Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମେରିକାରେ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ହମଲା ଘଟଣାକୁ ନିନ୍ଦା କରିଛି ହ୍ୱାଇଟ୍ ହାଉସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମେରିକାରେ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ହମଲା ଘଟଣାକୁ ନିନ୍ଦା କରିଛି ହ୍ୱାଇଟ୍ ହାଉସ

ୱାଂଶିଟନ: ଆମେରିକାରେ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ହମଲା ଘଟଣାକୁ ନିନ୍ଦା କରିଛି ହ୍ୱାଇଟ୍ ହାଉସ । ଶିଖ୍ ବିଚ୍ଛିନ୍ନବାଦୀଙ୍କ ଦ୍ୱାରା ସେନ୍ ଫ୍ରାନ୍ସିସ୍କୋ ଭାରତୀୟ ବାଣିଜ୍ୟିକ ଦୂତାବାସରେ ଅରାଜକତା ଆଦୌ ଗ୍ରହଣୀୟ ନୁହେଁ ବୋଲି ଆମେରିକା ସରକାର କହିଛନ୍ତି । ରବିବାର ବାଣିଜ୍ୟିକ ଦୂତାବାସରେ ଖଲିସ୍ତାନୀ ସମର୍ଥକମାନେ ପୋଲିସର ବ୍ୟାରିକେଟ୍ ଭାଙ୍ଗି ଧସେଇ ପଶିବା ସହିତ ଭଙ୍ଗାରୁଜା କରିଥିଲେ । ହ୍ୱାଇଟ୍ ହାଉସ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ମୁଖପାତ୍ର ଜାନ କିର୍ବି ଘଟଣାକୁ ନେଇ କଡ଼ା ନିନ୍ଦା କରିଛନ୍ତି । ଏହା କଦାବି ଗ୍ରହଣୀୟ ନୁହେଁ । ବିଦେଶ ବିଭାଗର ରାଜନୈତିକ ସୁରକ୍ଷା ସେବା ସ୍ଥାନୀୟ ଅଧିକାରୀଙ୍କ ସହିତ କାର୍ଯ୍ୟ କରୁଥିବାରୁ ସେନ୍ ଫ୍ରାନ୍ସିସ୍କୋ ପୋଲିସ ସହିତ କଥାବାର୍ତ୍ତା କରିବା ସମ୍ଭବ ନୁହେଁ । ହେଲେ ରାଜନୈତିକ ସୁରକ୍ଷା ସେବା ସ୍ଥାନୀୟ ଅଧିକାରୀ ଘଟଣାକୁ ଗୁରୁତର ସହ ନେଇ ଯାଞ୍ଚ କରୁଛନ୍ତି । ଏହି ହମଲାରେ ସାମିଲ ଥିବା ସମସ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆମେରିକାରେ ରାଜନୈତିକ ପ୍ରତିଷ୍ଠାନ ବିରୋଧର ହିଂସା ଏକ ଦଣ୍ଡନୀୟଅ ଅପରାଧ । ଭାରତରେ ଖଲିସ୍ତାନୀ ଅତଙ୍କୀ ଅମୃତପାଲ ସିଂହ ବିରୋଧରେ କର୍ଯ୍ୟାନୁଷ୍ଠାନ ପରେ ତା’ ସମର୍ଥକମାନେ ଭାରତ ସହିତ ବିଦେଶରେ ବି ହିଂସା ଆରମ୍ଭ କରିଦେଇଛନ୍ତି । ରବିବାର ଶିଖ୍ ବିଚ୍ଛିନ୍ନବାଦୀମାନେ ସେନ୍ ଫ୍ରାନ୍ସିସ୍କୋ ଭାରତୀୟ ବାଣିଜ୍ୟିକ ଦୂତାବାସରେ ଆକ୍ରମଣ କରିଥିଲେ । ଦୂତାବାସ, ପରିସରକୁ ଧସେଇ ପଶିବା ଥିଲେ । ବିଲ୍ଡିଂର କବାଟ ଓ ଝରକା କାଚ ଭାଙ୍ଗିବା ସହ ଏହାର ଭିଡିଓ ରେକର୍ଡିଂ କରିଥିଲେ । ଭିଡିଓରେ ଉଗ୍ରବାଦୀମାନେ ଖଲିସ୍ତାନୀ ପତାକା ଉଡ଼ାଥିଲେ । ଏହା ପୂର୍ବରୁ ଲଣ୍ଡନରେ ଭାରତୀୟ ହାଇକମିଶନ କାର୍ଯ୍ୟାଳୟରେ ମଧ୍ୟ ଆକ୍ରମଣ କରିଥିଲେ ।

Leave a Reply