Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆତଙ୍କବାଦୀ ଲିଙ୍କ୍ ମାମଲା ଅବଦୁର ରେହେମାନ ଦୋଷୀ ସାବ୍ୟସ୍ତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆତଙ୍କବାଦୀ ଲିଙ୍କ୍ ମାମଲା ଅବଦୁର ରେହେମାନ ଦୋଷୀ ସାବ୍ୟସ୍ତ

କଟକ: ଶେଷରେ ଦୋଷୀ ସାବ୍ୟସ୍ତ ହେଲା ଅବଦୁର ରେହେମାନ । କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ଅଲ-କାଏଦାର ଭାରତୀୟ ଉପମହାଦେଶ ସଂସ୍ଥା ସହିତ ସମ୍ପର୍କ ରଖିବା ନେଇ ଅବଦୁର ଉପରେ ଲାଗିଥିବା ଅଭିଯୋଗ ଶେଷରେ ପ୍ରମାଣିତ ହୋଇଛି । ଏନେଇ ଦିଲ୍ଲୀ ପୁଲିସ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ପଟିଆଲା ହାଉସ କୋର୍ଟ ଅବଦୁରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅବଦୁର ସହିତ ତାର ତିନିଜଣ ସହଯୋଗୀଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ତେବେ ଆସନ୍ତା ୧୪ ତାରିଖ ଦିନ ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ୪ ବ୍ୟକ୍ତିଙ୍କୁ ଦଣ୍ଡାଦେଶ ଶୁଣାଇବେ କୋର୍ଟ । ତେବେ ପଟିଆଲା ହାଉସ କୋର୍ଟଙ୍କ ରାୟ ଆସିଲେ ସେହି ରାୟକୁ ଦିଲ୍ଲୀ ହାଇକୋର୍ଟରେ ଚାଲେଞ୍ଜ କରାଯିବ ବୋଲି କହିଛନ୍ତି ଅବଦୁରର ଭାଇ । ୨୦୧୫ ମସିହାରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଏଲକାଏଦାର ଭାରତୀୟ ଉପମହାଦେଶ ସଂସ୍ଥା ବା ଏ.କ୍ୟୁ.ଆଇ.ଏସ ଭାରତରେ ନିଜର ନେଟୱାର୍କ ସଂପ୍ରସାରଣ କରିବା ପାଇଁ ଚେଷ୍ଟା କରୁଥିବା ଜାଣିବାକୁ ପାଇଥିଲା । ଏହାପରେ ଏ.କ୍ୟୁ.ଆଇ.ଏସର ଭାରତ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ମହମ୍ମଦ ଆସିଫକୁ ୨୦୧୫ ମସିହା ଡିସେମ୍ବର ମାସରେ ଦିଲ୍ଲୀରୁ ଗିରଫ ହୋଇଥିଲା । ଏହାପରେ ଆସିଫକୁ ଜେରା କରିବା ପରେ ସେ ଅବଦୁର ରେହେମାନ ବାବଦରେ ଦିଲ୍ଲୀ ପୁଲିସକୁ ସୂଚନା ଦେଇଥିଲା । ଏବଂ ଏହି ସୂଚନା ପାଇବା ପରେ ୨୦୧୫ ମସିହା ଡିସେମ୍ବର ୧୬ ତାରିଖ ବିଳମ୍ବିତ ରାତିରେ କମିସନରେଟ ପୁଲିସ ସହାୟତାରେ ଦିଲ୍ଲୀ ପୁଲିସ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛ ଠାରେ ଥିବା ତାର ଘରୁ ଅବଦୁରକୁ ଗିରଫ କରାଯାଇ ଥିଲା । ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ତେବେ ତଦନ୍ତ ସମୟରେ ରେହେମାନ ଟାଙ୍ଗୀ ଥାନା ଅନ୍ତର୍ଗତ ବିଲତେରୁଆଁ ଅଞ୍ଚଳରେ ଏକ ମଦ୍ରାସା ଖୋଲି ସେଠାରେ ଝାଡ଼ଖଣ୍ଡ, ବିହାର ଅଞ୍ଚଳର ପିଲାଙ୍କୁ ଆଣି ଶିକ୍ଷା ଦେଉଥିବା କଥା ମଧ୍ୟ ଜଣା ପଡିଥଲା । ଏହାପରେ ରେହେମାନର ଓଡିଶା ଲିଙ୍କ ସମ୍ପର୍କରେ ଖୋଳତାଡ କ୍ରାଇମବ୍ରାଞ୍ଚ ଦ୍ୱାରା କରାଯାଇଥିଲା । କ୍ରାଇମବ୍ରାଞ୍ଚ ମଧ୍ୟ ତାକୁ ଦୁଇଟି ପର୍ଯ୍ୟାୟରେ ୧୭ ଦିନ ରିମାଣ୍ଡାରେ ନେଇ ଜେରା ମଧ୍ୟ କରିଥିଲା । ଏବଂ ପରବର୍ତ୍ତି ସମୟରେ କ୍ରାଇମବ୍ରାଞ୍ଚ ନିଜର ଚାର୍ଜସିଟ ମଧ୍ୟ କୋର୍ଟରେ ଦାଖଲ କରିଥିଲା । ସେପଟେ ରେହେମାନ ବିରୁଦ୍ଧରେ ଲାଗିଥିବା ଅଧିକାଂଶ ଅଭିଯୋଗକୁ କୋର୍ଟ ଖାରଜ କରି ଦେଇଛନ୍ତି । ଏବଂ ଯେଉଁ ଦୁଇଟି ମାମଲାରେ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଛି କୋର୍ଟଙ୍କ ଏହି ରାୟକୁ ସେ ଦିଲ୍ଲୀ ହାଇକୋର୍ଟରେ ଚାଲେଞ୍ଜ କରିବେ ବୋଲି କହିଛନ୍ତି ରେହେମାନଙ୍କ ଭାଇ ।

Leave a Reply