ଆର୍‌ଏସ୍‌ଏସ୍ ମୁଖ୍ୟାଳୟକୁ ବିସ୍ଫୋରଣ ଧମକ


ନାଗପୁର: ମହାରାଷ୍ଟ୍ରର ନାଗପୁରସ୍ଥିତ ଆର୍‌ଏସ୍‌ଏସ୍ ମୁଖ୍ୟାଳୟକୁ ବୋମା ବିସ୍ଫୋରଣ କରି ଉଡ଼ାଇଦେବାକୁ ଧମକ ମିଳିଛ । ଏହାପରେ ଆର୍‌ଏସ୍‌ଏସ୍ ମୁଖ୍ୟାଳୟ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି । ଡିସିପି ଜୋନ୍‌୩ ଗୋରଖ ଭାମ୍‌ରେ କହିଛନ୍ତି ଯେ ଡିସେମ୍ବର ୩୧ ତାରିଖ ଦିନ ଦ୍ୱିପ୍ରହରରେ ପୋଲିସ କଂଟ୍ରୋଲ ରୁମ୍‌କୁ ଏକ ଧମକପୂର୍ଣ୍ଣ ଫୋନ୍‌କଲ ଆସିଥିଲା । ସୂଚନା ମିଳିବା ମାତ୍ରେ ବୋମା ନିଷ୍କ୍ରିୟକାରୀ ଟିମ୍‌କୁ ତୁରନ୍ତ ଘଟଣାସ୍ଥଳରେ ପଠାଯାଇ ସେଠାରେ ଖାନ୍‌ତଲାସୀ କରାଯାଇଥିଲା । ଏ ପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ମିଳିନାହିଁ । ଆର୍‌ଏସ୍‌ଏସ୍ ମୁଖ୍ୟାଳୟ ବାହାରେ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ଆଖପାଖରେ ରହୁଥିବା ଲୋକଙ୍କ ଉପରେ ତୀକ୍ଷ୍ମ ନଜର ରଖାଯାଇଛି ।

Leave a Reply