Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମେରିକାକୁ ଟକ୍କର ଦେବାକୁ ଜୋରଦାର ପ୍ରସ୍ତୁତି କରୁଛି ଚୀନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମେରିକାକୁ ଟକ୍କର ଦେବାକୁ ଜୋରଦାର ପ୍ରସ୍ତୁତି କରୁଛି ଚୀନ

ବେଜିଂ: ଚୀନ ଆମେରିକା ପାଇଁ ଜାଲ ବିଛାଉଛି । ଆମେରିକାକୁ ଟକ୍କର ଦେବାକୁ ଜୋରଦାର ପ୍ରସ୍ତୁତି କରୁଛି ଚୀନ । ବିଶ୍ୱବ୍ୟାପୀ ନିଜ ପ୍ରଭାବ ବୃଦ୍ଧି କରିବାରେ ଲାଗିପଡିଛି । ଏବେ ଆଫ୍ରିକୀୟ ଦେଶଗୁଡିକ ଉପରେ ନଜର ପକାଇଲାଣି ଚାଇନା । ଆଫ୍ରିକୀୟ ଦେଶଗୁଡିକରେ ନିଜ ସୈନ୍ୟ କ୍ଷମତା ଓ ଆର୍ଥିକ କାରବାର ବୃଦ୍ଧି କରିବାରେ ଲାଗିଛି ପଡୋଶୀ ଦେଶ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚୀନ ସେହି ସବୁ ଦେଶଗୁଡିକୁ ନିଜ ଆଡକୁ ଆକର୍ଷିତ କରୁଛି ଯେଉଁମାନେ କି ଋଣ ଭାରରେ ଡୁବି ରହିଛନ୍ତି । ଚୀନ ପ୍ରଥମେ କଲମ୍ବିୟାକୁ ଟାର୍ଗେଟ୍ କରିଥିଲା । ସେଠାରେ ବିଆରଆଇ ଆଧାରରେ ନୂତନ ବନ୍ଦର ନିର୍ମାଣ କରିବା ପରେ କାରବାର ଆରମ୍ଭ କରିଥିଲା । ଏପରିକି ଋଣଗ୍ରସ୍ତ କଲମ୍ବିୟାକୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଥିଲା । ଏବେ ଚୀନ ନଜରରେ ରହିଛନ୍ତି ବାଟା ଓ ଗୁଏନା ଦେଶ । କେବଳ ସେତିକି ନୁହେଁ ଚୀନ ଚାହୁଁଛି ଆର୍ଜେଣ୍ଟିନାର ଉଶୁଆଇୟାରେ ନିଜର ଏକ ବେସ୍ ପ୍ରତିଷ୍ଠା କରି ଆଣ୍ଟାର୍କାଟିକା ଓ ପ୍ରଶାନ୍ତ ମହାସାଗରରେ ସହଜରେ ନଜର ରଖିପାରିବ । ପୂର୍ବରୁ ମଧ୍ୟ ଦକ୍ଷିଣ ଆଫ୍ରିକା ନିକଟରେ ନିଜର ସର୍ଭିଲାନ୍ସ ଶିପ୍ ମୁତୟନ କରି ନଜର ରଖିଛି ଚୀନ । ହିନ୍ଦ୍ ମହାସାଗର ଓ ପ୍ରଶାନ୍ତ ମହାସାଗରରେ ସମସ୍ତ ଗତିବିଧି ଉପରେ ନଜର ରଖିବା ପାଇଁ ଡରବାନ୍ରେ ମଧ୍ୟ ଯୁଦ୍ଧ ଜାହଜ ମୁତୟନ କରିଛି ଚାଇନା । ବିଶେଷ କରି ଚୀନ ଯେଉଁ ସବୁ ଦେଶଗୁଡିକ ଉପରେ ବିଶେଷ ନଜର ରଖିଛି ସେ ସବୁ ଦେଶଗୁଡିକୁ ଆମେରିକା ଧ୍ୟାନ ଦେଉନାହିଁ । କେବଳ ଛୋଟ ଛୋଟ ଦେଶ ନୁହେଁ ଶକ୍ତିଶାଳୀ ଦେଶଗୁଡିକୁ ମଧ୍ୟ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରୟାସ ଜାରି ରଖିଛନ୍ତି ସି ଜିନପିଙ୍ଗ୍ । ପୂର୍ବରୁ ଋଷ, ପାକିସ୍ତାନ ସମେତ ଅନ୍ୟ କିଛି ଦେଶ ଚୀନକୁ ଖୋଲାଖୋଲି ଭାବେ ସମର୍ଥନ କରିଆସୁଛନ୍ତି । କିନ୍ତୁ ଭାରତ, ଆମେରିକା, ବ୍ରିଟେନ୍ ସମେତ ନାଟୋରେ ସାମିଲ ଥିବା ଦେଶଗୁଡିକ ଚୀନର ଆଭିମୁଖ୍ୟକୁ ତୀବ୍ର ବିରୋଧ କରିଆସୁଛନ୍ତି ।

Leave a Reply