିନ୍ସିପାଲ ବୃନ୍ଦାବନ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଚଣ୍ଡି ପ୍ରସାଦ ବେହେରା ଛାତ୍ରଛାତ୍ରୀଙ୍କ ବୈାଦ୍ଧିକ ବିକାଶରେ ବିଜ୍ଞାନ ମେଳା ସହାୟକ ହେବା ସହିତ ଉଜ୍ଜଳ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । ଏଠାରେ ଭଳିକି ଭଳି ପ୍ରକଳ୍ପକୁ ସଜାଇଛନ୍ତି ଛାତ୍ରଛାତ୍ରୀ । ଏସବୁ ପ୍ରକଳ୍ପର ଦୈନନ୍ଦିନ ଉପଯୋଗିତା ନେଇ ବେଶ ଫଳପ୍ରଦ ହୋଇଥିବାରୁ ସେସବକୁ ପ୍ରଶଂସା ମିଳିଛି । ଏହା ଛାତ୍ରଛାତ୍ରୀଙ୍କୁ ବୈଜ୍ଞାନିକ ଅନୁଭୂତିକୁ ପ୍ରଦାନ କରିବ ବୋଲି ଉପସ୍ଥିତି ମାନେ ନିଜ ନିଜ ମତବ୍ୟକ୍ତ କରିଥିଲେ । ଏହି ବିଜ୍ଞାନ ମେଳାରେ ଆସିକା, କବିସୂର୍ଯ୍ୟନଗର, ପୁରୁଷୋତମପୁର, ହିଞ୍ଜିଳୀକାଟୁ, କୁକୁଡାଖଣ୍ଡି, କଙ୍କରଡା,ମୁଣ୍ଡମରାଇ, ସମା ପ୍ରମୁଖ ବିଦ୍ୟାଳୟରୁ ମୋଟ ୩୭୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଏଥିରେ ସଂସ୍କୃତି ଜ୍ଞାନ, ଗଣିତ ଓ ବିଜ୍ଞାନ ପ୍ରକଳ୍ପ ସାଙ୍ଗକୁ ପ୍ରଶ୍ନମଚଂ, ପତ୍ରବାଚନ, ନିବନ୍ଧ, ପ୍ରକଳ୍ପ, ପ୍ରୟୋଗ, ମୃତିକା କଳା, ଲୋକ ନୃତ୍ୟୁ, କଥାକଥନ, ତତ୍କାଳିକା ଭାଷଣ ପ୍ରଭୃତି ପ୍ରକଳ୍ପରେ ଶିଶୁ ବର୍ଗ, ବାଲ ବର୍ଗ ଓ କିଶୋର ବର୍ଗର ଛାତ୍ରଛାତ୍ରୀ ଅଶଂ ଗ୍ରହଣ କରିଛନ୍ତି । ଏହି ବିଜ୍ଞାନ ମେଳାରେ ଗଣିତ ପ୍ରକଳ୍ପରେ ୩୮ ଟି ଏବଂ ପ୍ରୟୋଗରେ ୧୬ଟି, ବିଜ୍ଞାନ ପ୍ରକଳ୍ପରେ ୫୪ଟି ଓ ପ୍ରୟୋଗରେ ୧୪ଟି, ମୃତିକା କଳାରେ ୧୪ଟି, ଦଳଗତ ଲୋକ ନୃତ୍ୟୁରେ ୨ ଜଣ ରହିଥିବା ବେଳେ ଚୟନ ପ୍ରକ୍ରିୟାରେ ମୋଟ ୪୦ ଜଣ ବିଚାରକ ମଣ୍ଡଳୀ ରହିଛନ୍ତି । ପରେଶଷରେ ଆସିକା ସଙ୍କୁଳ ସ୍ତରୀୟ ବିଜ୍ଞାନ ମେଳାରେ ସଙ୍କୁଳ ପ୍ରମୁଖ କେ.ପୁରୁଷୋତମଙ୍କ ଅଧ୍ୟକ୍ଷତାରେ ଏକ ସମାରୋପ ଉତ୍ସବ ଅନୁଷ୍ଟିତ ହୋଇଥିଲା । ଏଥିରେ ଆସିକା ଏନଏସି ସିଆରସିସି ସରୋଜ କୁମାର ନାୟକ, ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମୁନୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ମେଳାରେ ଶ୍ରେଷ୍ଠ ପ୍ରକଳ୍ପ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା । ଆସନ୍ତା ୧୯ ତାରିଖ ଓ ୨୦ ତାରିଖରେ ବିଭାଗ ସମ୍ଭାଗ ସ୍ତରୀୟ ବିଜ୍ଞାନ ମେଳାରେ ଅଶଂ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୮ ଜଣ ସରକାରୀ ଶିକ୍ଷକ ଗଣିତ, ବିଜ୍ଞାନ ପ୍ରକଳ୍ପ ଓ ପତ୍ରବାଚନରେ ବିଚାରକ ରୁପେ ଯୋଗ ଦେଇ ଥିଲେ ।

Leave a Reply