ନୀଳଗିରି: ନୀଳଗିରି ଥାନା ଅଧିନସ୍ଥ ଶ୍ୟାମସୁନ୍ଦରପୁର ଗ୍ରାମରେ ଆମ ସଂସ୍କୃତି ବିକାଶ ମଂଚ ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ମହାସମାରୋହରେ ପାଳନ କରାଯାଇଅଛି । ଜୟନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉପଲକ୍ଷେ ଏକ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶିର ମହାପାତ୍ର ଫାଉଣ୍ଡେସନର ପ୍ରତିଷ୍ଠାତା ସବ୍ୟସାଚୀ ମହାପାତ୍ର ଯୋଗଦେଇ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷକୁ ଭୁଲି ଇଂରାଜୀ ନବବର୍ଷକୁ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଉଥିବା ବେଳେ ଆଜିର ସମାଜର ଲୋକମାନେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ବାଳନକୁ ନିଜ ମାନସପଟରୁ ଭୁଲିଯାଇଥିବା ବେଳେ ଶ୍ୟାମସୁନ୍ଦରପୁରର ଆମ ସଂସ୍କୃତି ବିକାଶ ମଂଚ ରାଷ୍ଟି୍ରୀୟ ନବବର୍ଷକୁ ଅତି ଆଡ଼ମ୍ବର ପୂର୍ଣ୍ଣ ଭାବେ ପାଳନ କରୁଥିବାରୁ ସମସ୍ତ କର୍ମକର୍ତାଙ୍କୁ ସାଧୁବାଦ ଜଣାଇଥିଲେ । ମୁଖ୍ୟବକ୍ତା ଭାବେ ଡ. ଅକ୍ଷୟ କୁମାର ପାଣିଗ୍ରାହୀ ନିଜର ରାଷ୍ଟ୍ରିୟ ହିନ୍ଦୁ ନବବର୍ଷକୁ ପଛରେ ପକାଇ ଇଂରାଜୀ ନବବର୍ଷକୁ ଧୁମଧାମରେ ପାଳନ କରିବା ଦୁଃଖ ଓ ପରିତାପର ବିଷୟ ହୋଇଥିବା ବେଳେ ବିକାଶମଂଚକୁ ଭୂୟସୀ ପ୍ରଶଂସା କରିଥିଷଲ । ସମ୍ମାନୀତ ଅତିଥି ଭାବେ ଅଜିତ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ । ମନୋଜ କୁମାର ବିଶ୍ୱାଳ ମଂଚ ପରିଚାଳନା କରିଥିଲେ । ସଭାକାର୍ଯ୍ୟ ସମାପ୍ତି ପରେ ୧୦୧ ବାଇକ ଗେରୁଆ ପତାକା ଧାରଣ କରି ସମଗ୍ର ଶ୍ୟାମସୁନ୍ଦରପୁର ପଂଚାୟତ ପରିକ୍ରମା କରିଥିଲେ । ଏତଦ୍ସହିତ ପାଂଚ ଶହ ରୁ ଅଧିକ ଲୋକଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରାଯାଇଥିଲା । ବିକାଶ ମଂଚର ସଂପାଦକ ଚିତରଂଜନ ବିଶ୍ୱାଳ, ସଂଗଠନ ସଂପାଦକ ଜ୍ଞାନ ରଂଜନ ଜେନା, ସଂଗଠନର ଆବାହକ ମୁକ୍ତିକାନ୍ତ ବାରିକ, ସହ ସଂପାଦକ ରାଧାମାଧବ ଜେନା, ସଦସ୍ୟ ବୃନ୍ଦାବନ ବାରିକ, କୈଳାସ ରାଉତ, ରାଜା ରାଉତ, ସନାତନ ପାତ୍ର, ରାଜା ପଣ୍ଡା, ପରମାନନ୍ଦ ସାମଲ, ରାଜ କିଶୋର ସ୍ୱାଇଁ ଶଶିକାନ୍ତ ବାରିକ, ବୁଲୁ ବାରିକ, ସୌମ୍ୟରଂଜନ ଜେନା, ଗୌରମାଧବ ଜେନା, ମଧୁ ମାଧବଜେନା ପ୍ରମୁଖ ସହଯୋଗ କରିଥିଲେ ।